ETV Bharat / bharat

ଦିଲ୍ଲୀରେ ଦ୍ବିଗୁଣା ହେବ କୋରୋନା ପରୀକ୍ଷା, ଘର-ଘର ବୁଲି ହେବ ସ୍ବାସ୍ଥ୍ୟ ସର୍ଭେ - meeting with arvind kejriwal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପ-ରାଜ୍ୟପାଳ ଅନିଲ ବୈଜଲଙ୍କ ସହ କୋରୋନା ସ୍ଥିତି ସମ୍ପର୍କରେ ଆଲୋଚନା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଦିଲ୍ଲୀରେ କୋଭିଡ୍ ପରୀକ୍ଷା ବୃଦ୍ଧି କରାଯିବ।

amit-shah-tweet
meeting with arvind kejriwal
author img

By

Published : Jun 14, 2020, 3:32 PM IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପ-ରାଜ୍ୟପାଳ ଅନିଲ ବୈଜଲଙ୍କ ସହ କୋରୋନା ସ୍ଥିତି ସମ୍ପର୍କରେ ଆଲୋଚନା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଦିଲ୍ଲୀରେ କୋଭିଡ୍ ପରୀକ୍ଷା ବୃଦ୍ଧି କରାଯିବ।

ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ ବୋଲି ଅମିତ ଶାହା ଟ୍ବିଟ କରିଛନ୍ତି। ଦିଲ୍ଲୀରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଆସନ୍ତା 2 ଦିନରେ କୋରୋନା ପରୀକ୍ଷାକୁ ଦ୍ବିଗୁଣା ବୃଦ୍ଧି କରାଯିବ ଓ 6 ଦିନ ପରେ ପରୀକ୍ଷା ତିନି ଗୁଣକୁ ବୃଦ୍ଧି କରାଯିବ ।

ଶାହା କହିଛନ୍ତି ଯେ କିଛି ଦିନ ପରେ କଣ୍ଟେନମେଣ୍ଟ ଜୋନର ପ୍ରତ୍ୟେକ ମତଦାନ କେନ୍ଦ୍ରରେ ପରୀକ୍ଷା ବ୍ୟବସ୍ଥା ଆରମ୍ଭ ହେବ। ଦିଲ୍ଲୀର ଛୋଟ ଡାକ୍ତରଖାନା ଗୁଡିକୁ କୋରୋନା ପାଇଁ ସଠିକ୍ ସୂଚନା ଓ ନିର୍ଦ୍ଦେଶାବଳୀ ପ୍ରଦାନ କରିବାକୁ ମୋଦି ସରକାର ଏମ୍ସରେ ଟେଲିଫୋନିକ୍ ଗାଇଡଲାଇନ୍ ପାଇଁ ବରିଷ୍ଠ ଡାକ୍ତରଙ୍କ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ହେଲ୍ପଲାଇନ ନମ୍ବର ସୋମବାର ଜାରି କରାଯିବ ।

ଗୃହମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀର କଣ୍ଟେନମେଣ୍ଟ ଜୋନରେ କଣ୍ଟାକ୍ଟ ମ୍ୟାପିଂ ଭଲଭାବରେ ହୋଇପାରିବ ସେଥିପାଇଁ ସ୍ବାସ୍ଥ୍ୟ ସର୍ଭେ କରାଯିବ, ଏହାର ରିପୋର୍ଟ ସପ୍ତାହେ ମଧ୍ୟରେ ଆସିବ। ଏହାସହ ଭଲ ମନିଟରିଂ କରିବା ପାଇଁ ଆରୋଗ୍ୟ ସେତୁ ଆପ୍ ପ୍ରତ୍ୟେକ ବ୍ୟକ୍ତିଙ୍କ ମୋବାଇଲରେ ଡାଉନଲୋଡ୍ ହେବ ।

ଦିଲ୍ଲୀର ବେସରକାରୀ ଡାକ୍ତରଖାନା ଗୁଡିକରେ କୋରୋନା ସଂକ୍ରମଣର ଚିକିତ୍ସା ପାଇଁ ଡ଼ଃ ପାଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ଘରୋଇ ଡାକ୍ତରଖାନାରେ 60 ପ୍ରତିଶତ କମ୍ ହାରରେ କୋରୋନା ବେଡ୍ କମ୍ ଯୋଗାଇଦିଆଯିବ । ଏହାସହ କୋରୋନା ଚିକିତ୍ସା ଓ ପରୀକ୍ଷା ସଠିକ୍ ଭାବେ କରିବା ପାଇଁ ଡ଼ଃ ପାଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଏହା 15 ମେ ରେ ରିପୋର୍ଟ ପ୍ରସ୍ତୁତ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.