ETV Bharat / bharat

ବିଜେପି ବଂଶବାଦର ଚିନ୍ତାଧାରା ରଖେନାହିଁ: ଅମିତ ଶାହ - ବିଜେପି ପରିବାରବାଦର ଚିନ୍ତାଧାରା ରଖେନାହିଁ

ଜେ.ପି ନଡ୍ଡାଙ୍କ ଦାୟିତ୍ବ ଗ୍ରହଣ ସମାରୋହରେ କଂଗ୍ରେସକୁ ଟାର୍ଗେଟ କଲେ ଗୃହମନ୍ତ୍ରୀ ଅମିତ ଶାହ । ଜାଣନ୍ତୁ ସେ କ'ଣ କହିଛନ୍ତି...

amit shah
ଅମିତ ଶାହ
author img

By

Published : Jan 20, 2020, 8:34 PM IST

ନୂଆଦିଲ୍ଲୀ: ବିଜେପିର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଜେ.ପି ନଡ୍ଡା । ଏହା ସହିତ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ନଡ୍ଡାଙ୍କ ଦାୟିତ୍ବ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ତେବେ ଏହି ସମାରୋହରେ କଂଗ୍ରେସକୁ ଟାର୍ଗେଟ କରି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ବିଜେପି ପରିବାରବାଦର ଚିନ୍ତାଧାରା ରଖେନାହିଁ । ବିଜେପି ସମସ୍ତ ଦଳଠାରୁ ସମ୍ପୂର୍ଣ୍ଣ ଭିନ୍ନ । କାରଣ ଏହି ଦଳ ଜାତି-ଧର୍ମ ଆଧାରରେ ଚାଲେ ନାହିଁ କି ବଂଶବାଦକୁ ମାନେ ନାହିଁ । ଦେଶରେ ଅନ୍ୟସମସ୍ତ ଦଳ ନିଜର ଗଣତାନ୍ତ୍ରିକ ସ୍ବରୂପ ହରାଇ ସାରିଛନ୍ତି । ସେମାନେ ନିଜ ପରିବାର ଲୋକଙ୍କୁ ହିଁ ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି ବୋଲି ଶାହ କହିଛନ୍ତି ।

ଏହା ସହିତ ଶାହ ନିଜ ଖୁସୀ ବ୍ୟକ୍ତ କରି କହିଛନ୍ତି, ଆଜି ଆମ ସମସ୍ତଙ୍କ ପାଇଁ ଆନନ୍ଦ ଏବଂ ଗୌରବର ବିଷୟ । ନିଜ ପରମ୍ପରାର ପାଳନ କରି ବିଜେପି ପୁଣିଥରେ ଏଭଳି ଜଣେ ଅଧ୍ୟକ୍ଷଙ୍କୁ ନିର୍ବାଚିତ କରିଛି ଯିଏ, ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଭାବରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।

ସେପଟେ ବିଜେପିର ନୂଆ ଅଧ୍ୟକ୍ଷ ଚୟନ ହେବାପରେ ନିଜ କାର୍ଯ୍ୟକାଳ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ସମସ୍ତ ବନ୍ଧୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶାହ । ଏହା ସହିତ ସେ ନୂଆ ଦାୟିତ୍ବ ପାଇଁ ଜେପି ନଡ୍ଡାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନେତୃତ୍ବରେ ଦଳ ଆହୁରି ଶକ୍ତିଶାଳୀ ଏବଂ ଅଧିକ ବ୍ୟାପକ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ସେ ।

ସୂଚନାଯୋଗ୍ୟ ଯେ, 2014 ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଅମିତ ଶାହ ଦଳର ଅଧ୍ୟକ୍ଷ ଦାୟିତ୍ବ ସମ୍ଭାଳିଥିଲେ । ତାଙ୍କ କାର୍ଯ୍ୟକାଳରେ ବିଜେପି ଗୋଟିଏ ପରେ ଗୋଟିଏ ରାଜ୍ୟରେ ବିଜୟ ହାସଲ କରିଥିଲା । 2019 ଲୋକସଭା ନିର୍ବାଚନରେ ମଧ୍ୟ ଦଳ ଶାହଙ୍କ ନେତୃତ୍ବରେ 2014ଠାରୁ ମଧ୍ୟ ବିଶାଳ ବିଜୟ ହାସଲ କରିଥିଲା । ଏହାପରେ ମୋଦିଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ତାଙ୍କୁ ଗୃହମନ୍ତ୍ରାଳୟର ଦାୟିତ୍ବଭାର ଦିଆଯାଇଥିଲା । ତେବେ ବିଜେପିର ଏକ ବ୍ୟକ୍ତି ଏକ ପଦ ସିଦ୍ଧାନ୍ତ ଯୋଗୁଁ ଶାହଙ୍କୁ ଅଧ୍ୟକ୍ଷ ପଦ ଛାଡିବାକୁ ପଡିଲା ।

Intro:Body:

VIDEO

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.