ETV Bharat / bharat

ଏଣିକି ସହଜ ହେବ କୋରୋନା ଚିହ୍ନଟ, ଆକ୍ରାନ୍ତଙ୍କୁ ଠାବ କରିବ ମୋବାଇଲ ଆପ୍ - corona update

ଏଣିକି ସହଜ ହେବ କୋରୋନା ଚିହ୍ନଟ । କୋଭିଡ ପରୀକ୍ଷଣ ପାଇଁ କୋଭିଡ ସେଣ୍ଟର ନୁହେଁ ଘରେ ବସି ମଧ୍ୟ କରିପାରିବେ । ଏଥିପାଇଁ କେବଳ ସ୍ମାର୍ଟ ଫୋନ ହିଁ ଯଥେଷ୍ଟ । ଅଧିକ ପଢନ୍ତୁ...

ଏଣିକି ସହଜ ହେବ କୋରୋନା ଚିହ୍ନଟ,
ଏଣିକି ସହଜ ହେବ କୋରୋନା ଚିହ୍ନଟ
author img

By

Published : May 16, 2020, 4:10 PM IST

ହାଇଦ୍ରାବାଦ: ବିଶ୍ବରେ ବିପର୍ଯ୍ୟୟ ସୃଷ୍ଟି କରିଥିବା ମହାମାରୀ କୋରୋନାକୁ ପ୍ରତିହତ କରିବାକୁ ଜରି ରହିଛି ଲଢେଇ । ଅଧିକରୁ ଅଧିକ ଟେଷ୍ଟିଂ କରାଯାଇ ସଂକ୍ରମିତଙ୍କୁ ଠାବ କରାଯାଉଛି । ଏପରି କରି ସଂକ୍ରମଣକୁ ବ୍ୟାପିବାରୁ ରୋକିବାକୁ ଚେଷ୍ଟା ଜାରି ରହିଛି । ତେବେ ଏଥର ସହଜ ହେବ କୋଭିଡ ଟେଷ୍ଟିଂ ପ୍ରକ୍ରିୟା । ଘରେ ବସି ପ୍ରତ୍ୟେକ ବ୍ୟକ୍ତି ଏବେ ଜାଣିପାରିବେ ସେମାନେ ସଂକ୍ରମିତ କି ନାହିଁ । ଏଥିପାଇଁ ଏକ ସ୍ମାର୍ଟ ଫୋନର ଆବଶ୍ୟକତା ରହିଛି । ଆପ୍‌ ଜରିଆରେ ଏହା କହିବ ଆପଣ କୋରୋନା ସଂକ୍ରମିତ କି ନୁହେଁ !

ବିଶ୍ବ ପାଇଁ ଏକ ବଡ ଚ୍ୟାଲେଞ୍ଜ ସାଜିଛି କୋଭିଡ-19 । ଦୀର୍ଘ 5 ଧରି ବିଶ୍ବବ୍ୟାସୀଙ୍କୁ ଅଣାୟତ କରି ରଖିଛି ଏହି ଅଦୃଶ୍ୟ ଭାଇରସ । ଯାହାର ମୁକାବିଲା କରିବାକୁ ଯାଇ ବିଭିନ୍ନ ଦେଶ ଅଧିକରୁ ଅଧିକ ଟେଷ୍ଟିଂ, ଟ୍ରେସ, ଆଇସୋଲେଟ ଭଳି ପଦକ୍ଷେପ ଆପଣାଉଛନ୍ତି । କାରଣ ଏହି ରୋଗର ନିରାକରଣ ପାଇଁ ଆଜି ବି ଗବେଷଣା ଚାଲିଥିବାବେଳେ ଏହା ହିଁ ବିକଳ୍ପ ସାଜିଛି । ସେପଟେ, କେତେକ ନୂତନ ଡିଭାଇସ ଓ ଆପ ମାଧ୍ୟମରେ କୋରୋନାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ବିଶ୍ବର ବହୁ ଗବେଷକ ।

ଏହି କ୍ରମରେ, ନିକଟରେ ପିଟ୍ସବର୍ଗ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର ଏମିତି ଏକ ସିଷ୍ଟମ ଆବିଷ୍କାର କରିଛନ୍ତି । ଯେଉଁଥିରେ ଘରେ ବସି କୋରୋନା ଟେଷ୍ଟ କରାଯାଇପାରିବ । ତାହା ପୁଣି ସ୍ମାର୍ଟ ଫୋନ ଜରିଆରେ ।

ନୋଭେଲ ମୋବାଇଲ ସେନସର ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ବାରା ଏହି ସିଷ୍ଟମକୁ ବିକଶିତ କରାଯାଇଛି । ସ୍ମାର୍ଟ ଫୋନର ମାଇକ୍ରୋଫୋନକୁ ଏପରି ସକ୍ଷମ କରାଯାଇଛି, ଯାହା ନିଶ୍ବାସ ନେବା ସମୟରେ ଅସଙ୍ଗିତକୁ ଚିହ୍ନଟ କରିବ। ସମୟ ସମୟରେ ଏହି ମାଇକ୍ରୋଫୋନ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ଶ୍ବାସକ୍ରିୟାକୁ ବିଶ୍ଲେଷଣ କରିବ। ଏହା ଦ୍ବାରା ୟୁର୍ଜର ଜଣକ କୌଣସି କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶ ଆସିଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବ ।

ତେବେ ସବୁଠାରୁ ବଡ କଥା ହେଲା, ଏହି ଅନୁସନ୍ଧନକାରୀ ସିଷ୍ଟମକୁ ଆପ୍‌ ଆକାରରେ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ସ୍ମାର୍ଟ ଫୋନ ବ୍ୟବହାରୀ ଏହାକୁ ସହଜରେ ଉପଲବ୍ଧ କରାପାରିବେ । ଫଳରେ ତୁରନ୍ତ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ତାଙ୍କର ଉପଯୁକ୍ତ ଚିକିତ୍ସା କରାଯାଇପାରିବ । ଏପରିକି ସଂକ୍ରମଣ ବ୍ୟାପିବାର ସମ୍ଭାବନାକୁ କିଛି ମାତ୍ରାରେ ହ୍ରାସ କରାଯାଇପାରିବ । ଏହି ଉଲ୍ଲେଖନୀୟ ଆପ୍ ଡିଜାଇନ୍ କରିବାରେ ପ୍ରଫେସର ୱାଇ ଗାଓ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.