ETV Bharat / bharat

ନାମାଙ୍କନ ଭରିବେ ଶାହା

ଆଜି ନାମାଙ୍କନ ଦାଖଲ କରିବେ ଅମିତ ଶାହା । ସେ ଗାନ୍ଧୀନଗର ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ । ଏହି ସମୟରେ ରାଜନାଥ ସିଂହ ଓ ନୀତିନ ଗଡକରୀଙ୍କ ଭଳି ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ ।

ଫାଇଲ ଫଟୋ
author img

By

Published : Mar 30, 2019, 9:24 AM IST

ନୂଆଦିଲ୍ଲୀ: ଆଜି ନାମାଙ୍କନ ଦାଖଲ କରିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଗାନ୍ଧୀନଗର ଲୋକସଭା ଆସନ ପାଇଁ ଶାହା ନାମାଙ୍କନ ଦାଖଲ କରିବେ । ଏହି ସମୟରେ ତାଙ୍କ ସାଙ୍ଗରେ ଉପସ୍ଥିତ ରହିବେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତିନ୍ ଗଡକରୀଙ୍କ ସମେତ ବହୁ ବରିଷ୍ଠ ନେତା ।

ଚଳିତ ଥର ଗାନ୍ଧୀନଗର ଲୋକସଭା ପ୍ରାର୍ଥୀ ଭାବେ ଦଳ ହେଭିୱେଟ୍ ନେତା ଅମିତ ଶାହାଙ୍କୁ ମୈଦାନକୁ ଓହ୍ଲାଇଛି । ପୂର୍ବରୁ ଏହି ଆସନରେ ବିଜେପି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଲଢୁଥିଲେ । ଆଡଭାନୀ ଗତ 1998 ମସିହାରୁ ଏହି ଆସନରୁ ପ୍ରାର୍ଥୀ ଭାବେ ଛିଡା ହୋଇଆସୁଥିଲେ । ଏଥର କିନ୍ତୁ ଦଳ ଏହି ଆସନ ପାଇଁ ଶାହାଙ୍କ ଉପରେ ଭରସା କରିଛି । କାରଣର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଶାହା ଜଣେ ପ୍ରମୁଖ ନେତା ଭାବେ ଜଣାସୁଣା ।

ତେବେ ଗୁଜୁରାଟ ବିଜେପିର ପ୍ରମୁଖ ନେତା ଜିତୁ ବଘାନି କହିଛନ୍ତି, ଶାହାଙ୍କ ନାମାଙ୍କନ ଦାଖଲ ସମୟରେ ଦଳର ପ୍ରମୁଖ ନେତା ଉପସ୍ଥିତ ରହିବେ । ସେମାନଙ୍କ ମଧ୍ୟରେ ରାଜନାଥ ସିଂହ, ନୀତିନ ଗଡକରୀ ଓ ଲାଲକୃଷ୍ଣ ଆଡଭାନୀଙ୍କ ଭଳି ପ୍ରମୁଖ ନେତା ରହିଛନ୍ତି ।

28.03.2019
Radhakanta Mohanty,Kendrapada(Breaking)
Slug-Conviction to Attackers
Anchor-ଗତ ୧୧.୦୯.୨୦୧୬ ତାରିଖ ଅପରାହ୍ନ ୨ ଘଟିକା ସମୟରେ ନିକିରାଇ ଥାନା ହନୁମନ୍ତପାଳ ବିଦ୍ୟାଳୟରେ VEC ଗଠନ ପାଇଁ ମିଟିଙ୍ଗ ଡକାଯାଇଥିବା ବେଳେ କୌଣସି ଏକ କାରଣକୁ ନେଇ ବଚସା ହେବା ଫଳରେ ଗ୍ରାମର ଅନାଦି ଚରଣ ରାଉତଙ୍କୁ ସେହି ଗ୍ରାମର ତୁଷାରକାନ୍ତ ରାଉତ,ଅକ୍ଷୟ ରାଉତ,ମାନସ ରାଉତ,କବିନ୍ଦ୍ର ସ୍ୱାଇଁ,ଭୀମସେନ ରାଉତ,ଆଶିଷ ସାମଲ ଓ ଜୟନ୍ତ ରାଉତ ମରଣାନ୍ତକ ଆକ୍ରମଣ କରିଥିଲେ।ଅଭିଯୋଗ ଅନୁଯାୟୀ ନିକିରାଇ ପୋଲିସ ୫୪୫/୨୦୦୬ରେ କେଶ ଏଣ୍ଟ୍ରି କରି ଦଫା  ମାମଲା ରୁଜ୍ଜୁ କରି ୩୦୭,୩୨୩ ଓ ୩୨୪ ଦଫାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ କରି ସଫଳ ହୋଇଥିଲା।ଦୀର୍ଘ ୧୩ ବର୍ଷ ପରେ ଆଜି ଅପରାହ୍ନରେ ଏହି ଘଟଣାର ଶୁଣାଣି କରିଛନ୍ତି କେନ୍ଦ୍ରାପଡ଼ା ସ୍ୱତନ୍ତ୍ର କୋର୍ଟ ADJ ପ୍ରଜ୍ଞା ପାଣିଗ୍ରାହୀ।ଅଭିଯୁକ୍ତ ମାନଙ୍କୁ ୩୦୭ IPC ଦଫାରେ ୭ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା,୩୨୩ IPC ଦଫାରେ ୧ ବର୍ଷ ଓ ୩୨୪ IPC ଦଫାରେ ୨ ବର୍ଷ ମୋଟ ଦଶବର୍ଷ କାରାଦଣ୍ଡ ଶୁଣାଇଛନ୍ତି ମାନ୍ୟବର ବିଚାରପତି।ଏହି ଦଣ୍ଡାଦେଶରେ ଆବେଦନକାରୀ ଅନାଦି କୋର୍ଟକୁ ଧନ୍ୟବାଦ ଦେବାସହ ସରକାରୀ ଓକିଲ ସଞ୍ଜୟ ଜେନାଙ୍କୁ ତାଙ୍କର ଏହି ଧର୍ମର ଲଢେଇରେ ସହଯୋଗ କରିଥିବାରୁ ଅନ୍ତରର ସହ ସାଧୁବାଦ ଜଣାଇଥିଲେ।
ବାଇଟ-ଅନାଦି ଚରଣ ରାଉତ(ଆବେଦନକାରୀ)
ବାଇଟ-ସଞ୍ଜୟ ଜେନା(ସରକାରୀ ଓକିଲ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.