ଆଲିଗଡ: ଦୀର୍ଘ ଦିନର ଛୁଟି ପରେ ଜାନୁଆରୀ 13ରେ ଖୋଲିବ ଆଲିଗଡ ମୁସଲିମ୍ ୟୁନିଭର୍ସିଟି । ସିଏଏକୁ ନେଇ ହିଂସା କାରଣରୁ ଶୀତଛୁଟିକୁ ବଢାଇଦିଆଯାଇଥିଲା । ମାତ୍ର ବିଶ୍ବବିଦ୍ୟାଳୟକୁ ଫେଜ୍ ହିସାବରେ ଅର୍ଥାତ ଭାଗ ଭାଗ କରି ଖୋଲାଯିବ ।
ପ୍ରଥମ ଭାଗରେ ମେଡିସିନର ଅଧ୍ୟାପକ, ମ୍ୟାନେଜମେଣ୍ଟ ଷ୍ଟଡି ଓ ଜାକିରୁ ହୁସେନ କଲେଜ ଅଫ୍ ଇଞ୍ଜିନିୟରିଂ ଖୋଲାଯିବ । ଅନ୍ୟ କେତୋଟି ବିଭାଗ ଗୁଡିକୁ ଜାନୁଆରୀ 16ରେ ଖୋଲାଯିବ । ଅନ୍ୟପକ୍ଷେ ଜାନୁଆରୀ 20ରେ କଳା, ବାଣିଜ୍ୟ, ବିଜ୍ଞାନ, କୃଷି ବିଭାଗ ଖୋଲାଯିବାକୁ ଥିବା ବେଳେ ଜାନୁଆରୀ 24ରେ ସାମାଜିକ ବିଜ୍ଞାନ, ଅନ୍ତର୍ଜାତୀୟ ପାଠ, ପଲିଟେକନିକ୍ ଆଦି ଖୋଲାଯିବ ।
ଏହାସହ ପରୀକ୍ଷାର ସମସ୍ତ ସୂଚନା ବିଶ୍ବବିଦ୍ୟାଳୟ ୱେବସାଇଟରେ ପ୍ରକାଶ କରାଯିବ । ଏହାସହ ଏଏମୟୁର ଥିବା ଅଫ୍-କ୍ୟାମ୍ପସ ଗୁଡିକୁ ମଧ୍ୟ ଖୋଲାଯିବ ।