ଚେନ୍ନାଇ: ବର୍ତ୍ତମାନ ଦେଶରେ ଏଭଳି ସ୍ଥିତିରେ ସମସ୍ତେ ଚିନ୍ତିତ । ଧନୀ ଠାରୁ ଗରିବ ସମସ୍ତଙ୍କୁ ଏବେ ଘାରିଛି କୋରୋନା ଭୟ । ଦେଶରୁ ଏହି ମହାମାରୀ ଦୂରେଇବା ନେଇ ଚାଲିଛି ପ୍ରୟାସ । କୁନି ପିଲା ଠାରୁ ବୃଦ୍ଧ କୋରୋନା ଆକ୍ରାନ୍ତଙ୍କ ସହାୟତା ପାଇଁ କରୁଛନ୍ତି କିଛି ନା କିଛି ଅର୍ଥ ଦାନ । କିନ୍ତୁ ତାମିଲନାଡୁ ମଦୁରାଇରୁ ଆସିଛି ଏକ ଭିନ୍ନ ଖବର ।
ମଦୁରାଇର ଜଣେ ଭିକାରୀ ପୁଲପାଣ୍ଡିଆନ୍ ଜିଲ୍ଲା କଲେକ୍ଟର ଟି.ଜି. ବିନୟଙ୍କୁ ସୋମବାର ରାଜ୍ୟ କୋଭିଡ -19 ରିଲିଫ ପାଣ୍ଠିକୁ 10 ହଜାର ଟଙ୍କା ଦାନ କରିଛନ୍ତି । ସେ କୁହନ୍ତି, "ମୁଁ ଏହି ଅର୍ଥ ଶିକ୍ଷା ପାଣ୍ଠିକୁ ଦେଇଥାନ୍ତି । କିନ୍ତୁ ବର୍ତ୍ତମାନ କୋଭିଡ ଭଳି ପ୍ରସଙ୍ଗ ଥିବାରୁ ଏହାକୁ ରିଲିଫ ପାଣ୍ଠିକୁ ଦାନ କଲି "।
@ANI