ETV Bharat / bharat

ରୋଗୀଙ୍କ କୋରୋନା ସୂଚନା ଲୁଚାଇ ଡାକ୍ତର ନିଲମ୍ବିତ - ୟୁପି କୋରୋନା ନ୍ୟୁଜ

ଅଲିଗଡ ମୁସଲିମ୍ ୟୁନିଭର୍ସିଟି ଡାକ୍ତର ନିଲମ୍ବିତ । ଉତ୍ତରପ୍ରଦେଶ ଅଲ୍ଲୀଗଡ ଜିଲ୍ଲାର ଜବାହାରଲାଲ ନେହୁରୁ ମେଡିକାଲ କଲେଜରେ ଜଣେ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ରୋଗୀଙ୍କ କୋରୋନା ସୂଚନା ଲୁଚାଇ ଥିବାରୁ ଅଲି ଗଡ ଜିଲ୍ଲା ପ୍ରଶାସନ ଜଣେ ଡାକ୍ତରଙ୍କୁ ନିଲମ୍ବିତ କରିଛନ୍ତି ।

_corona
ରୋଗୀଙ୍କ କୋରୋନା ସୂଚନା ଲୁଚାଇ ଡାକ୍ତର ନିଲମ୍ବିତ
author img

By

Published : Apr 22, 2020, 9:49 AM IST

ଲକ୍ଷ୍ନୌ: ଅଲିଗଡ ମୁସଲିମ୍ ୟୁନିଭର୍ସିଟି ଡାକ୍ତର ନିଲମ୍ବିତ । ଉତ୍ତରପ୍ରଦେଶ ଅଲିଗଡ ଜିଲ୍ଲାର ଜବାହାରଲାଲ ନେହୁରୁ ମେଡିକାଲ କଲେଜରେ ଜଣେ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ରୋଗୀଙ୍କ କୋରୋନା ସୂଚନା ଲୁଚାଇ ଥିବାରୁ ଅଲିଗଡ ଜିଲ୍ଲା ପ୍ରଶାସନ ଜଣେ ଡାକ୍ତରଙ୍କୁ ନିଲମ୍ବିତ କରିଛନ୍ତି ।

ସୂଚନା ଅନୁଯାୟୀ, ଗତ ରବିବାର ସନ୍ଧ୍ୟାରେ ମେରାଜୁଦ୍ଦୀନ ନାମକ ଜଣେ 55 ବର୍ଷୀୟ ବ୍ୟକ୍ତିଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏପ୍ରିଲ 19ରେ ତାଙ୍କୁ ଆଇସୋଲେସନ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା ।

ଗତ ସୋମବାର ରୋଗୀଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା । ଗତ ମଙ୍ଗଳବାର ରାତି ପ୍ରାୟ 4.30 ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ମୃତ୍ୟୁ ଘଟିବାର କିଛି ଘଣ୍ଟା ପୂର୍ବରୁ ତାଙ୍କ ରିପୋର୍ଟ କୋରୋନା ପଜେଟିଭ ଆସିଥିବା ଅଧିକାରୀମାନେ କହିଛନ୍ତି । ଏପଟେ ମେରାଜୁଦ୍ଦୀନଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିଥିବା ନେଇ ମେଡିକାଲ କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନକୁ ଖବର ଦେଇନଥିବା ଅଭିଯୋଗ ହୋଇଛି ।

ଏହି ଘଟଣା ନେଇ ଜିଲ୍ଲା ଡିଏମ୍ ଚନ୍ଦ୍ର ଭୂଷଣ କହିଛନ୍ତି ଯେ, ସ୍ୱାସ୍ଥ୍ୟ ବିଭାଗ ଅଭିଯୋଗ କରିଛି ଯେ ଏହି ଘଟଣା ସମ୍ପର୍କରେ ଠିକ ସମୟରେ ଅବଗତ କରାଯାଇ ନାହିଁ । ଏଥିସହ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଅଞ୍ଜୁମ ଚୁଗତାଇ ରୋଗୀର ସୂଚନା ଲୁଚାଇ ରଖିବା ସହ କୋରୋନା ପ୍ରୋଟୋକଲ ମାନିନଥିବାରୁ ତାଙ୍କୁ ନିଲମ୍ବିତ କରାଯାଉଛି । ଏପଟେ ବର୍ତ୍ତମାନ ହସ୍ପିଟାଲର 47 ଜଣ କର୍ମଚାରୀଙ୍କୁ କ୍ୟାରେଣ୍ଟିନରେ କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.