ଇମ୍ପାଲ: ମଣିପୁରର ବିଷ୍ଣୁପୁରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 3.5 ରହିଥିବା ଜାତୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଗୁରୁବାର ରାତି 9.05 ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ତେବେ ଏହା ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି । ଭୂକମ୍ପର ଗଭୀରତା 36 କିଲୋମିଟର ପର୍ଯ୍ୟନ୍ତ ରହିଥିଲା।