ETV Bharat / bharat

'ଅଲ ଇଣ୍ଡିଆ ବୃକ୍ଷରୋପଣ ଅଭିଯାନ'ରେ ଯୋଗ ଦେଲେ ଅମିତ ଶାହ

author img

By

Published : Jul 12, 2020, 11:31 AM IST

Updated : Jul 12, 2020, 11:56 AM IST

ଗୁରୁଗ୍ରାମ ସ୍ଥିତି ଖାଦରପୁରରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଦ୍ବାରା ଆୟୋଜିତ ଏକ ବୃକ୍ଷ ରୋପଣ ଅଭିଯାନରେ ଯୋଗ ଦେଇ କୋଭିଡ ଯୋଦ୍ଧାଙ୍କୁ ପ୍ରଶଂସା କଲେ ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ...

'ଅଲ ଇଣ୍ଡିଆ ବୃକ୍ଷରୋପଣ ଅଭିଯାନ'ରେ ଯାଗ ଦେଲେ ଅମିତ ଶାହ

ଚଣ୍ଡିଗଡ: ହରିୟାଣାର ଗୁରୁଗ୍ରାମ ସ୍ଥିତ ଖାଦରପୁରରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଦ୍ୱାରା 'ଅଲ ଇଣ୍ଡିଆ ବୃକ୍ଷରୋପଣ ଅଭିଯାନ' ଆରମ୍ଭ ହୋଇଛି । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଂଶଗ୍ରହଣ କରି ବୃକ୍ଷରୋପଣ କରିଛନ୍ତି।

'ଅଲ ଇଣ୍ଡିଆ ବୃକ୍ଷରୋପଣ ଅଭିଯାନ'ରେ ଯୋଗ ଦେଲେ ଅମିତ ଶାହ

ଏହି ଅବସରରେ ଆୟୋଜିତ ଏକ ସମ୍ମିଳନୀରେ ଶାହ କହିଛନ୍ତି ଯେ, ''ସବୁଠାରୁ ଜନସଂଖ୍ୟା ବହୁଳ ଦେଶ ମଧ୍ୟରୁ ଭାରତ ଅନ୍ୟତମ । କୋରୋନା ମହାମାରୀ ସମୟରେ ସମସ୍ତେ ଭାବିଥିଲେ ଯେ, ଭାରତ ଭଳି ଦେଶ କିପରି କୋଭିଡ-19 ଯୁଦ୍ଧକୁ ମୁକାବିଲା କରିବ। ଏନେଇ ନାନା ଆଶଙ୍କାମାନ ଦେଖାଦେଇଥିଲା । ହେଲେ ଆଜି ସମଗ୍ର ବିଶ୍ୱ ସାକ୍ଷୀ ରହିଛି ଯେ କୋଭିଡ-19 ବିରୋଧରେ ସବୁଠାରୁ ସଫଳ ଯୁଦ୍ଧ କିପରି ଭାରତ ଲଢିଛି''।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ''କୋଭିଡ-19 ବିରୋଧରେ ଆମର ସମସ୍ତ ସୁରକ୍ଷା ବାହିନୀ ଏକ ବଡ଼ ଭୂମିକା ଗ୍ରହଣ କରିଛନ୍ତି, ଯାହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ଆଜି ମୁଁ ଏହି କୋରୋନା ଯୋଦ୍ଧାମାନଙ୍କୁ ସଲାମ କରୁଛି । ସେମାନେ ପ୍ରମାଣ କରିଦେଇଛନ୍ତି ଯେ, କେବଳ ଆତଙ୍କବାଦ ସହ ନୁହେଁ ବରଂ ଲୋକଙ୍କ ପାଇଁ କୋଭିଡ ବିରୋଧରେ ଲଢିବା ସହ ଜିତିବା ମଧ୍ୟ ଜାଣିଛନ୍ତି''।

Last Updated : Jul 12, 2020, 11:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.