ETV Bharat / bharat

6 ରେ ଶାହଙ୍କ ତେଲେଙ୍ଗାନା ଗସ୍ତ - membership

ତେଲେଙ୍ଗାନା ଗସ୍ତ କରିବେ ଗୃହମନ୍ତ୍ରୀ । ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ବାର୍ଷୀକି ଅବସରରେ ଶାହ ଜୁଲାଇ 6 ରେ ହାଇଦ୍ରାବାଦ ଆସୁଛନ୍ତି ।

ଫାଇଲ ଫଟୋ
author img

By

Published : Jul 3, 2019, 1:52 PM IST

Updated : Jul 3, 2019, 2:16 PM IST

ହାଇଦ୍ରାବାଦ: ତେଲେଙ୍ଗାନା ଗସ୍ତ କରିବେ ଗୃହମନ୍ତ୍ରୀ। ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ବାର୍ଷୀକି ଅବସରରେ ଶାହ ଜୁଲାଇ 6 ତାରିଖରେ ହାଇଦ୍ରାବାଦ ଗସ୍ତ କରିବେ । ଏହାପରେ ସେ ଶାସମାବାଦରେ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିବେ । ପରେ ବିଜେପିର ବରିଷ୍ଠ ନେତାଙ୍କ ସହ ବୈଠକ କରିବେ ବୋଲି ପାର୍ଟି ଅଫିସ ତରଫରୁ ସୂଚନା ମିଳିଛି ।

ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଜୁଲାଇ 6 ତାରିଖରେ ବାରଣାସୀର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବେ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ଏହି ସଭ୍ୟ ସଂଗ୍ରହ ଅଭିଯାନରେ ଜେପି ନଡ୍ଡା ମୋଦିଙ୍କୁ ସହଯୋଗ କରିବେ ।

ବର୍ତ୍ତମାନ ବିଜେପିର ଏହି ସଭ୍ୟ ସଂଗ୍ରହ ଅଭିଯାନ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ । ସବୁ ରାଜ୍ୟ ଓ ଜିଲ୍ଲାର ସାଧାରଣ ସମ୍ପାଦକଙ୍କ ସହ ଆଲୋଚନା ଶେଷ ହୋଇଯାଇଛି । ବର୍ତ୍ତମାନ ସମୟରେ ଗ୍ରାମ୍ୟସ୍ତରୀୟ ବୈଠକର ଆୟୋଜନ କରାଯାଉଥିବା ଚୌହାନ କହିଛନ୍ତି । ତେବେ ଏହି ଅଭିଯାନ ମୁଖ୍ୟତଃ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ, ବଜାର, ହୋଟେଲ ଓ ବିଭିନ୍ନ ଫ୍ୟାକ୍ଟ୍ରିରେ କରାଯିବ । ଚଳିତ ନିର୍ବାଚନରେ ଯେଉଁ ନିର୍ବାଚନୀ ମଣ୍ଡଳୀରେ ବିଜେପି ଶୋଚନୀୟ ପରାଜୟ ବରଣ କରିଛି ତାହାକୁ ଦୃଷ୍ଟିରେ ରଖାଯିବ ବୋଲି ସେ କହିଛନ୍ତି ।

Intro:Body:

BLANK

Conclusion:
Last Updated : Jul 3, 2019, 2:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.