ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଫୋନ କଲରେ କୋରୋନା ସମ୍ପର୍କିତ କଥାବାର୍ତ୍ତା କରିଛନ୍ତି । ଗୁଜୁରାଟରେ ଫସିଥିବା ଆନ୍ଧ୍ରପ୍ରଦେଶର ମତ୍ସ୍ୟଜୀବୀଙ୍କ ଯତ୍ନ ନେବାକୁ ବିଜୟ ରୁପାଣୀଙ୍କୁ ଅନୁରୋଧ କରିଛନ୍ତି ରେଡ୍ଡୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଜଗନ୍ ମୋହନ ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ଆନ୍ଧ୍ରର ମତ୍ସ୍ୟଜୀବୀମାନେ ରହିବେ ଏବଂ ସେମାନଙ୍କର ଖାଦ୍ୟ ପରିଚାଳିତ ହେବ ।
ରେଡ୍ଡି ରୁପାଣୀଙ୍କୁ କହିଛନ୍ତି, କୋଭିଡ -19 ବିରୋଧରେ ଯୁଦ୍ଧ କରୁଥିବା ଏହି ମତ୍ସ୍ୟଜୀବୀଙ୍କ ସ୍ବାସ୍ଥ୍ୟ ପ୍ରତି ୟତ୍ନ ନେବେ ଏବଂ ସେମାନଙ୍କ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯିବାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଜଗନଙ୍କ ଏପରି ଅନୁରୋଧକୁ ଗୁଜରାଟ ମୁଖ୍ୟମନ୍ତ୍ରୀ ସକାରାତ୍ମକ ପ୍ରତିକ୍ରିୟା ଦେଇ କହିଥିଲେ ଯେ ତାଙ୍କ ସରକାର ଆନ୍ଧ୍ରର ମତ୍ସ୍ୟଚାଷୀଙ୍କ ଯତ୍ନ ନେବା ପାଇଁ ଆବଶ୍ୟକ ପଦକ୍ଷେପ ନେବେ ।
@IANS