ETV Bharat / bharat

ଅମ୍ପାନକୁ ତିନିଦିନ: ମିଳୁନି ପାଣି ଓ ବିଦ୍ୟୁତ, ରାଜରାସ୍ତାରେ ଲୋକେ - Amphan Toll Rises To 85 In Bengal

ଅମ୍ପାନକୁ ବିତିଲାଣି ତିନିଦିନ । କୋଲକାତାରେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା 85 ରେ ପହଞ୍ଚିଛି । ହେଲେ ଲୋକଙ୍କୁ ନା ମିଳୁଛି ପାଣି ସୁବିଧା ନା ବିଦ୍ୟୁତ । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ରାସ୍ତା ଜାମ କରି ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି ।

ଅମ୍ପାନକୁ ତିନିଦିନ: ମିଳୁନି ପାଣି ଓ ବିଦ୍ୟୁତ, ରାଜରାସ୍ତାରେ ଲୋକେ

author img

By

Published : May 23, 2020, 3:27 PM IST

କୋଲକାତା: ଅମ୍ପାନକୁ ବିତିଲାଣି ତିନିଦିନ । କୋଲକାତାରେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା 85 ରେ ପହଞ୍ଚିଛି । ହେଲେ ଲୋକଙ୍କୁ ନା ମିଳୁଛି ପାଣି ସୁବିଧା ନା ବିଦ୍ୟୁତ । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ରାସ୍ତା ଜାମ କରି ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି ।

ଲକଡାଉନ ପରେ ଏବେ ଦାଉ ସାଜିଛି ବାତ୍ୟା ଅମ୍ପାନ । ସାଧାରଣ ଜୀବନ ଯାପନକୁ ଧ୍ବସ୍ତ ବିଧ୍ବସ୍ତ କରିଦେଇଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଦିନ ଦକ୍ଷିଣ 24 ପ୍ରଗଣା ଜିଲ୍ଲାକୁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବେ ।

ଲକ୍ଷ ଲକ୍ଷ ଲୋକ ବେଘର ହୋଇଛନ୍ତି । ରାସ୍ତାରେ ବିରାଟ ବିରାଟ ଗଛ ଉପୁଡି ପଡିଛି । ବଡ ବଡ କୋଠା ଭୁଷୁଡି ପଡିଛି । ସରକାରୀ ସୂତ୍ର ଅନୁଯାୟୀ, ରାଜ୍ୟର ପ୍ରାୟ 1.5 କୋଟି ଲୋକ ସିଧାସଳଖ ପ୍ରଭାବିତ ହୋଇଛନ୍ତି ଏବଂ ଏହି ବାତ୍ୟା ଯୋଗୁଁ 10 ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଯାଇଛି ।

ଯଦିଓ କୋଲକାତାର କିଛି ଅଂଶ ଏବଂ ଉତ୍ତର ଏବଂ ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ବିଦ୍ୟୁତ୍ ଏବଂ ମୋବାଇଲ୍ ସଂଯୋଗ ପୁନଃ ସ୍ଥାପିତ ହୋଇଛି, ବିଦ୍ୟୁତ୍ ପୋଲ ଉଡ଼ିଯିବା ସହ ଯୋଗାଯୋଗ ଲାଇନଗୁଡିକ ଫାଟିଯିବାରୁ ଅନେକ ଅଞ୍ଚଳ ଅନ୍ଧକାରରେ ରହିଛି । ସପ୍ତାହ ମଧ୍ୟରେ ସବୁକିଛି ଠିକ ହୋଇଯିବ ବୋଲି ପ୍ରଶାସନ କହିଛି । ଏଥିପାଇଁ ସରକାରୀ କର୍ମଚାରୀ 24 ଘଣ୍ଟା କାର୍ଯ୍ୟ କରୁଛନ୍ତି ବୋଲି ଲୋକଙ୍କୁ ଆଶ୍ବାସନା ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.