ETV Bharat / bharat

କୋରୋନା ପ୍ରତିହତ ଠୁ କଂଗ୍ରେସକୁ ଚ୍ୟାଲେଞ୍ଜ, ଜାଣନ୍ତୁ ଶାହାଙ୍କ ମାଷ୍ଟର ପ୍ଲାନ

author img

By

Published : Jun 28, 2020, 4:24 PM IST

Updated : Jun 28, 2020, 6:23 PM IST

ସମାଚାର ସରବାରାହ ସଂସ୍ଥା ଏଏନଆଇକୁ ଶାହାଙ୍କ ସାକ୍ଷାତକାର । କୋରୋନାର ବର୍ତ୍ତମାନ ସ୍ଥିତି ଓ ଏହାକୁ ପ୍ରତିହତ କରିବା ପାଇଁ ରଣନୀତି ଉପରେ ଶାହାଙ୍କ ଆଲୋଚନା । ଅନ୍ୟପକ୍ଷେ ଆଲୋଚନା ପାଇଁ କଂଗ୍ରେସ ନେତା ରାହୁ ଗାନ୍ଧୀଙ୍କୁ ଦେଲେ ଚ୍ୟାଲେଞ୍ଜ । ଅଧିକ ପଢନ୍ତୁ...

କୋରୋନାକୁ ପ୍ରତିହତଠାରୁ କଂଗ୍ରେସକୁ ଚ୍ୟାଲେଞ୍ଜ ଦେବା ଯାଏଁ ଯାଣନ୍ତୁ ଶାହାଙ୍କ ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ: ଦେଶରେ ଜାରି କୋରୋନା ସଂକ୍ରମଣ ମଧ୍ୟରେ ସମାଚାର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କୋରୋନା ଭାଇରସର ବର୍ତ୍ତମାନ ସ୍ଥିତି ଓ ଏହା ବିରୁଦ୍ଧରେ ଜାରି ରହିଥିବା ଅଭିଯୋନ ସମ୍ପର୍କରେ ବିସ୍ତୃତ ଆଲୋଚନା ଚର୍ଚ୍ଚା କରିଛନ୍ତି ସେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦେଶ କୋରୋନା ବିରୁଦ୍ଧରେ ଜାରି ଯୁଦ୍ଧ ନିଶ୍ଚିତ ଜିତିବ ବୋଲି ଶାହା ପ୍ରତିକ୍ରିୟା ଦେଇଛନ୍ତି । ଏହାସହ ମହାମାରୀର ସଙ୍କଟ ମଧ୍ୟରେ କଂଗ୍ରେସର ରାଜନୀତିକୁ ନେଇ ମଧ୍ୟ ବର୍ଷିଛନ୍ତି ଗୃହମନ୍ତ୍ରୀ ।

ଜାଣନ୍ତୁ ଶାହାଙ୍କ ସାକ୍ଷାତକାରର ମୁଖ୍ୟ ବିନ୍ଦୁ...

ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀରେ ବଢିବନି କୋରୋନା

ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀରେ କୋରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିବ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦାବି କରିଛନ୍ତି । ଏହି ଦାବିକୁ ଖାରଜ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି, ଦିଲ୍ଲୀରେ ଜୁଲାଇ ଶେଷ ସୁଦ୍ଧା ମୋଟ ସାଢେ ପାଞ୍ଚ ଲକ୍ଷ ଯାଏଁ ପହଞ୍ଚିବ ନାହିଁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେଣୁ ଦିଲ୍ଲୀବାସୀଙ୍କୁ ଭୟଭୀତ ହେବା ଆବଶ୍ୟକ ନାହିଁ ।

ଅମିତ ଶାହା ଏଏନଆଇକୁ ସାକ୍ଷାତ କରି କହିଛନ୍ତି, ‘ଆମେ କୋରୋନାକୁ ରୋକିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରୁଛୁ । ତେଣୁ ଦିଲ୍ଲୀରେ ସାଢେ ପାଞ୍ଚ ଲକ୍ଷ କୋରୋନା ଆକ୍ରାନ୍ତ ହେବା କଥାରେ ମୁଁ ସହମତ ନୁହେଁ ।’ ଅମିତ ଶାହା ସ୍ପଷ୍ଟ କରିଛନ୍ତି ଯେ ରାଜଧାନୀରେ ଗୋଷ୍ଟି ସଂକ୍ରମଣ ହୋଇନାହିଁ । କୋରୋନାକୁ ଭୟ କରିବା ଆବଶ୍ୟକତା ନାହିଁ । ଦିଲ୍ଲୀରେ କୋରୋନା ଟେଷ୍ଟ ଚାରିଗୁଣା ଅଧିକ ହୋଇଛି । ବର୍ତ୍ତମାନ ରାଜଧାନୀରେ ପ୍ରତିଦିନ 16 ହଜାର କୋରୋନା ଟେଷ୍ଟ ହେଉଛି ।

ଜୁନ 14ରେ ଏକ ସମନ୍ବୟ ବୈଠକ ହୋଇଥିଲା । ଦିଲ୍ଲୀ ସରକାର ଏମସିଡି ଓ ଭାରତ ସରକାରଙ୍କ ମଧ୍ୟରେ ସମନ୍ବୟ ପାଇଁ ଏହି ବୈଠକ ଜରୁରୀ ଥିଲା । ଭାରତ ସରକାର ଏଥିରେ ଅନେକ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇପାରିବ । ଏନେଇ କୋରୋନା ବିରୋଧରେ ବ୍ୟାପକ ଅଭିଯାନ ପାଇଁ ଏହି ବୈଠକ ହୋଇଥିବା ଶାହା କହିଛନ୍ତି ।

କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କୁ ତତ୍କାଳ 500 ଅକ୍ସିଜେନ ସିଲିଣ୍ଡର, 440 ଭେଣ୍ଟିଲେଟର ଦେଇଛନ୍ତି । ଅନ୍ୟପକ୍ଷେ ଆମ୍ବୁଲାନ୍ସ ପାଇଁ ଘରୋଇ କମ୍ପାନୀ ସହ ମିଶି ଏହାର ଆବଶ୍ୟକତାକୁ ପୁରା କରିବା ପାଇଁ ଦିଲ୍ଲୀ ସରକାରଙ୍କୁ କୁହାଯାଇଥିବା ଶାହା ସ୍ପଷ୍ଟ କରିଛନ୍ତି ।

ଦିଲ୍ଲୀରେ ମୃତଦେହର ସ୍ଥିତି ଅତ୍ୟନ୍ତ ଖରାପ ଥିଲା । ପାଖାପାଖି 350 ମୃତଦେହ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା । ପରେ ଧର୍ମାନୁଶାରେ ଏହି ମୃତଦେହ ଗୁଡିକର ଅନ୍ତମ ସଂସ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ଏବେ କୌଣସି ବି ମୃତଦେହ ପରିତ୍ୟକ୍ତ ଅବସ୍ଥାରେ ନଥିବା ଶାହା କହିଛନ୍ତି ।

ସାକ୍ଷାତକାର ସମୟରେ ଅମିତ ଶାହାଙ୍କୁ ପଚରାଯାଇଥିଲା ଯେ ଲାଗୁଛି ଯେପରି ଗୃହମନ୍ତ୍ରୀ ଦିଲ୍ଲୀ ସମ୍ଭାଳିବା ଦାୟିତ୍ବରେ ଅଛନ୍ତି । ଏହାର ଉତ୍ତର ଦେଇ ସେ କହିଛନ୍ତି ଯେ ସେପରି ଭାବିବା ଭୁଲ, ସମସ୍ତେ ଏକାଠି କାମ କରୁଛନ୍ତି । ଦିଲ୍ଲୀ ସରକାର ଏବଂ ଏମସିଡି ମିଳିତ ଭାବେ ଉଦ୍ୟମ କରୁଛନ୍ତି ।

ଏହା ସହିତ ସେ କହିଛନ୍ତି ଯେ ମନୀଷ ସିସୋଦିଆଙ୍କ ବକ୍ତବ୍ୟ ଦ୍ବାରା ସୃଷ୍ଟି ହୋଇଥିବା ଭୟ ଏବଂ ବୋଧହୁଏ ଏହି କାରଣରୁ ଏତେ ସଂଖ୍ୟକ ଲୋକେ ନିଜ ନିଜ ରାଜ୍ୟ ବା ଘରକୁ ଚାଲିଯାଇଛନ୍ତି । ଜୁଲାଇ ଶେଷ ସୁଦ୍ଧା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବ ନାହିଁ ବୋଲି ଅମିତ ଶାହା କହିଛନ୍ତି ।

ଦିଲ୍ଲୀ ଏନସିଆରରେ କୋରୋନା ପ୍ରତିହତ ପାଇଁ କଣ ରହିଛି ପ୍ଲାନ

ଦିଲ୍ଲୀ ଏନସିଆରରେ କୋରୋନାକୁ ପ୍ରତିହତ କରିବା ପାଇଁ ସରକାରଙ୍କ ପ୍ଲାନ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି, ଏହା ବିରୋଧରେ ଆମେ ମିଳିମିଶି ଲଢେଇ ଜାରି ରଖିଛୁ । ସମନ୍ବୟ ପାଇଁ ଦିଲ୍ଲୀ, ହରିଆଣା ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ । ସେ ସାକ୍ଷାତକାରରେ କହିଛନ୍ତି, ଏଲସିଆରକୁ ନେଇ ବୈଠକ ହୋଇଛି । ଏନସିଆରରେ ଟେଷ୍ଟିଂ ବଢାଇବା କାମ କରାଯିବ ।

କେବଳ ଦିଲ୍ଲୀ ସରକାର ନୁହେଁ, ସବୁ ମିଳିମିଶି କାମ କରୁଛନ୍ତି

କୋରୋନାକୁ ପ୍ରତିହତ କରିବା ପାଇଁ ଦିଲ୍ଲୀ ସରକାର କଣ କେନ୍ଦ୍ର ସରକାରଙ୍କ ଅଧିନରେ ରହି କାମ କରୁଛି ବୋଲି ସାକ୍ଷାତକାରରେ ପ୍ରଶ୍ନ ପଚରାଯାଇଥିବାବେଳେ ଏହାର ଉତ୍ତରରେ ଶାହା କହିଛନ୍ତି ଯେ, ସବୁ ମିଳିମିଶି କାମ କରୁଛନ୍ତି । କେନ୍ଦ୍ର ସରକାର, ଦିଲ୍ଲୀ ସରକାର ଓ ଏମସିଡି ହସ୍ପିଟାଲରେ ଚିକିତ୍ସା ପାଇଁ କୌଣସି ବି ରୋଗୀଙ୍କୁ ପ୍ରମାଣ ପତ୍ର ମଗାଯିବ ନାହିଁ ବୋଲି ଶାହା ସ୍ପଷ୍ଟ କରିଛନ୍ତି ।

ଗୃହମନ୍ତ୍ରୀ କହିଛନ୍ତି, ଜୁନ 30 ସୁଦ୍ଧା 30 ହଜାର ଶଯ୍ୟା ଉପଲବ୍ଧ କରାଯିବ । ରେଳକୋଚରେ 8 ହଜାର ଶଯ୍ୟା ତିଆରି ସରିଛି । ଡିଆରଡିଓ ଗୋଟିଏ ସ୍ବତନ୍ତ୍ର ହସ୍ପିଟାଲ ନିର୍ମାଣ କରୁଛି, ଯେଉଁଥିରେ 250 ଆଇସିୟୁ ଶଯ୍ୟା ଭେଣ୍ଟିଲେଟର ସହ ଉପଲବ୍ଧ ରହିବ । ଏହାସହ ରାଧାସ୍ବାମୀ ସତସଙ୍ଗ ପରିସରରେ 10 ହଜାର ଶଯ୍ୟା ବିଶିଷ୍ଟ ହସ୍ପିଟାଲର ନିର୍ମାଣ କରାଯାଇଛି । ଏହାକୁ ଆଇଟିବିପି ପରିଚାଳନା କରିବ ।

'ପ୍ରତିଦିନ ଫୋନ କରି ପ୍ରଧାନମନ୍ତ୍ରୀଙ୍କୁ ସ୍ଥିତି ଉପରେ ଅବଗତ କରାଉଛି'

ରାଜଧାନୀରେ କୋରୋନାର ସଂକ୍ରମଣ ରୋକିବା ପାଇଁ ଯଥା ସମ୍ଭାବ ପ୍ରୟାସ ଜାରି ରହିଛି । କୋରୋନାର ସ୍ଥିତିକୁ ନେଇ ପ୍ରତିଦିନ ପ୍ରଧାନମନ୍ତ୍ରୀଙ୍କୁ ଫୋନ କରି ଏହା ଉପରେ ଅବଗତ କରାଉଥିବା ଶାହା କହିଛନ୍ତି ।

ରାହୁଲ ଗାନ୍ଧୀଙ୍କ ହ୍ୟାଜଟାଗକୁ ବଳ ଦେଉଛନ୍ତି ଚୀନ-ପାକିସ୍ତାନ

ଗୋଟିଏପକ୍ଷେ ଚୀନ ସହ ସଂଘର୍ଷ ଜାରି ରହିଥିବା ବେଳେ ଅନ୍ୟପକ୍ଷେ ଏହାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି ମଧ୍ୟ ଲାଗି ରହିଛି । ଲଦାଖର ଏଲଏସି ସ୍ଥିତ ଗଲଓ୍ବାନ ଉପତ୍ୟକାରେ ଭାରତର 20 ଯବାନ ଶହୀଦ ଘଟଣାକୁ ନେଇ ରଜନୀତିର ଚରମ ସ୍ଥିତିରେ ରହିଛି । ଗଲଓ୍ବାନ ଘାଟିରେ ସଂଘର୍ଷ ଉପରେ ସରକାରଙ୍କ ପ୍ରିତିକ୍ରିୟାକୁ ନେଇ କଂଗ୍ରେସ ବାରମ୍ବାର ପ୍ରଶ୍ନ ଉଠାଇବାରେ ଲାଗିଛି । ରାହୁଲ ଗାନ୍ଧୀ 'ସରେଣ୍ଡର ମୋଦି' ବୋଲି ଟ୍ବିଟ ମଧ୍ୟ କରିଦେଇଥିଲେ । ଏହା ଉପରେ ଗୃହମନ୍ତ୍ରୀ କହିଛନ୍ତି ଯେ ଆଗକୁ ସଂସଦର ବୈଠକ ବସିବ । ଚର୍ଚ୍ଚା କରିବାର ଅଛି ତ ଆସନ୍ତୁ । ସରକାର ଚର୍ଚ୍ଚା କରିବାକୁ ପ୍ରସ୍ତୁତ ଅଛନ୍ତି । 1962ରୁ ଆଜିଯାଏଁ ସବୁ ବିଷୟରେ ଚର୍ଚ୍ଚା ହେଉ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ରାହୁଲଙ୍କ ଏହି ହ୍ୟାଜଟାଗକୁ ଉଭୟ ଚୀନ ଓ ପାକିସ୍ତାନ ବଳ ଯୋଗାଉଥିବା କହିଛନ୍ତି ଶାହା ।

Last Updated : Jun 28, 2020, 6:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.