ETV Bharat / bharat

32 ଆଇଏଏସ ଅଧିକାରୀଙ୍କ ବଦଳି କଲେ ଜଗନ ସରକାର

author img

By

Published : Jun 23, 2019, 3:28 AM IST

ଆନ୍ଧ୍ରପ୍ରଦେଶରେ ଆଇଏଏସ ସ୍ତରରେ ବଡ ଅଦଳବଦଳ । ଜଗନ ମୋହନ ସରକାର 32 ଜଣ ଅଧିକାରୀଙ୍କ ବଦଳି କରିଛନ୍ତି । ଆଇଏଏସଙ୍କ ବଦଳି ନେଇ ମୁଖ୍ୟ ସଚିବ ଏଲ ବି ସୁବ୍ରମଣ୍ୟମ ଅଧିସୂଚନା ଜାରି କରିଛନ୍ତି ।

ଫାଇଲ ଫଟୋ

ଅମରାବତୀ: ଆନ୍ଧ୍ରପ୍ରଦେଶର ଜଗନ ମୋହନ ସରକାର ଆଇଏଏସ ସ୍ତରରେ ବଡ ଅଦଳବଦଳ କରିବାକୁ ଯାଇ ଭାରତୀୟ ପ୍ରଶାସନିକ ସେବାର 32 ଜଣ ଅଧିକାରୀଙ୍କ ବଦଳି କରିଛନ୍ତି । ଏଥି ସହିତ ସରକାର ଅନ୍ୟ 7 ଜଣଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି ।

ଆନ୍ଧ୍ରପ୍ରଦେଶର ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟଳୟରେ ନିୟୋଜିତ ଜଣେ ବିଶେଷ ମୁଖ୍ୟ ସଚିବଙ୍କ ସମେତ ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ତିନି ସପ୍ତାହ ପୂର୍ବରୁ ବଦଳି ଆଦେଶ ଦେଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନୂଆ ସ୍ଥାନକୁ ପଠାଇନାହାନ୍ତି ।

2015 ବ୍ୟାଚ ର ଦୁଇ ଆଇଏଏସ ଅଫିସର ବିନୋଦ କୁମାର ଓ ସିଏମ ସାଇକାନ୍ତ ବର୍ମାଙ୍କୁ ସଂଯୁକ୍ତ କଲେକ୍ଟର ପଦରେ ପଦନୋତ୍ତି କରିବା ସହ ପାର୍ବତୀପୁରମ ଓ ସୀତମପେଟରେ ଜନଜାତି ପରିଯୋଜନା ଅଧିକାରୀ ପଦରେ ନିଯୁକ୍ତ କରାଯାଇଛି । ଆଇଏଏସଙ୍କ ବଦଳି ନେଇ ମୁଖ୍ୟ ସଚିବ ଏଲ ବି ସୁବ୍ରମଣ୍ୟମ ଅଧିସୂଚନା ଜାରି କରିଛନ୍ତି ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.