କେଥଲ: ରାଫେଲ ପୂଜା ପରେ ଏହାକୁ ନେଇ ରାଜନୀତି । କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତଙ୍କ ପରେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ରାଫେଲ ଫ୍ରାନ୍ସରେ ରାଫେଲ ପୂଜାକୁ ଶସ୍ତ୍ର ପୂଜାକୁ ତମାସା କହିଛନ୍ତି । ଏଭଳି ଡ୍ରାମା କରିବାର କୌଣସି ଆବଶ୍ୟକତା ନଥିଲା ବୋଲି ସେ କହିଛନ୍ତି । ଏହାକୁ ନେଇ ହରିୟାଣା ନିର୍ବାଚନ ପ୍ରଚାରରେ ଯୋଗ ଦେଇ ଗୃହମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ରାଫେଲ ପୂଜା ଠାରୁ ଆରମ୍ଭ କରି ଧାରା 370 ଭଳି ପ୍ରସଙ୍ଗରେ କଡା ସମାଲୋଚନା କରିଛନ୍ତି ।
ଅମିତ ଶାହା ଉପସ୍ଥିତ ସଭାକୁ ସମ୍ଭୋଧନ କରି ପ୍ରଶ୍ନ କରିଛନ୍ତି ଯେ, କ’ଣ ବିଜୟାଦଶମୀରେ ଶସ୍ତ୍ର ପୂଜା କରାଯାଏ ନାହିଁ? ଶତ୍ରୁ ଉପରେ ବିଜୟ ପାଇଁ ଶସ୍ତ୍ର ପୂଜା ଦରକାର କି ନାହିଁ ? ଏହାସହ କଂଗ୍ରେସକୁ ଭାରତୀୟ ସଂସ୍କୃତି ନୂହେଁ ଇଟାଲୀ ସଂସ୍କୃତିରେ ପ୍ରଭାବିତ ବୋଲି କହି ସମାଲୋଚନା କରିଛନ୍ତି ଅମିତ ଶାହା । ଏହାସହ କଟାକ୍ଷ କରି କରି କଂଗ୍ରେସକୁ ସେ ଉପଦେଶ ଦେଇଛନ୍ତି ଯେ, କେଉଁ କଥାରେ ଆଲୋଚନା କରିବା ଉଚିତ୍ ଏବଂ କେଉଁ କଥାରେ ନୁହେଁ ସେ ବିଷୟରେ କଂଗ୍ରେସକୁ ରାତିରେ ଚିନ୍ତା କରିବା ଦରକାର ।
ଏହାସହ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ସର୍ଜିକାଲ ଷ୍ଟ୍ରାଇକ ଓ ଏୟାର ଷ୍ଟ୍ରାଇକ ପୁଭାରତର ସୀମା ଓ ସେନା ଉପରେ ଆଞ୍ଚ ଆସିଲେ ପରିଣାମ କେତେ ଭୟାଭୟ ହୋଇପାରେ ତାହା ସମଗ୍ର ବିଶ୍ବରୁ ଦେଖିଲା ବୋଲି କହିଛନ୍ତି । ଏହାସହ ଧାରା 370 ମାମଲାରେ ମଧ୍ୟ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ଶାହା । ତିନି ପୀଢି ଧରି ଶାସନ କରୁଥିବା ଦଳ 370 ହଟାଇବା ପାଇଁ ସାହସ ଦେଖାଇ ନପାରିବା କଥା ସେ କହିଛନ୍ତି ।
ଭାରତୀୟ ବାୟୁସେନାରେ ରାଫେଲ ଜେଟ୍କୁ ମିଶାଇଥିବା କାରଣରୁ ପିଏମଙ୍କୁ ପ୍ରଂଶସା କରିଛନ୍ତି ଶାହା ।
ଏଠାରେ ସୂଚନା ଯୋଗ୍ୟ ଯେ ଗତକାଲି ଭାରତକୁ ପ୍ରଥମ ରାଫେଲ ଜେଟ ହସ୍ତାନ୍ତର କରିଛି ଫ୍ରାନ୍ସ । ରାଫେଲ ମିଳିବା ପରେ ରକ୍ଷାମମନ୍ତ୍ରୀ ରାଜନାଥ ସିଂହ ଏହାକୁ ରୀତିନୀତିରେ ପାରମ୍ପରିକ ଶୈଳୀରେ ପୂଜାର୍ଚ୍ଚନା କରିଥିଲେ । ରାଜନାଥ ସିଂ ଶସ୍ତ୍ର ପୂଜା କରିବା ସହ ରାଫେଲରେ ଓମ୍ ଲେଖିଥିଲ, ନଡିଆ ଚଢାଇବା ସହ ରେଫେଲ ଚକା ଚଳେ ଲେମ୍ବୁ ରଖି ପୂଜା କରିଥିଲେ । ଏହାପରେ ପ୍ରାୟ 30 ମିନିଟ ରାଫେଲରେ ଉଡାଣ ଭରିଥିଲେ ।