ETV Bharat / bharat

ଆନ୍ଧ୍ର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ - ପି.ପୁଷ୍ପା ଶ୍ରୀଭନିଙ୍କ ଟିକ୍‌ଟକ୍‌ ଭିଡିଓ

ଆନ୍ଧ୍ର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ପି.ପୁଷ୍ପା ଶ୍ରୀଭନିଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ । ଭିଡିଓଟି ମୁଖ୍ୟମନ୍ତ୍ରୀ ଜଗନ ମୋହ ରେଡ୍ଡୀଙ୍କ ଉପରେ ଆଧାରିତ । ଅଧିକ ପଢନ୍ତୁ...

andhra pradesh deputy cm
ଆନ୍ଧ୍ର ପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ
author img

By

Published : Jan 2, 2020, 10:03 AM IST

ଅମରାବତୀ: ଆଜିକାଲି ରାଜନେତାମାନେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହୁଥିବା ଦେଖିବାକୁ ମିଳୁଛି । ନିଜର ଷ୍ଟାଇଲ ଓ ଭିନ୍ନ ଅନ୍ଦାଜରେ ଜନତାଙ୍କ ମନ ଜିତିବାକୁ ପ୍ରୟାସ କରୁଛନ୍ତି ଏହି ନେତାମାନେ । ଏହିପରି ଆନ୍ଧ୍ର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ପି.ପୁଷ୍ପା ଶ୍ରୀଭନିଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଉପରେ ଆଧାରିତ ।

ଆନ୍ଧ୍ର ପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ

ଟିକ୍‌ଟକ୍‌ ଭିଡିଓରେ ପୁଷ୍ପା ଶ୍ରୀଭନି ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ଭିଡିଓଟି ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଓ୍ବାଇଏସଆର ପାର୍ଟି ପ୍ରଚାରର ଏକ ଅଂଶ ଭାବେ ରିଲିଜ ହୋଇଥିଲା । ଆନ୍ଧ୍ରପ୍ରଦେଶରେ ସରକାରଙ୍କ 3ଟି ରାଜଧାନୀ ପ୍ରସ୍ତାବକୁ ନେଇ ରାଜନୀତି ଉଷ୍ମ ଥିବା ବେଳେ ଉପ ମୁଖ୍ୟମନ୍ତ୍ରୀଙ୍କ ଏହି ଟିକ୍‌ଟକ୍‌ ଭିଡିଓ ସାମ୍ନାକୁ ଆସିଛି । ଶ୍ରୀଭନି କୁରୁପମ ଆସନରୁ ନିର୍ବାଚନ ଜିତିଥିଲେ । ସେ ଆନ୍ଧ୍ରପ୍ରଦେଶ ସରକାରଙ୍କ କ୍ୟାବିନେଟର ସର୍ବକନିଷ୍ଠ ମନ୍ତ୍ରୀ ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.