ଗାନ୍ଧୀନଗର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଛୋଟ ଅପରେସନ ପାଇଁ ଗୁଜୁରାଟର ଅହମ୍ମଦାବାଦରେ ଥିବା କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଅପରେସନ ସଫଳ ହୋଇଛି । ଏହା ପରେ ତାଙ୍କୁ ହସ୍ପିଟାଲରୁ ଘରକୁ ନିଆଯାଇଛି।
କିଛି ଦିନ ଧରି ଶାହ ଲିପୋମା ରୋଗରେ (ବେକର ପଛପଟ ଉପରି ଭାଗରେ ଉଠିଥିବା ଏକ ଗଣ୍ଠି ସଦୃଶ) ପୀଡିତ ଥିଲେ । ଏଥି ପାଇଁ ତାଙ୍କୁ ବୁଧବାର ଅହମ୍ମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସଫଳ ଅପରେସନ ପରେ ଶାହଙ୍କୁ ଡିସଚାର୍ଜ କରାଯାଇଛି।