ETV Bharat / bharat

ଦିଲ୍ଲୀ ମଣ୍ଡୋଲି ଜେଲ ଅଧିକାରୀ କୋରୋନା ସଂକ୍ରମିତ - ମଣ୍ଡୋଲି ଜେଲ ଅଧିକାରୀ କୋରୋନା ସଂକ୍ରମିତ

ରାଜଧାନୀ ଦିଲ୍ଲୀର ମଣ୍ଡୋଲି ଜେଲର ଜଣେ ଅଧିକାରୀ କୋରୋନା ଭାଇରସ୍ ସଂକ୍ରମିତ ରହିଥିବା ରିପୋର୍ଟ ରେକର୍ଡ ହୋଇଛି । ଜେଲ ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି । ମଣ୍ଡୋଲିର ସେଣ୍ଟ୍ରାଲ ଜେଲ ନମ୍ବର 11 ରେ ପୋଷ୍ଟ କରାଯାଇଥିବା ଡେପ୍ୟୁଟି ସୁପରିଟେଣ୍ଡେଣ୍ଟ କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ।

Delhi Mandoli Jail
ଦିଲ୍ଲୀ ମଣ୍ଡୋଲି ଜେଲ ଅଧିକାରୀ କୋରୋନା ସଂକ୍ରମିତ
author img

By

Published : May 21, 2020, 11:37 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ସାଂଘାତିକ ରହିଛି । ଦେଶରେ ବିଭିନ୍ନ ଜେଲକୁ କୋରୋନା ବ୍ୟାପିବା ରିପୋର୍ଟ ସାମ୍ନାକୁ ଆସିବାରେ ଲାଗିଛି । ଏହିକ୍ରମରେ ରାଜଧାନୀ ଦିଲ୍ଲୀର ମଣ୍ଡୋଲି ଜେଲର ଜଣେ ଅଧିକାରୀ କୋରୋନା ଭାଇରସ୍ ସଂକ୍ରମିତ ରହିଥିବା ରିପୋର୍ଟ ରେକର୍ଡ ହୋଇଛି । ଜେଲ ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି । ମଣ୍ଡୋଲିର ସେଣ୍ଟ୍ରାଲ ଜେଲ ନମ୍ବର 11ରେ ପୋଷ୍ଟ କରାଯାଇଥିବା ଡେପ୍ୟୁଟି ସୁପରିଟେଣ୍ଡେଣ୍ଟ କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ।

ଜେଲ ଅଧିକାରୀ କହିଛନ୍ତି ଯେ, ଜ୍ବର କାରଣରୁ ଅଧିକାରୀ ମେ 11ରୁ ଛୁଟିରେ ଥିଲେ । ପରେ ଯେତେବେଳେ ସେ କୋରୋନା ଭାଇରସ୍ ପରୀକ୍ଷା କରିଥିଲେ ସେତେବେଳେ ତାଙ୍କ ରିପୋର୍ଟ ପଜିଟିଭ୍ ମିଳିଥିଲା । ଯେଉଁମାନେ ତାଙ୍କ ସହ ଯୋଗାଯୋଗରେ ରହିଛନ୍ତି ସେମାନଙ୍କ ଯାଞ୍ଚ ଜାରି ରହିଛି ।

ଏହାପୂର୍ବରୁ, ତିହାର ଜେଲ ପରିସରରେ ରହିଥିବା ଏବଂ ରୋହିଣୀ ଜେଲରେ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଭାବରେ ପୋଷ୍ଟ ହୋଇଥିବା ଜଣେ ଅଧିକାରୀ ମେ 19 ରେ କୋରୋନା ପଜିଟିଭ୍ ଥିବା ଜଣାପଡିଥିଲା ।

ଦିଲ୍ଲୀ ଜେଲରେ କୋରୋନା ମାମଲା ସଂଖ୍ୟା 18 ଥିବାବେଳେ ମଣ୍ଡୋଲି ଜେଲର ଏହା ପ୍ରଥମ ମାମଲା ।

ଦିଲ୍ଲୀର ବିଭିନ୍ନ ଜେଲର ଅତି କମରେ 15 ଜଣ କଏଦୀ ଏବଂ ତିନିଜଣ କର୍ମଚାରୀ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଭାଇରସ ଆକ୍ରାନ୍ତ ରହିଛନ୍ତି ।

ଦିଲ୍ଲୀର ରୋହିଣୀ ଜେଲରେ ପ୍ରଥମ ମାମଲା ଦେଖିବାକୁ ମିଳିଥିଲା ​​ଯେଉଁଠାରେ ହେଡ ୱାର୍ଡେନ କୋରୋନା ପଜିଟିଭ ଥିବା ଜଣାପଡିଥିଲା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.