ଅମରାବତୀ: କୋରୋନା ପାଇଁ ସ୍କୁଲ, କଲେଜରେ ଝୁଲୁଛି ତାଲା। ଦୀର୍ଘ ଦିନ ହେବ ପିଲାଙ୍କ ପାଠ ପଢାରେ ଡୋରି ବନ୍ଧା ହୋଇଥିବା ବେଳେ ବିକ୍ପଳ ଭାବେରେ ଚାଲିଛି ଭର୍ଚୁଆଲ କ୍ଲାସ। ତେବେ ମହାମାରୀ ମଧ୍ୟରେ ସେପ୍ଟେମ୍ବର 5ରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବାକୁ ଯୋଜନା କରୁଛନ୍ତି ଆନ୍ଧ୍ରପ୍ରଦେଶ ସରକାର।
ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଦ୍ୱାରା ନିଆଯାଇଥିବା ଶିକ୍ଷା ଉପରେ ସମୀକ୍ଷା ବୌଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶିକ୍ଷା ମନ୍ତ୍ରୀ ଆଡିମୁଲାପୁ ସୁରେଶ ଗଣମାଧ୍ୟମକୁ କହିଛନ୍ତି ଯେ ସରକାର ସେପ୍ଟେମ୍ବର 5 ତାରିଖ ସ୍କୁଲ ଖୋଲିବା ପାଇଁ ଧାର୍ଯ୍ୟ କରିଥିବାବେଳେ ପ୍ରକୃତ ପରିସ୍ଥିତିକୁ ଆଧାର କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଦ୍ୟାଳୟଗୁଡ଼ିକ ଖୋଲିବା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବଦଳରେ ଶୁଖିଲା ରାସନ ଛାତ୍ରମାନଙ୍କୁ ସେମାନଙ୍କ ଘରକୁ ଯୋଗାଇ ଦିଆଯିବ।
ଏହାସହ ଆସନ୍ତା ଶିକ୍ଷାବର୍ଷରୁ ସରକାରୀ ବିଦ୍ୟାଳୟରେ ପ୍ରାକ୍-ପ୍ରାଥମିକ ଶିକ୍ଷା (LKG ଏବଂ UKG) ପ୍ରଚଳନ କରାଯିବ। ଏବଂ ଜୁନିୟର ସରକାରୀ କଲେଜଗୁଡ଼ିକରେ ଅନ୍ୟମାନଙ୍କ ମଧ୍ୟରେ ଏପି ଇଏମସିଇଟି, ଜେଇଇ, ଆଇଆଇଆଇଟି ଭଳି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୋଚିଂ ଯୋଗାଇ ଦିଆଯିବ। ଆନ୍ଧ୍ରରେ ପ୍ରଦାନ କରାଯାଇଥିବା ଶିକ୍ଷାର ମାନର ଉନ୍ନତି ପାଇଁ ଜିଲ୍ଲା ସ୍ତରରେ ଏକ ଯୁଗ୍ମ ନିର୍ଦ୍ଦେଶକ ପଦ ମଧ୍ୟ ଗଠନ କରାଯିବ ବୋଲି ସେ କହିଛନ୍ତି।
ସରକାରୀ ବିଦ୍ୟାଳୟରେ ଇଂରାଜୀ ମଧ୍ୟମ ଏବଂ ଜଗନ୍ନା ଗୋରୁମୁଦା (ମଧ୍ୟାହ୍ନ ଭୋଜନ) ଯୋଜନାରେ ସଠିକ୍ କାର୍ଯ୍ୟକାରିତା ପାଇଁ ଦୁଇଟି ରାଜ୍ୟ ସ୍ତରୀୟ ନିର୍ଦ୍ଦେଶକ ରେଞ୍ଜ୍ ପଦବୀ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ମଣ୍ଡଳରେ ଏକ ସରକାରୀ ଜୁନିୟର କଲେଜ ପ୍ରତିଷ୍ଠା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମନ୍ତ୍ରୀ ସୁରେଶ ଗଣମାଧ୍ୟମକୁ କହିଛନ୍ତି।