ETV Bharat / bharat

ପୁରୁଣା ବାକ୍ସରୁ ଏବେ ବି ଶୁଭୁଛି ଲାଖଚୁଡିର ରୁଣୁଝୁଣୁ ଶବ୍ଦ - ନୂଆଦିଲ୍ଲୀରେ ଲାଖଚୁଡ଼ି

ଭଳିକି ଭଳିକି ଚୁଡ଼ି ନାରୀ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ । ବିଭିନ୍ନ ଚୁଡ଼ି ମଧ୍ୟରେ ଲାଖ ଚୁଡ଼ିର ସ୍ବତନ୍ତ୍ରତା ରହିଛି । ନାରୀ ଶୃଙ୍ଗାର ଏହି ଚୁଡ଼ି ଆଉ ଏକ ଚମକ ଭରିଦିଏ । ଆଜିକାଲି ଫ୍ୟାସନ ଜମାନାରେ ଏହି ଚୁଡ଼ିର ଚାହିଦ ବଢ଼ିବାରେ ଲାଗିଛି । ଛୁଆଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ପ୍ରତ୍ୟେକ ନାରୀର ପସନ୍ଦ ଲାଖ ଚୁଡ଼ି । ଅଧିକ ପଢ଼ନ୍ତୁ...

ancient age special bangles lakh chudiyan first choice of every lady
ପୁରୁଣା ବାକ୍ସରୁ ଏବେ ବି ଖଣ୍‌ଖଣ୍‌ ହୋଇ ଶୁଭୁଛି ଲାଖଚୁଡ଼ିର ଶବ୍ଦ
author img

By

Published : Dec 24, 2020, 10:55 PM IST

ନୂଆଦିଲ୍ଲୀ: ମହିଳାଙ୍କ ହାତରୁ ଶୁଣାଯାଏ ଚୁଡ଼ିର ଶବ୍ଦ। ରୋଷେଇ ବେଳେ ହେଉ କି ବା ଘର ସଫା କରିବା ସମୟରେ, ମହିଳାଙ୍କ ହାଥରୁ ଶୁଣିବାକୁ ମିଳେ ରୁଣୁଝୁଣୁ ଚୁଡ଼ି ଶବ୍ଦ। ନାଲି, ହଳଦିଆ, ନୀଳ.. ଚୁଡ଼ିର କେତେ ରଙ୍ଗ। ଚୁଡ଼ି ଅର୍ଥ ଭାରତୀୟ ନାରୀର ଶୃଙ୍ଗାର, ଚୁଡ଼ି ଅର୍ଥ ଭାରତୀୟ ସଭ୍ୟତାର ପ୍ରତୀକ ଓ ଏହି ଫ୍ୟାସନ ଜମାନାରେ ଇଲାଷ୍ଟିକ, ପ୍ଲାଷ୍ଟିକ, କାଠ, ମେଟାଲ ଓ ଲାଖରୁ ପ୍ରସ୍ତୁତ ହେଉଛି ଚୁଡ଼ି। ଆଜିକାଲି ଲାଖରୁ ପ୍ରସ୍ତୁତ ହେଉଥିବା ଚୁଡ଼ିର ଚାହିଦା ବଢିବାରେ ଲାଗିଛି। ଏଥିପାଇଁ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ପକ୍ଷରୁ ହୋଇଥିବା ଭାରତ ରଙ୍ଗମହୋତ୍ସବ ପାଇଁ ରାଜସ୍ଥାନର ଜୟପୁରରୁ ଲାଖ ଚୁଡ଼ି କାରିଗରଙ୍କୁ ଡକାଯାଇଥିଲା।

ପୁରୁଣା ବାକ୍ସରୁ ଏବେ ବି ଖଣ୍‌ଖଣ୍‌ ହୋଇ ଶୁଭୁଛି ଲାଖଚୁଡ଼ିର ଶବ୍ଦ

ଜୟପୁରରୁ ଆସିଥିବା ଲାଖ ଚୁଡି଼ କାରିଗର ମହମ୍ମଦ ଆସିଫ କୁହନ୍ତି ଯେ, 32 ବର୍ଷ ହେଲା ଏହି ଚୁଡ଼ି ତିଆରି କରି ଆସୁଛନ୍ତି। ପୂର୍ବ ପୁରୁଷ ସମୟରୁ ସେ ଏହି କାର୍ଯ୍ୟ କରି ଆସୁଛନ୍ତି। ତେବେ ଯେତେବେଳେ ଲାଖ କଥା ଉଠେ ସେତେବେଳେ ମହାଭାରତ କଥା ମନକୁ ଆସିଥାଏ। ଯେତେବେଳେ ପାଣ୍ଡବଙ୍କୁ ହତ୍ୟା କରିବାକୁ କୌରବ ମାନେ ଲାଖଗୃହ ନିର୍ମାଣ କରିଥିଲେ। ପର୍ବପର୍ବାଣୀରେ ଲାଖଚୁଡ଼ି ବ୍ୟବସାୟୀ ନିଜର କଳା ପ୍ରଦର୍ଶନ କରିଥାନ୍ତି। ଏହାଦ୍ବାରା ଲାଖ ବ୍ୟବସାୟୀଙ୍କୁ ଦୁଇ ପଇସା ଲାଭ ହୁଏ। ଏହାକୁ ଲୋକେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି।

କାଚ ଓ ପ୍ଲାଷ୍ଟିକରୁ ନିର୍ମିତ ହୋଇଥିବା ଚୁଡ଼ିର ଚମକ କିଛିଦିନ ମଧ୍ୟରେ ଫିକା ପଡ଼ିଯାଏ। କିନ୍ତୁ ଲାଖରୁ ପ୍ରସ୍ତୁତ ଚୁଡ଼ିର ଚମକ ସଦା ସତେଜ ରହିଥାଏ। ଏଥିପାଇଁ ଲୋକେ ଲାଖ ଚୁଡ଼ିକୁ ଅଧିକ ପସନ୍ଦ କରିଥାନ୍ତି। ଲାଖରଚୁଡ଼ିର ଏକ ସୌନ୍ଦର୍ଯ୍ୟ ଓ ଚମକ ରହିଛି। ଅନ୍ୟ ଚୁଡ଼ି କିଛି ଦିନ ବ୍ୟବହୃତ ହେବାପରେ ଫିକା ପଡ଼ିଯାଏ। କିନ୍ତୁ ଲାଖର ଚୁଡ଼ି ସବୁବେଲେ ଏଭରଗ୍ରୀନ ରହିଥାଏ। ଯେକୌଣସି କାର୍ଯ୍ୟକ୍ରମରେ ଏହାକୁ ପିନ୍ଧିଲେ ବି ଏହି ଚୁଡ଼ିର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇଥାଏ।

ଆଜିର ଏହି ଫ୍ୟାସନ ଜମାନାରେ ଲାଖଚୁଡ଼ି କାରିଗର ବିଭିନ୍ନ ଡିଜାଇନର ଚୁଡ଼ି ତିଆରି କରୁଛନ୍ତି। ଏଥିପାଇଁ ଲୋକେ ଏଥିପ୍ରତି ଆକର୍ଷିତ ହୋଇ ଚାଲି ଆସନ୍ତି। ଏହାଦ୍ବାରା ଲାଖଚୁଡ଼ି ସବୁବେଳେ ତାର ସ୍ବତନ୍ତ୍ରତା ବଜାୟ ରଖିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.