ଅମରାବତୀ: ଆନ୍ଧ୍ରପ୍ରଦେଶର ଘରଘର ବୁଲି କରାଯିବ କୋଭିଡ ପରୀକ୍ଷା । ଆଗାମୀ 90 ଦିନ ମଧ୍ୟରେ ଶେଷ ହେବା ନେଇ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ୍ ମୋହନ ରେଡ୍ଡୀ ସୂଚନା ଦେଇଛନ୍ତି । ବ୍ୟାପକ ସ୍କ୍ରିନିଂ ଏବଂ କୋଭିଡ-19 ପରୀକ୍ଷା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, 104 ଆମ୍ବୁଲାନ୍ସ ଏବଂ ସହରାଞ୍ଚଳ କ୍ଲିନିକ ସାହାଯ୍ୟରେ କରାଯିବ ।
ସୋମବାର ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ କହିଛନ୍ତି ଯେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଜ୍ୟର ପ୍ରତ୍ୟେକ ପରିବାରର ସ୍କ୍ରିନିଂ ନିଶ୍ଚିତ କରାଯାଉ । ଆବଶ୍ୟକ ସ୍ଥଳେ ବ୍ୟକ୍ତିଙ୍କ ନମୁନା ସଂଗ୍ରହ ମଧ୍ୟ କରନ୍ତୁ। ମଧୁମେହ, ରକ୍ତଚାପ ଏବଂ ଅନ୍ୟାନ୍ୟ ରୋଗରେ ପୀଡିତଙ୍କ ସମସ୍ୟାର ସମାଧାନ ପାଇଁ ସେ କହିଛନ୍ତି, 104 ଆମ୍ବୁଲାନ୍ସରେ ପର୍ଯ୍ୟାପ୍ତ ଉପକରଣ ଏବଂ ଔଷଧ ରଖାଯିବା ଉଚିତ ବୋଲି ସେ କହିଛନ୍ତି। ସହରାଞ୍ଚଳ ପାଇଁ ଏକ ପୃଥକ ରଣନୀତି ଗ୍ରହଣ କରାଯିବା ଉଚିତ ।
ସହରାଞ୍ଚଳ ସ୍ୱାସ୍ଥ୍ୟ ଚିକିତ୍ସାଳୟ ଯୋଜନା କରାଯିବା ଉଚିତ। ମେଡିକାଲ୍ କର୍ମଚାରୀଙ୍କ ସହିତ ସମ୍ପୂର୍ଣ୍ଣ ସହଯୋଗ କରିବା ଉଚିତ୍ ବୋଲି ରେଡ୍ଡୀ କହିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଦିନକୁ 24,000 ରୁ ଅଧିକ ପରୀକ୍ଷା କରାଯାଉଛି। ଅଧିକାରୀଙ୍କ କହିବା ଅନୁସାରେ, 60 ବର୍ଷରୁ ଅଧିକ ବୟସ୍କ ଏବଂ 40 ବର୍ଷ ବୟସ୍କଙ୍କୁ ପରୀକ୍ଷା କରିବା ପାଇଁ ଅଗ୍ରାଧିକାର ଦିଆଯାଇଛି। ମୃତ୍ୟୁ ହାରରେ ବର୍ତ୍ତମାନ ସ୍ଥିରତା ରହିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ