ETV Bharat / bharat

15 ଅକ୍ଟୋବରରୁ ଆନ୍ଧ୍ରପ୍ରଦେଶରେ ଖୋଲିବ କଲେଜ

କୋରୋନା ସଂକ୍ରମଣ ପାଇଁ ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି । ମାର୍ଚ୍ଚ ମାସରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବାବେଳେ ଅକ୍ଟୋବରରୁ କଲେଜ ଖୋଲିବ । ଅଧିକ ପଢନ୍ତୁ...

15 ଅକ୍ଟୋବରରୁ ଆନ୍ଧ୍ରପ୍ରଦେଶରେ ଖୋଲିବ କଲେଜ
15 ଅକ୍ଟୋବରରୁ ଆନ୍ଧ୍ରପ୍ରଦେଶରେ ଖୋଲିବ କଲେଜ
author img

By

Published : Aug 7, 2020, 8:16 AM IST

Updated : Aug 7, 2020, 10:53 AM IST

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଆସନ୍ତା ଅକ୍ଟୋବରରୁ ଖୋଲିବ କଲେଜ । ଅକ୍ଟୋବର 15ରୁ କଲେଜ ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ନିଷ୍ପତ୍ତି ନେଇଛନ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରିବା ସହ ଉଚ୍ଚ ଶିକ୍ଷା ବିଭାଗକୁ ମତାମତ ଲୋଡିଛନ୍ତି । କୋଭିଡ-19 ପାଇଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।

ଉଚ୍ଚ ଶିକ୍ଷା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ନାମ ଲେଖା ଅନୁପାତକୁ 90 ପ୍ରତିଶତ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟରେ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦେବାକୁ ଗ୍ରୀନ ସିଗନାଲ ଦେଇଛନ୍ତି ।

ସ୍ନାତ୍ତକ ଡିଗ୍ରୀ ନେବାକୁ ହେଲେ ଛାତ୍ରଛାତ୍ରୀଙ୍କୁ 3 ବର୍ଷା କିମ୍ବା 4 ବର୍ଷ କୋର୍ସ ପାଇଁ 10 ମାସର ଆପ୍ରେଣ୍ଟିସିପରେ ନାମ ଲେଖାଇବାକୁ ପଡିବ । ଆପ୍ରେଣ୍ଟିସିପ ସରିବା ପରେ ପିଲାଙ୍କୁ ନିଯୁକ୍ତ ଓ ଦକ୍ଷତା ବିକାଶ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜଗନ ରେଡ୍ଡୀ ।

ଉଭୟ ପାରମ୍ପରିକ ଡିଗ୍ରୀ ପାଠ୍ୟକ୍ରମ ଅନୁସରଣ କରିବା ଉଚିତ ଯେଉଁଥିରେ BA, BCOM, ଏବଂ BSC ଅନ୍ତର୍ଭୁକ୍ତ । ଛାତ୍ରଛାତ୍ରୀ ଆଡମିଶନ ସମୟରେ ସାଧାରଣ ଡିଗ୍ରୀ କିମ୍ବା ସ୍ନାତ୍ତୋକ ଡିଗ୍ରୀ ବାଛିବା ଉପରେ ନିଷ୍ପତ୍ତି ନେବା ଉଚିତ ।

ଅନ୍ୟପକ୍ଷରେ, ବି ଟେକ୍ ଛାତ୍ରମାନେ ମଧ୍ୟ ହନର୍ସ ଡିଗ୍ରୀ ପାଇବେ। ଯଦି ଛାତ୍ର 4 ବର୍ଷରେ 20 ଟି ଅତିରିକ୍ତ କ୍ରେଡିଟ୍ ସମାପ୍ତ କରେ, ତେବେ ସେମାନେ ସେହି ଅନୁଶାସନରେ ବି ଟେକ୍ ହନର୍ସ ପାଇବେ ।

ସେହିପରି ଅନିୟମିତତା କରୁଥିବା କଲେଜଗୁଡ଼ିକ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଜୟାନଗରାମ ଏବଂ ପ୍ରକାଶ ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜଗନ ରେଡ୍ଡୀ ସବୁଜ ସଙ୍କେତ ଦେଇଛନ୍ତି। ବିଜୟାନଗରାମ ଜିଲ୍ଲାର ପେଡେରୁ ଗାଁରେ ଏକ ଆଦିବାସୀ କଲେଜ ପ୍ରତିଷ୍ଠା ପାଇଁ ସିଏମ୍ ସୂଚନା ଦେଇଛନ୍ତି।

@ANI

Last Updated : Aug 7, 2020, 10:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.