ETV Bharat / bharat

21 ଦିନରେ ଦଣ୍ଡ ପାଇବେ ଦୁଷ୍କର୍ମକାରୀ, ନୂଆ ନିୟମ ଆଣିବେ ଜଗନ ସରକାର - ନୂଆ ନିୟମ ଆଣିବେ ଜଗନ ସରକାର

ଦେଶରେ ଦୁଷ୍କର୍ମ ଭଳି ଜଙ୍ଘନ୍ୟ ଅପରାଧ ଘଟାଉଥିବା ଅଭିଯୁକ୍ତ ଏବେ 21 ଦିନ ଭିତରେ ପାଇବେ ଦଣ୍ଡ । ଏଭଳି କିଛି ନୂଆ ନିୟମ ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଆନ୍ଧ୍ର ସରକାର ୱାଇ ଏସ ଜଗନମୋହନ ରେଡ୍ଡି । ଅଧିକ ପଢନ୍ତୁ...

Andhra cm jagan reddy promises law to punish rapists within 21 days
ଫାଇଲ ଫଟୋ
author img

By

Published : Dec 10, 2019, 3:46 AM IST

Updated : Dec 10, 2019, 7:17 AM IST

ଅମରାବତୀ: ଦେଶରେ ଦୁଷ୍କର୍ମ ଭଳି ଜଙ୍ଘନ୍ୟ ଅପରାଧ ଘଟାଉଥିବା ଅଭିଯୁକ୍ତ ଏବେ 21 ଦିନ ଭିତରେ ପାଇବେ ଦଣ୍ଡ । ଏଭଳି କିଛି ନୂଆ ନିୟମ ଆଣିବେ ଆନ୍ଧ୍ର ସରକାର ୱାଇ ଏସ ଜଗନମୋହନ ରେଡ୍ଡି । ସୋମବାର ଆନ୍ଧ୍ରପ୍ରଦେଶ ବିଧାନସଭା ଶୀତ ଅଧିବେଶନରେ ଏନେଇ ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଆନ୍ଧ୍ର ଗୃହର ଶୀତ ଅଧିବେଶରେ ନାରୀ ନିର୍ଯାତନା ଓ ଦୁଷ୍କର୍ମ ଘଟଣାକୁ ନେଇ ଚର୍ଚ୍ଚା ହୋଇଥିଲା । ନାରୀଙ୍କ ପ୍ରତି ହେଉଥିବା ଏଭଳି ହିଂସାକୁ ସେ କଠୋର ନିନ୍ଦା କରିଥିଲେ । ଏହା ସହିତ ହାଇଦ୍ରାବାଦ ଦିଶା ଗଣଦୁଷ୍କର୍ମ ଘଟଣାକୁ ମଧ୍ୟ ଚର୍ଚ୍ଚାକୁ ଆଣିଥିଲେ । ସେ କହିଥିଲେ ଯେ, ଏହା ଏମିତି ଏକ ଘଟଣା ଯାହାକୁ ନେଇ ଆଜି ସାରା ସମାଜକୁ ଲଜ୍ଜାରେ ମୁଣ୍ଡ ନୁଆଁବାକୁ ପଡିବ । ଯୋଜନାବଦ୍ଧ ଭାବେ ପ୍ରଥମେ ଦୁଷ୍କର୍ମ ଓ ପରେ ଦିଶାଙ୍କୁ ନିଆଁରେ ପୋଡିଥିଲେ ଅଭିଯୁକ୍ତ । ଯେତେବେଳେ ଏମିତି ଏକ ସମ୍ବେଦନଶୀଳ ଘଟଣା ଘଟେ ସେ ସମୟରେ କାହାକୁ କେମିତି ପ୍ରତିକ୍ରିୟା ଦେବା ଦରକାର, ପୋଲିସ ଓ ରାଜନେତା କେମିତି ଜବାବ ରଖିବା ଦରକାର ବୋଲି ଜଗନ ରେଡ୍ଡି ପ୍ରଶ୍ନ କରିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ, ଆମକୁ ପ୍ରଥମେ ନିଜକୁ ପ୍ରଶ୍ନ କରିବାର ଆବଶ୍ୟକ ରହିଛି ଯଦି ଆମ ରାଜ୍ୟରେ ଏଭଳି ଘଟଣା ଘଟଥାନ୍ତା ତେବେ ଆମକୁ ଏବଂ ଆମ ପୋଲିସକୁ କେମିତି ଜବାବ ଦେବାର ଆବଶ୍ୟକ ରହିଛି । ଗଣମାଧ୍ୟମରୁ ଏସମସ୍ତ ଘଟଣା ଜାଣିବା ପରେ ଏବଂ ପୀଡିତାଙ୍କ ପରିବାରର ଦୁଃଖ ଦେଖିବା ପରେ ମଧ୍ୟ ଆମେ ସମସ୍ତେ ଭାବିଲେ ଏହା ଭୂଲ ନୁହେଁ । ପ୍ରକାଶ ଯେ, ଦିଶା ଦୁଷ୍କର୍ମ ଓ ହତ୍ୟା ଘଟଣାର 10 ମଧ୍ୟରେ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରି ହତ୍ୟା କରିଛି ।

ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡି କହିଛନ୍ତି, ତାଙ୍କ ସରକାର ଏମିତି ଏକ ଆଇନ ପ୍ରସ୍ତୁତ କରିବ ଯାହା ମହିଳାଙ୍କ ବିରୁଦ୍ଧରେ ଅତ୍ୟାଚାର ମାମଲାର ତଦନ୍ତ ଗୋଟିଏ ସପ୍ତାହ ମଧ୍ୟରେ ଶେଷ କରିବ । ଏହା ସହିତ ଦୋଷୀକୁ ତିନି ସପ୍ତାହ ମଧ୍ୟରେ କଠୋର ଦଣ୍ଡରେ ଦଣ୍ଡିତ କରାଯିବ । ପ୍ରସ୍ତାବିତ ଏହି ବିଧେୟ ଚଳିତ ସପ୍ତାହରେ ବିଧାନସଭାରେ ଆଗତ ହେବ । ଯାହା ମହିଳାଙ୍କୁ ପ୍ରତି ବଢୁଥିବା ଅତ୍ୟାଚାରକୁ ରୋକିବାରେ ସହାୟକ ହେବ । ଏଥିରେ ଜିରୋ ଏଫଆଇଆରର ପ୍ରାବଧାନ ମଧ୍ୟ ସାମିଲ ରହିବ । ଏହି ପ୍ରାବଧାନ ମହିଳାଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବ । କାରଣ ପ୍ରାବଧାନ ଅନୁସାରେ ମହିଳା ଜଣକ ଉକ୍ତ ଅଞ୍ଚଳର ହୋଇନଥିଲେ ମଧ୍ୟ ପୋଲିସ ତାଙ୍କ ମାମଲା ରୁଜୁ କରିବ । ସେହିପରି ଏହି ବିଧେୟ ସୋସିଆଲ ମିଡିଆରେ ମଧ୍ୟ ସମ୍ବୋଧିତ ହେବା ସହ ପର୍ଣ୍ଣ ୱେବସାଇଟ୍‌କୁ ଅବରୋଧ କରିବା ବିଷୟରେ ମଧ୍ୟ କଥା ହେବ । ଏହା ସହ ରାଜ୍ୟରେ ନିଷେଧ ହୋଇଥିବା ତଥ୍ୟ ଉପରେ ମଧ୍ୟ ସୂଚନା ଦେବ ।

ଗୃହରେ ମୁଖ୍ୟମନ୍ତ୍ରୀ ଜଗନ୍ ଦିଶା ହତ୍ୟାକାରୀଙ୍କ ଏନକାଉଣ୍ଟର ଘଟଣାକୁ ମଧ୍ୟ ଉଠାଇଥିଲେ । ତାଙ୍କ କହିବାନୁସାରେ, ତେଲେଙ୍ଗାନା ପୋଲିସର ଏନକାଉଣ୍ଟରକୁ ନେଇ ଅନେକ ପ୍ରଶଂସା କରିଥିବାବେଳେ ଅନେକ ଏହାକୁ ନେଇ ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଏନଏଚଆରସି ଗଠନ କରାଯାଇଛି । ଏହି ଟିମ୍ ମାମଲାର ତଦନ୍ତ ମଧ୍ୟ କରୁଛି । କିନ୍ତୁ ଯଦି ଫିଲ୍ମରେ ଏଭଳି କିଛି ଘଟଣା ଘଟିଥାନ୍ତା ତେବେ ସମସ୍ତ ତାଳି ମାରିବା ସହ ଖୁସି ପାଳିଥାନ୍ତେ । ମାତ୍ର ବାସ୍ତବ ଜୀବନରେ ଏପରି ଘଟଣା ଘଟିଥିବାରୁ ଏହାକୁ ନେଇ ପ୍ରଶ୍ନ କରିବା ସହ ତଦନ୍ତ ପାଇଁ ଟିମ୍ ଗଠନ କରାଯାଇଛି । ଯାହା ବର୍ତ୍ତମାନର ବାସ୍ତବ ଚିତ୍ର ଅଟେ । କେବଳ ଯେ ଦିଶା ପ୍ରସଙ୍ଗ ନୁହେଁ ଗୃହରେ ଜଗନ ରେଡ୍ଡି 2012 ଦିଲ୍ଲୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ମଧ୍ୟ ଆଲୋଚନା ପରିସରକୁ ଆଣିଥିଲେ । ସେ କହିଥିଲେ ଆଜି ବି ନିର୍ଭୟା ପରିବାର ନ୍ୟାୟ ପାଇଁ ଦୌଡୁଛି । ବାରମ୍ବାର ଦେଶରେ ମହିଳାଙ୍କ ସହ ଏଭଳି ଘଟଣା ଘଟୁଥିବାରୁ ସେ ତ୍ବରିତ କାର୍ଯ୍ୟାନୁଷ୍ଠାନ ସହ କଠୋର ଦଣ୍ଡ ବ୍ୟବସ୍ଥା ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Intro:Body:

LIVE

Conclusion:
Last Updated : Dec 10, 2019, 7:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.