ETV Bharat / bharat

ଲକଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ଆନ୍ଧ୍ର ପୋଲିସଙ୍କ ନିଆରା ଦଣ୍ଡ

କୋରୋନା ସ୍ଲୋଗାନ ସହ ପ୍ଲାକାର୍ଡ ଧରି ଲକଡାଉନ୍ ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରିଛି ଆନ୍ଧ୍ରପ୍ରଦେଶ ପୋଲିସ ।

author img

By

Published : Apr 29, 2020, 12:40 PM IST

punishment
ନିଆରା ଢଙ୍ଗରେ ଲକଡାଉନ୍ ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କଲା ଆନ୍ଧ୍ରପ୍ରଦେଶ ପୋଲିସ

ଅମରାବତୀ: ଲକଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ପୁଣି ନିଆରା ଦଣ୍ଡ । କୋରୋନା ସ୍ଲୋଗାନ ସହ ପ୍ଲାକାର୍ଡ ଧରି ଲକଡାଉନ୍ ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରିଛି ଆନ୍ଧ୍ରପ୍ରଦେଶ ପୋଲିସ ।

ସୂଚନା ଅନୁଯାୟୀ, ଲକଡାଉନ୍ ସମୟରେ ଲୋକମାନେ ବିନା କାରଣରେ ବାହାରେ ବୁଲୁଥିବା ବେଳେ କିଛି ଲୋକ ମୁହଁରେ ମାସ୍କ ନପିନ୍ଧି ବାହାରେ ବୁଲୁଥିବା ଦେଖିବାକୁ ମିଳୁଛି ।

ଅନେକ ରାଜ୍ୟ ସରକାର ସମସ୍ତ ନାଗରିକଙ୍କୁ ନିଜ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ବିନା କାରଣରେ ବାହାରେ ନ ବୁଲିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଲୋକମାନଙ୍କୁ ସରକାରଙ୍କ ପରାମର୍ଶ ଅନୁସରଣ କରିବା ସହ ଦେଶରେ କୋରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

ଏହାଛଡା କୋରୋନା ଭାଇରସ ବ୍ୟାପିବାରୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ମେ 3ଯାଏଁ ଲକଡାଉନ ଲାଗୁ କରିଛନ୍ତି । କିନ୍ତୁ କିଛି ଲୋକ ଏହି ନିୟମକୁ ବେଖାତିର କରି ବେଧଡକ ବାହାରେ ବୁଲୁଥିବା ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.