ETV Bharat / bharat

ଅବସରପାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଡିଏସ ହୁଡା, ୨୦୧୬ ସର୍ଜିକାଲ ଷ୍ଟ୍ରାଇକର ମୁଖ୍ୟ

author img

By

Published : Dec 30, 2019, 11:31 AM IST

ଭାରତୀୟ ସେନାରେ ଆବଶ୍ୟକ ସଂଯୋଜନା ରକ୍ଷା ସହ, ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ସରକାରଙ୍କୁ ଆବଶ୍ୟକ ଏକ ଲକ୍ଷ୍ୟନିଷ୍ଟ ପରାମର୍ଶ ଦେବା ପାଇଁ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ନିଯୁକ୍ତି ନିତାନ୍ତ ଆବଶ୍ୟକ । ଯାହାର ନିଷ୍ପତ୍ତି ଆଗରୁ ନିଆଯାଇଥିଲେ ମଧ୍ୟ ଦୀର୍ଘ 20 ବର୍ଷ ପରେ ଏହା ଏବେ ପୂରଣ ହେବାକୁ ଯାଉଛି । ଅଧିକ ପଢନ୍ତୁ...

surgical strike
୨୦୧୬ ସର୍ଜିକାଲ ଷ୍ଟ୍ରାଇକର ମୁଖ୍ୟ

ହାଇଦ୍ରାବାଦ: କାର୍ଗିଲ ଯୁଦ୍ଧର ପରିସମାପ୍ତି ପରେ ଭାରତୀୟ ସୈନ୍ୟବଳର ଦୁର୍ବଳତା ତଥା ଭବିଷ୍ୟତର କାର୍ଯ୍ୟପନ୍ଥା ଓ ରଣନୀତି ସମ୍ପର୍କରେ ଏକ ମନ୍ତ୍ରୀ ସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା । ଏହି ମନ୍ତ୍ରୀ ଗୋଷ୍ଠୀ ଅନୁଭବ କଲେ ଯେ, ଚିଫ ଅଫ ଷ୍ଟାଫ କମିଟି (ସିଓଏସସି) କାର୍ଯ୍ୟଧାରାରେ ସବୁଠାରୁ ବଡ଼ ଦୁର୍ବଳତା ହେଉଛି ଏହି କମିଟି ସରକାରଙ୍କୁ କୌଣସି ନିର୍ଦ୍ଦିଷ୍ଟ ତଥା ଏକ ଲକ୍ଷ୍ୟନିଷ୍ଟ ( ସିଙ୍ଗିଲ ପଏଣ୍ଟ) ସାମରିକ ପରାମର୍ଶ ଦେବାରେ ବିଫଳ ହେଉଛନ୍ତି । ସେହିପରି ଆନ୍ତଃସେନା ରଣନୀତି, ଯୋଜନା, ଯୁଦ୍ଧ କାର୍ଯ୍ୟକ୍ରମ ସମ୍ପର୍କରେ ଉଠୁଥିବା ପ୍ରସଙ୍ଗ ତଥା ବିଶ୍ଳେଷଣକୁ ଏକ ନିର୍ଦ୍ଦିଷ୍ଟ ମତରେ ସନ୍ନିବସିତ କରିପାରୁ ନାହାନ୍ତି । ଏଣୁ ମନ୍ତ୍ରୀ ଗୋଷ୍ଠୀ ସେ ସମୟରେ ଭାରତୀୟ ସେନାରେ ଆବଶ୍ୟକ ସଂଯୋଜନା ରକ୍ଷା, ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ସରକାରଙ୍କୁ ଆବଶ୍ୟକ ଏକ ଲକ୍ଷ୍ୟନିଷ୍ଟ ପରାମର୍ଶ ଦେବା ଉଦ୍ଦେଶ୍ୟରେ ଏକ ସ୍ଵତନ୍ତ୍ର ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ନିଯୁକ୍ତି କରିବା ପାଇଁ ପରାମର୍ଶ ଦେଲେ ।

ଏହି ନିଷ୍ପତ୍ତି ଓ ପରାମର୍ଶର ୨୦ ବର୍ଷ ପରେ ଭାରତରେ ସାମରିକ ବାହିନୀ ମୁଖ୍ୟ ବା ଚିଫ ଅଫ ଡିଫେନ୍ସ ଷ୍ଟାଫ ନିଯୁକ୍ତି ସମ୍ପର୍କରେ ସରକାର ଘୋଷଣା କରିଛନ୍ତି । ଅବଶ୍ୟ ଗତ ସ୍ଵାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କ ସମ୍ବୋଧନ କରିବା ସମୟରେ ଏହି ପଦବୀ ସୃଷ୍ଟି ଓ କାର୍ଯ୍ୟକାରୀତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଥିଲେ । ତଥାପି ସରକାରଙ୍କ ପଦବୀ ଅନୁମୋଦନ ଓ ଘୋଷଣା ଲାଗି ଆହୁରି ୪ ମାସ ସମୟ ଲାଗିଗଲା । ଏହା ପଛରେ ମୂଳ କାରଣ ହେଉଛି ସମ୍ପୃକ୍ତ ପଦବୀଙ୍କୁ କି ଦାୟିତ୍ଵ ଦିଆଯିବ ସେ ସମ୍ପର୍କିତ ଆବଶ୍ୟକ ନିଷ୍ପତ୍ତି ଚୂଡ଼ାନ୍ତ କରିବା। ଏହି ଦାୟିତ୍ଵ ପ୍ରଦାନ ଉପରେ ହିଁ ନିର୍ଭର କରୁଛି ବାସ୍ତବରେ ଆମେ ସେନାର ଆବଶ୍ୟକ ଦକ୍ଷତା ବୃଦ୍ଧି ତଥା ସଂସ୍କାର ପାଇଁ କେତେ ଯତ୍ନବାନ ହୋଇଛୁ ।

ସିଡିଏସଙ୍କୁ ଏ ଭିତରେ ୩ ବର୍ଷ ସମୟ ଦିଆଯାଇଛି, ଯେଉଁ ସମୟରେ ସେ ତିନି ସେନା ବାହିନୀର ମିଳିତ ଅପରେସନ, ସମନ୍ବିତ ଟ୍ରେନିଂ, ପରିବହନ, ସହାୟକ ସେବା ପ୍ରଭୃତି ଧ୍ୟାନ ଦେଇ ତାହାର ବିକାଶ କରିବେ। ବର୍ତ୍ତମାନ ତିନି ପ୍ରମୁଖ ସେନା ବାହିନୀ ଅଲଗା ଅଲଗା ଭାବେ ନିଜ ବାହିନୀକୁ ତାଲିମ ଦେଉଛନ୍ତି । ଗୋଟିଏ ଅପରେସନ ହେଲେ ମଧ୍ୟ ଅଲଗା ଅଲଗା ପରିବହନ ବ୍ୟବସ୍ଥା ଆପଣାଉଛନ୍ତି ଏବଂ ସହାୟକ ସେବା ଆଦି ବ୍ୟବହାର କରୁଛନ୍ତି । ଏମିତିକି ଯେଉଁ ଯନ୍ତ୍ରପାତି ବାବଦରେ ତାଲିମ ଦିଆଯାଉଛି ସେସବୁ ପ୍ରତ୍ୟେକ ସେନାବାହିନୀରେ ସମାନ କିନ୍ତୁ ସେମାନେ ଅଲଗା ଅଲଗା ଟ୍ରେନିଂ ଅନୁଷ୍ଠାନ ପରିଚାଳନା କରୁଛନ୍ତି । ସେହିପରି ଆବଶ୍ୟକ ଯୋଗାଯୋଗ ସରଞ୍ଜାମ କିଣିବା ସମୟରେ ସେମାନଙ୍କ ଭିତରେ ସଂଯୋଜନାର ଯଥେଷ୍ଟ ଅଭାବ ରହୁଛି ଯାହାଦ୍ଵାରା ପରସ୍ପର ଭିତରେ ଯୋଗାଯୋଗ ବି ଅସୁବିଧା ହେଉଛି । ଏଣୁ ଏମାନଙ୍କ ଭିତରେ ଯଦି ସଂଯୋଜନା ବଢ଼ିବ ତେବେ ଆମେ କେବଳ ବ୍ୟାପକ ମାନବସମ୍ବଳ ନିଯୁକ୍ତିକୁ ରୋକିପାରିବା ତା’ନୁହେଁ, ବରଂ ଆମେ ଉଭୟଙ୍କର କାର୍ଯ୍ୟ ଦକ୍ଷତା ବି ବଢ଼ାଇପାରିବା ।

ସିଡିଏସଙ୍କର ଆଉ ଏକ ଗୁରୁତ୍ଵପୂଣ୍ଣ କାର୍ଯ୍ୟ ହେଉଛି ସାମରିକ ବାହିନୀର ପୁନଃ ସଂସ୍ଥାପନ। ଏହାଦ୍ଵାରା ମିଳିତ/ଥିଏଟର କମାଣ୍ଡ ପ୍ରତିଷ୍ଠା ହୋଇପାରିବ । ଏହି କମାଣ୍ଡ ସାମରିକ କାର୍ଯ୍ୟାନୁଷ୍ଠାନରେ ସମସ୍ତ ସେନା ନୀତି ଭିତରେ ଏକ ସଂହତି ପ୍ରତିଷ୍ଠା କରିପାରିବ । ଏହି ମିଳିତ ବା ଥିଏଟର କମାଣ୍ଡର ଅନୁପସ୍ଥିତି ହେତୁ ଆମର ସାମରିକ କାର୍ଯ୍ୟାନୁଷ୍ଠାନ ଭିତରେ ସମନ୍ବୟର ଅଭାବ ରହୁଛି । ବର୍ତ୍ତମାନ ଆମର ଉତ୍ତର ସୀମାନ୍ତରେ ୭ଟି ସ୍ଥଳ ଓ ଆକାଶ ବାହିନୀ କମାଣ୍ଡ ମୁତ୍ତୟନ ରହିଛନ୍ତି । ଏହା ବିପକ୍ଷରେ ଚୀନର ମାତ୍ର ଗୋଟିଏ ଥିଏଟର କମାଣ୍ଡ ରହିଛି । ଅବଶ୍ୟ ଏହା ଠିକ ଯେ, ସେନା ଭିତରେ ଏହିପରି ଥିଏଟର କମାଣ୍ଡ ସ୍ଥାପନ ନେଇ କିଛି ଅସନ୍ତୋଷ ଓ ବିରୋଧାଭାସ ରହିଛି କିନ୍ତୁ ଆଶା କରାଯାଇପାରେ ଯେ,ସିଡିଏସ ଗଠନ ଦ୍ଵାରା ଏହି ସମସ୍ୟା ଦୂର ହୋଇପାରିବ ।

ସେନା ବାହିନୀ ପାଇଁ ଆବଶ୍ୟକ ଟ୍ୟାଙ୍କର, ଏୟାରକ୍ରାଫ୍ଟ, ନୌ-ଯାହାଜ ପ୍ରଭୃତି ଅଲଗା ଅଲଗା ନକିଣି ଆଭ୍ୟନ୍ତରୀଣ ସମନ୍ବୟ ରକ୍ଷା ତଥା ଅବାଶ୍ୟକତାକୁ ପୂରଣ କରିବା ଲାଗି କିଣିବା କାର୍ଯ୍ୟକୁ ପ୍ରୋତ୍ସାହନ ଦେବ ସିଡିଏସ । ଏହାଦ୍ଵାରା ସ୍ଥିତ ସମ୍ବଳର ଯଥେଷ୍ଟ ବିନିଯୋଗ ସମ୍ଭବ ହୋଇପାରିବ । ଯେତେବେଳେ ପ୍ରତିରକ୍ଷା ବଜେଟ୍‌ ସୀମିତ ହେଉଛି ସେତେବେଳେ ଆମେ ଏହିଭଳି ଯୁଦ୍ଧ ସରଞ୍ଜାମ କିଣିବା ବେଳେ ସେନା ବାହିନୀର ସ୍ଵତନ୍ତ୍ର ଆବଶ୍ୟକତାକୁ ଦୃଷ୍ଟିରେ ନରଖି ମିଳିତ ଆବଶ୍ୟକତାକୁ ଦୃଷ୍ଟିରେ ରଖିବାକୁ ହେବ। ଏହା ଠିକ ଯେ, ସ୍ଥଳ, ଆକାଶ ଓ ନୌ ବାହିନୀର ପୃଥର ପୃଥକ ଆବଶ୍ୟକତା ରହିଛି, କିନ୍ତୁ ସମସ୍ତ ଆବଶ୍ୟକତାକୁ ଆମେ ଗୋଟିଏ ବଜେଟରେ ପରିପୂରଣ କରିପାରିବା ନାହିଁ । ଏଣୁ ଆମର ପ୍ରାଥମିକତା ପ୍ରଥମେ ଦର୍ଶାଇବାକୁ ହେବ ।

ଭବିଷ୍ୟତରେ ଯୁଦ୍ଧର ରୂପରେ ପରିବର୍ତ୍ତିତ ହେବ । ଏହା ପାରମ୍ପରିକ ଯୁଦ୍ଧରେ ସୀମିତ ନରହି ସୂଚନା ଉପରେ ପର୍ଯ୍ୟବେଶିତ ହେବ । ସାଇବର ଆକ୍ରମଣ ଓ କୃତ୍ରିମ ଗୁଇନ୍ଦା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ରେ ଅଗ୍ରଗତିକୁ ନେଇ ଯୁଦ୍ଧ ହେବ । ଏହା ବର୍ତ୍ତମାନର ସେନା ଯେଉଁ ପ୍ରକାରେ କାର୍ଯ୍ୟ କରୁଛି ତା’ଠୁ ଢେର ଆଗରେ । କିନ୍ତୁ ଆମେ ତାହା ଉପରେ କମ ନଜର ଦେଉଛୁ । ସିଡିଏସ ଏହିପରି ଦକ୍ଷତା ବୃଦ୍ଧି ତଥା ଅବାଶ୍ୟକ ପାଣ୍ଠି ବଣ୍ଟନରେ ସରକାରଙ୍କ ଧ୍ୟାନକୁ ଆକର୍ଷଣ କରିପାରିବେ ।

ସରକାର ସିଡିଏସର କାର୍ଯ୍ୟ ପରିସର ବାବଦରେ କମ ଆଶାବାଦୀ ପରି ଜଣାପଡ଼ିୁଛନ୍ତି କି ? ମୋ ମତରେ, ସରକାରଙ୍କ ନିରପେକ୍ଷ ପରାମର୍ଶ ଦେବା ଉଦ୍ଦେଶ୍ୟରେ କୌଣସି ସାମରିକ କମାଣ୍ଡ କ୍ଷମତାଠୁ ସିଡିଏସକୁ ଦୂରେଇ ରଖିବା ଏକ ବିରୋଧାତ୍ମକ ମନ୍ତବ୍ୟ । କମାଣ୍ଡଠୁ ଦୂରେଇ ରହିଲେ ସିଡିଏସର ସାମରିକ ଯୋଜନା ଉପରେ କମ ଧ୍ୟାନ ରହିବ । ଏହି ପରିସ୍ଥିତି ଭବିଷ୍ୟତରେ ଯୁଦ୍ଧ ସମ୍ବନ୍ଧୀୟ ଗୁଇନ୍ଦା ସଂଗ୍ରହ ତଥା ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେବାରେ ବିଫଳ ହେବ । ଏହା ହେଲେ ଯେଉଁ ଧାରା ଏବେ ଚାଲିଛି ଯେମିତି ରାଜନୀତିକ ନେତୃତ୍ଵ ସେନା ବାହିନୀ ମୁଖ୍ୟ ଯେଉଁମାନେ ସୈନ୍ୟ ତଥା ‘ସର୍ଜିକାଲ୍‌ ଷ୍ଟ୍ରାଇକ’ର ନେତୃତ୍ଵ ନେଉଛନ୍ତି ସେମାନଙ୍କ ପରାମର୍ଶକୁ କୌଣସି ରଣନୀତି ପାଇଁ ଧ୍ୟାୟ କରୁଛନ୍ତି, ତାହା ପୁଣିଥରେ ଫେରିବ ।

ଅପରପେକ୍ଷ ସିଡିଏସଙ୍କ ନିଯୁକ୍ତି ଦ୍ଵାରା ଅନେକ ଫାଇଦା ମିଳିବ । ଏହା ତିନି ବାହିନୀର ଶକ୍ତିକୁ ଅଧିକ ଶକ୍ତିଶାଳୀ କରିବ । ସେନାରେ ଧ୍ରୁବୀକରଣକୁ ରୋକିବା ସହ ବଜେଟ ବଣ୍ଟନ ବ୍ୟବସ୍ଥାରେ ଭାରସାମ୍ୟ ଆଣିବ । କିନ୍ତୁ ସାମରିକ ବାହିନୀରେ ସଂସ୍କାର ଆଣିବା ପାଇଁ ସିଡିଏସଙ୍କୁ ଅମଲାତାନ୍ତ୍ରିକ, ଅର୍ଥନୀତିକ ପରାମର୍ଶଦାତା ଏବଂ ତିନି ବାହିନୀର ମୁଖ୍ୟଙ୍କ ସହାୟତା ଆବଶ୍ୟକ ପଡ଼ିବ । ଅର୍ଥାତ ପାରମ୍ପରିକ ଭାବେ ଏହି ଅଧିକାରୀମାନଙ୍କୁ ସେମାନଙ୍କ ଚିରାଚରିତ କ୍ଷମତାରୁ କିଛି ହରାଇବାକୁ ହେବ ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.