ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀର ନିକଟସ୍ଥ ଭାରତ-ପାକିସ୍ତାନ ସୀମାରେ ପୁଣି ଭୁମିକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 4.8 ରହିଛି । ମଧ୍ୟହ୍ନ 12ଟା 31ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା କେନ୍ଦ୍ର ପାଣିପାଗ ବିଭାଗ ପକ୍ଷରୁ ସୂଚନା ।
ପୂର୍ବରୁ ଗତ ମଙ୍ଗଳବାର ପାକିସ୍ତାନ ଅଧିକୃତ କାଶ୍ମୀରରେ ସୀମାରେ ହୋଇଥିବା 6.5 ତୀବ୍ରତାର ଭୂମିକମ୍ପରେ 25ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 100 ଲୋକେ ଆହତ ହୋଇଥିଲେ । ଏହି ଭୂମିକମ୍ପ ଦ୍ବାରା ରାସ୍ତାରେ ଫାଟ ସୃଷ୍ଟି ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।