ହାଇଦ୍ରାବାଦ: ସିଏଏ ସପକ୍ଷ ରାଲିରେ ଯୋଗଦେବେ ଗୃହମନ୍ତ୍ରୀ ଅମିତ ଶାହା । ମାର୍ଚ୍ଚ 15ରେ ହାଇଦ୍ରାବାଦରେ ହେବାକୁ ଥିବା ଏହି ରାଲିରେ ଯୋଗଦେବେ ଗୃହମନ୍ତ୍ରୀ । ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ କେ.ଲକ୍ଷ୍ମଣ ଗୁରୁବାର ଏହି ସୂଚନା ଦେଇଛନ୍ତି ।
ଟିଆରଏସ(TRS) ଓ ଏଆଇଏମଆଇଏମ(AIMIM) ଦ୍ବାରା ସିଏଏକୁ ନେଇ କରୁଥିବା ମିଥ୍ୟା ପ୍ରଚାରର ମୁଖା ଖୋଲିବ ବିଜେପି ବୋଲି ସୂଚନା ଦେଇଛନ୍ତି ସେ । ସିଏଏକୁ ନେଇ ପ୍ରକୃତ କଥା ଲୋକଙ୍କ ପାଖରେ ପହଞ୍ଚାଇବା ଏହି ରାଲିର ପ୍ରକୃତ ଉଦ୍ଦେଶ୍ୟ ବୋଲି କେ.ଲକ୍ଷ୍ମଣ କହିଛନ୍ତି ।
ଏହାସହ ସେ ଅଭିଯୋଗ ଆଣିଛନ୍ତି ଯେ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ବିକାଶ ଯୋଜନା କେବଳ ନିର୍ବାଚନ ସମୟରେ ହିଁ କରୁଛନ୍ତି । ଅନ୍ୟପକ୍ଷେ ରାଜ୍ୟର ଅର୍ଥନୈତିକ ସ୍ଥିତି ଶୋଚନୀୟ ଥିବା ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ