ETV Bharat / bharat

ଶାହାଙ୍କ ନେତୃତ୍ବରେ ବସିବ କେନ୍ଦ୍ର ଗୃହମନ୍ତ୍ରଣାଳୟରେ GoM ବୈଠକ

ଦେଶରେ କୋରୋନା ଭାଇରସର ଗତି ତୀବ୍ର ହୋଇଛି । ଗତ କିଛି ଦିନ ଧରି ପ୍ରତିଦିନ 25 ହଜାରରୁ ଅଧିକ ମାମଲା ଆସୁଛି ଓ ବୁଧବାର ଏହି ସଂଖ୍ୟା 30 ହଜାରରେ ପହଞ୍ଚିଛି । ସେପଟେ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ବରେ ମନ୍ତ୍ରୀ ଦଳ ବୈଠକ (ଜିଓଏମ୍) ବସିବ ।

 ଗୃହମନ୍ତ୍ରଣାଳୟରେ ଆଜି GoM ବୈଠକ
ଗୃହମନ୍ତ୍ରଣାଳୟରେ ଆଜି GoM ବୈଠକ
author img

By

Published : Jul 15, 2020, 4:15 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସର ଗତି ତୀବ୍ର ହୋଇଛି । ଗତ କିଛି ଦିନ ଧରି ପ୍ରତିଦିନ 25 ହଜାରରୁ ଅଧିକ ମାମଲା ଆସୁଛି ଓ ବୁଧବାର ଏହି ସଂଖ୍ୟା 30 ହଜାରରେ ପହଞ୍ଚିଛି । ସେପଟେ ଆଜି(ବୁଧବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ବରେ ମନ୍ତ୍ରୀ ଦଳ ବୈଠକ (ଜିଓଏମ୍) ବସିବ । ଏହା ବ୍ୟତୀତ ଏହି ବୈଠକରେ ଚିନି ମୂଲ୍ୟ ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ। ସୂଚନାନୁସାରେ, ଚିନି ମୂଲ୍ୟ କିଲୋଗ୍ରାମରେ 2 ଟଙ୍କା ବୃଦ୍ଧି ହେବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯାଇପାରେ।

ଏହି ବୈଠକ କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ ଅନୁଷ୍ଠିତ ହେବ। କୋରୋନା ସଙ୍କଟ ବ୍ୟତୀତ ଲକଡାଉନ୍ ଓ ଅନଲକ୍ ବିଷୟରେ ଆଲୋଚନା ହୋଇପାରେ । ପ୍ରକାଶଥାଉକି, ଜୁଲାଇ 1 ରେ ଅନଲକ୍-2 ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଥିଲା । ଏହା ପରେ ଦେଶର ବିଭିନ୍ନ ସ୍ଥାନରେ ରିହାତି ଦିଆଯାଇଥିଲା।

ତେବେ କୋରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ କେତେକ ରାଜ୍ୟରେ ଲକଡାଉନ୍ ପଡିଛି। ବିହାରରେ 16 ରୁ 31 ଜୁଲାଇ ଯାଏଁ ଲକଡାଉନ୍ ରହିଛି । ବର୍ତ୍ତମାନ ୟୁପିରେ ପ୍ରତ୍ୟେକ ସପ୍ତାହ ଶେଷରେ ଲକଡାଉନ୍ ହେବ । ଏହା ବ୍ୟତୀତ ତାମିଲନାଡୁ, କର୍ଣ୍ଣାଟକ ସରକାର ମଧ୍ୟ ମାମଲା ବୃଦ୍ଧି ହେବା ପରେ ଅନେକ କ୍ଷେତ୍ରରେ ଲକଡାଉନ୍ କରିଛନ୍ତି ।

ପ୍ରକାଶଥାଉକି, 24 ଘଣ୍ଟା ମଧ୍ୟରେ ଭାରତରେ 29,429 ନୂତନ ମାମଲା ସାମ୍ନାକୁ ଆସିଛି । ଏହା ସୋମବାରର ସଂଖ୍ୟା ଅପେକ୍ଷା 1000 ଅଧିକ ଅଟେ । ସୋମବାର 28,498 ନୂତନ ମାମଲା ସାମ୍ନାକୁ ଆସିଥିଲା । ଏଥି ସହିତ 24 ଘଣ୍ଟାରେ 582 ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଦେଶରେ ମୋଟ ମାମଲା 9.36 ଲକ୍ଷ ଅତିକ୍ରମ କରିଛି। ପାଖାପାଖି 6 ଲକ୍ଷ ଲୋକ ଆରୋଗ୍ୟ ଲାଭ କରିଥିବାବେଳେ 3 ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 24 ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.