ETV Bharat / bharat

ଆମେ ଭାରତର ସମ୍ବିଧାନ ପ୍ରତି ନିଷ୍ଠାର ସହ ଶପଥ ନେଉଛୁ: ଜେନେରାଲ ଏମଏମ ନରୱାଣେ

author img

By

Published : Jan 19, 2020, 3:50 PM IST

ସେନାଧ୍ୟକ୍ଷ ଜେନେରାଲ ଏମ.ଏମ. ନରୱାଣେ ସେନା ଦିବସ ପୂର୍ବ ସଂଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଯେଉଁଥିରେ ସେ କହିଥିଲେ ଆମେ ଭାରତର ସମ୍ବିଧାନ ପ୍ରତି ନିଷ୍ଠାର ଶପଥ ନେଉଛୁ। ସେ ଅଧିକାରୀ ହୁଅନ୍ତୁ କି ଯବାନ, ଆମେ ସମ୍ବିଧାନର ସୁରକ୍ଷା ପାଇଁ ଶପଥ ନେଇଛୁ। ସେନା ପ୍ରମୁଖଙ୍କ ବୟାନର ବାସ୍ତବିକ ମହତ୍ତ୍ବ ଏହି ତଥ୍ୟରେ ନିହିତ ରହିଛି । ଅଧିକ ପଢନ୍ତୁ...

army day
ସୈନିକ ପ୍ରକୃତି

‘ଆମେ ଭାରତର ସମ୍ବିଧାନ ପ୍ରତି ନିଷ୍ଠାର ଶପଥ ନେଉଛୁ। ସେ ଅଧିକାରୀ ହୁଅନ୍ତୁ କି ଯବାନ, ଆମେ ସମ୍ବିଧାନ ସୁରକ୍ଷା ପାଇଁ ଶପଥ ନେଇଛୁ। ଏହା ହିଁ ଆମକୁ ପ୍ରତ୍ୟେକ ସମୟରେ ଓ ସବୁ କର୍ଯ୍ୟରେ ମାର୍ଗଦର୍ଶନ କରିବା ଉଚିତ। ଯେଉଁ ମୂଲ୍ୟବୋଧ ସମ୍ବିଧାନର ପ୍ରସ୍ତାବନାରେ ଲେଖାଯାଇଛି, ତାହା ନ୍ୟାୟ, ସ୍ବତନ୍ତ୍ରତା, ସମାନତା ଓ ବନ୍ଧୁତ୍ବର ମୂଳ ମୂଲ୍ୟକୁ ଅନୁବାଦ କରିଥାଏ । ଏଥିପାଇଁ ଆମେ ସଂଘର୍ଷ କରୁଛୁ’ ବୋଲି ପଦାତିକ ବାହିନୀର ସେନାଧ୍ୟକ୍ଷ ଜେନେରାଲ ଏମ ଏମ ନରୱାଣେ ସେନା ଦିବସ ପୂର୍ବ ସଂଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଭାରତୀୟ ସେନାର ପ୍ରତ୍ୟେକ ସୈନିକ ଶପଥ ନେଇଥାଏ କି ସେ ‘ଭାରତର ସମ୍ବିଧାନ ପ୍ରତି ପ୍ରକୃତ ଆସ୍ଥା ଓ ନିଷ୍ଠା’ ଧାରଣ କରିବ ବୋଲି ସେନା ପ୍ରମୁଖ ଏହି କଥା ଉପରେ ଜୋର ଦେଉଥିଲେ। କିନ୍ତୁ ଏହି ତଥ୍ୟ ସାଧାରଣତଃ ଜଣାଶୁଣା। ସେନା ପ୍ରମୁଖଙ୍କ ବୟାନର ବାସ୍ତବିକ ମହତ୍ତ୍ବ ଏହି ତଥ୍ୟରେ ନିହିତ ରହିଛି । ତୀବ୍ରଗତିରେ ସେନାକୁ ରାଜନୀତିକରଣ କରାଯାଉଛି ବୋଲି ଯେଉଁ ଦାବି ଉଠୁଛି ତାହାର ପୃଷ୍ଠଭୂମି ରହିଛି। ନିକଟରେ ସିଏଏକୁ ବିରୋଧ ପରେ ଜେନେରାଲ ବିପିନ ରାୱତଙ୍କ ଟିପ୍ପଣୀକୁ ନେଇ ବିରୋଧି ନେତାମାନଙ୍କ ସହିତ କିଛି ପୂର୍ବତନ ବରିଷ୍ଠ ସେନା ଅଧିକାରୀମାନେ ସମାଲୋଚନା କରିଥିଲେ।

ସୈନିକମାନଙ୍କ ନୈତିକତାର ମୂଳ ସିଦ୍ଧାନ୍ତ ହେଉଛି, ଏକ ‘ରାଷ୍ଟ-ରାଜ୍ୟର ପ୍ରଭୁତ୍ବ’। ରାଜ୍ୟର ଅସ୍ତିତ୍ବ ଓ ଓ କଲ୍ୟାଣ ପାଇଁ ସେନା ରହିଛି। କିନ୍ତୁ ଏହାର ବିପରୀତ କାମ ପାଇଁ ନୁହେଁ। କୌଣସି ଗଣତନ୍ତ୍ରରେ ରାଷ୍ଟ୍ରର ଇଛାକୁ ଏହାର ରାଜନୈତିକ ନେତୃତ୍ବ ମାଧ୍ୟମରେ ବ୍ୟକ୍ତ କରାଯାଇଥାଏ । ଏମାନଙ୍କ ବିଚାର ପୂର୍ବବର୍ତ୍ତୀ ହେବା ଆବଶ୍ୟକ। କ୍ଳାନଜବିଟଜ ତାଙ୍କ ‘ଯୁଦ୍ଧ’ ଗ୍ରନ୍ଥରେ ଲେଖିଛନ୍ତି, ‘ସେନା ରାଜନୈତିକ ଦୃଷ୍ଟିକୋଣର ଅଧୀନ ହେବା ଅନୁଚିତ, କାରଣ ନୀତି ହିଁ ଯୁଦ୍ଧ ସ୍ଥିର କରିଥାଏ। ନୀତି ହିଁ ବୁଦ୍ଧିମାନ ବିଭାଗ ହୋଇଥାଏ। ଯୁଦ୍ଧ କେବଳ ଉପକରଣ ହୋଇଥାଏ। ଏହା ବ୍ୟତୀତ ଅନ୍ୟ କିଛି ନୁହେଁ। ସୈନ୍ୟ ଦୃଷ୍ଟିକୋଣ ରାଜନୈତିକ ଦୃଷ୍ଟିକୋଣର ଅଧୀନ ହୋଇଥାଏ। ଏଥିପାଇଁ କେବଳ ଏହି କଥା ସମ୍ଭବ।

କାରଣ ରାଜନୈତିକ ରୂପରେ ପକ୍ଷପାତପୂର୍ଣ୍ଣ ସ୍ଥିତିକୁ ଗ୍ରହଣ କରିବା ପାଇଁ ସେନା ପ୍ରସ୍ତୁତ ନଥାଏ । ମାରିସ ଜାନୋବିଟଜ ସୈନ୍ୟ ସମାଜଶାସ୍ତ୍ରର ଜଣେ ପ୍ରମୁଖ ବିଦ୍ବାନ । ତାଙ୍କ ପୁସ୍ତକ ‘ସି ପ୍ରଫେସନାଲ ସୋଲଜର’ରେ ସେନାର ପେଶାଗତ ବ୍ୟବହାରର ଗଭୀର ରାଜନୈତିକ ପରିଣାମ ରହିଛି ବୋଲି ଉଲ୍ଲେଖ କରିଛନ୍ତି । କିନ୍ତୁ ପରମ୍ପରାଗତ ଭାବେ ଅଧିକାରୀମାନେ ଏକ ସ୍ପଷ୍ଟ ରାଜନୈତିକ ବିଚାରଧାରା କାରଣରୁ ମୁଖ୍ୟ ରୂପରେ ଲଢ଼େଇ ଲଢ଼ି ନାହାନ୍ତି। ଏହାର ବିପରୀତ ବିଶିଷ୍ଟ ଅଧିକାରୀମାନଙ୍କର ରାଜନୈତିକ ଲାଭକୁ ସବୁଠାରୁ ଅଧିକ ବନ୍ଦ କରିବାରେ ସଫଳ ହୋଇଛନ୍ତି।

ସୈନ୍ୟମାନେ ରାଜନୀତିରୁ ଦୂରେଇ ରହିବାର ଭଲ କାରଣ ହେଉଛି ସେମାନେ ପେଶାଗତ ଜୀବନକୁ ପ୍ରାଥମିକତା ଦେଇଛନ୍ତି। ନାଗରିକ ଓ ସୈନ୍ୟ ସମ୍ପର୍କରେ ଅନେକ ବିଦ୍ବାନମାନେ ସୈନ୍ୟର ବ୍ୟବସାୟିକତାକୁ ସିଧାସଳଖ ଭାବେ ଏହାର ରାଜନୈତିକ ପ୍ରକୃତି ସହିତ ଯୋଡ଼ିଛନ୍ତି। ସେନାକୁ ରାଜନୀତିରୁ ଦୂରେଇ ରଖିଲେ ତା'ର ପେଶାକୁ ଅଧିକ ସଫଳ କରିବ। ଏକ ପେଶାଗତ ସେନା ସହଜରେ ନାଗରିକ ନିୟନ୍ତ୍ରଣକୁ ସ୍ବୀକାର କରିଥାଏ । ଏଥିରେ କୌଣସି ଲୋକତନ୍ତ୍ର ପାଇଁ ବିଜୟ ସ୍ଥିତି ରହିଛି।

ଏଠାରେ ଆଉ ଏକ ବିନ୍ଦୁ ଚିହ୍ନଟ କରାଯିବା ଉଚିତ। ସେନା କେବଳ ପେଶାଗତ ରହି ରାଜନୀତିରୁ ଦୂରେଇ ରହିବା ସହିତ ଯେତେବେଳେ ନିୟମିତ ରଣନୀତି ଓ ପରିଚାଳନା ନିର୍ଣ୍ଣୟ ନିଆଯାଏ ସେତେବେଳେ ରାଜନେତାମାନଙ୍କୁ ସେନାଠାରୁ ଦୂରେଇ ରଖାଯାଏ। ଯଦି ସମସ୍ତ ରାଜନେତାମାନେ ନିଜର ରାଜନୈତିକ ବିତର୍କରେ ସେନାକୁ ସମାଲୋଚନା ନ କରିବେ ତେବେ ସେମାନେ ଏହିଭଳି ରାଷ୍ଟ୍ର ସେବା କରିଚାଲିବେ। ବାୟୁସେନା ମୁଖ୍ୟ ‘କଥା କମ ଓ କାମ ବେଶୀ’ କରିବାକୁ ଯେପରି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଉପହାସ କରିଛନ୍ତି ତାହା ସମ୍ପୁର୍ଣ୍ଣ ଅନାବଶ୍ୟକ ଥିଲା । ସାମୁଏଲ ହଟିଙ୍ଗଟନ ନିଜର ମୌଳିକ କାମ ଦି ସୋଲଜର ଆଣ୍ଡ ଷ୍ଟେଟରେ ଲେଖିଛନ୍ତି, ‘ ଯଦି ନାଗରିକ ସୈନକଙ୍କୁ ସୈନ୍ୟ ମାନଦଣ୍ଡ ପାଳନ କରିବାକୁ ଅନୁମତି ଦେଇଥାଏ, ତେବେ ରାଷ୍ଟ୍ର ସ୍ବୟଂ ଅନ୍ତତଃ ସେହି ମାନଦଣ୍ଡକୁ ନିଜର କରିବା ପାଇଁ ପ୍ରତିଦାନ ଓ ସୁରକ୍ଷା ପାଇଥାଏ’ ।

ରାଜ୍ୟର ସେବା କରିବା ପାଇଁ ନିଜର ମୌଳିକ ଭୂମିକାରେ ସୈନ୍ୟକୁ ମୂଳ ସିଦ୍ଧାନ୍ତରେ ପ୍ରାଧାନ୍ୟ ଦେବା ଆବଶ୍ୟକ, ଯାହା ଉପରେ ରାଜ୍ୟ ସ୍ଥାପନ କରାଯାଇଥାଏ ଓ ଏହା ହେଉଛି ତାର ସମ୍ବିଧାନ। ସେନା ଉପରେ ନାଗରିକ ନିୟନ୍ତ୍ରଣର ଅର୍ଥ ହେଉଛି କ୍ଷମତାରେ ଥିବା ସରକାର ପ୍ରତି ନିଷ୍ଠା ରହିଥାଏ ବୋଲି କିଛି ଲୋକ ଏପରି ଯୁକ୍ତି କରିଥାନ୍ତି । ସରଳ ଅର୍ଥରେ କହିଲେ ଏହି ଯୁକ୍ତିରେ କିଛି ଗୁରୁତ୍ତ୍ବ ରହିଥାଇପାରେ କିନ୍ତୁ ରଣନୀତି ନିର୍ଣ୍ଣୟ ନେବା କ୍ଷେତ୍ରରେ ରାଜନୈତିକ ନେତୃତ୍ତ୍ବର ଅଧିକାରକୁ ସ୍ବୀକାର କରିବା ନିଷ୍ଠା ନୁହେଁ ବରଂ ପେଶାଗତ ସଂକେତ ବୋଲି ସୁନିଶ୍ଚିତ କରାଯାଇଥାଏ। ନିଷ୍ଠା ବ୍ୟକ୍ତିଗତ ନେତା ବା ରାଜନୈତିକ ବିଚାରଧାରା ପାଇଁ ନୁହେଁ ବରଂ ସବୁବେଳେ କୌଣସି ଏକ କାରଣ ଓ ମୂଲ୍ୟ ପାଇଁ ହୋଇଥାଏ ।

ନିୟନ୍ତ୍ରଣ ରେଖା ପାଖରେ ଗୁଳିମାଡ଼ ନୁହେଁ ବରଂ କାରଗିଲ ଓ ସିଆଚୀନ ଭଳି ଅଞ୍ଚଳରେ ପାଣିପାଗ ସହିତ ଲଢ଼ି ପ୍ରତିଦିନ ଲହୁଲୁହାଣ ହେଉଛନ୍ତି। ପ୍ରାୟତଃ ଅସମ୍ଭବ ପରିସ୍ଥିତିରେ ଏହି ସୈନିକମାନଙ୍କୁ ଯାହା କିଛି ମିଳିଥାଏ ତାହା ଏହା କି ସେମାନଙ୍କ ଜୀବନଠାରୁ ଯାହା ବଡ଼ ସେହି କାରଣ ପାଇଁ ସେବା କରୁଛନ୍ତି। ଏହାଛଡ଼ା ଯେ କୌଣସି ଦଳ କ୍ଷମତାରେ ଥିଲେ ବି ସୈନିକମାନେ ରାଷ୍ଟ୍ର ସେବା କରିଥାନ୍ତି ଏହାକୁ ଅଣଦେଖା କରାଯାଇପାରିବ ନାହିଁ।

ଜଣେ ଅନୁଭବୀ ସୈନିକ ୪୦ ବର୍ଷ ପର୍ଯ୍ୟନ୍ତ ପୋଷାକରେ ଥାଏ ବୋଲି ସେନା ପ୍ରମୁଖଙ୍କ ଟିପ୍ପଣୀ ଶୁଣି ବହୁତ ଖୁସି ଲାଗିଛି। ପୂର୍ବତନ ବରିଷ୍ଠ ସେନାଧିକାରୀଙ୍କ ଦ୍ବାରା ଦିଆଯାଇଥିବା ବୟାନରେ ବର୍ତ୍ତମାନର ସୈନିକମାନେ ଅସହଜ ହୋଇଥିବାର କୌଣସି ସନ୍ଦେହ ନାହିଁ । କିନ୍ତୁ ନୂତନ ସେନା ପ୍ରମୁଖ ଏହି ବାର୍ତ୍ତାକୁ ଗୁରୁତ୍ତ୍ବ ଦେବେ ନାହିଁ ବୋଲି ଆଶା କରାଯାଉଛି। ଭାରତୀୟ ସେନା ଭାରତର ସମସ୍ତ ସଂସ୍ଥାମାନଙ୍କ ମଧ୍ୟରୁ ଅନ୍ୟତମ ଓ ଏହାକୁ ସଂରକ୍ଷିତ କରିବାର ଆବଶ୍ୟକତା ରହିଛି। ଏପରିକି ବେଳେବେଳେ ନିଜକୁ ମଧ୍ୟ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.