ETV Bharat / bharat

3ଟି ଦାବି ପୂରଣ କରନ୍ତୁ ଅମିତ ଶାହ ଅଥବା ଇସ୍ତଫା ଦିଅନ୍ତୁ: ଦିଗବିଜୟ ସିଂହ

author img

By

Published : Feb 16, 2020, 3:06 PM IST

ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ଦ୍ବାରା ଗୁଜୁରାଟର ଅହମଦାବାଦରେ ଦିଆଯାଇଥିବା ବୟାନକୁ ଆଧାର କରି କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଉପରେ ବର୍ଷିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ । ଅମିତ ଶାହ ସିଏଏ ପ୍ରତ୍ୟାହର କରିବା ସହ ଏନଆରସି ଏବଂ ଏନପିଆର ଲାଗୁ କରିବାର ନିର୍ଣ୍ଣୟ ବଦଳାନ୍ତୁ, ଅଥବା ସେ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

t_amit shah ji fulfill these three demands

ଭୋପାଳ: ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ଦ୍ବାରା ଗୁଜୁରାଟର ଅହମଦାବାଦରେ ଦିଆଯାଇଥିବା ବୟାନକୁ ଆଧାର କରି କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଉପରେ ବର୍ଷିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ । ଅମିତ ଶାହ ସିଏଏ ପ୍ରତ୍ୟାହର କରିବା ସହ ଏନଆରସି ଏବଂ ଏନପିଆର ଲାଗୁ କରିବାର ନିର୍ଣ୍ଣୟ ବଦଳାନ୍ତୁ, ଅଥବା ସେ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି । ସୂଚନା ଯେ ଦିଲ୍ଲୀ ଶାହିନବାଗରେ ଦୀର୍ଘ ଦିନ ହେବ CAA, NRC ଓ NPRକୁ ନେଇ ପ୍ରଦର୍ଶନ ଜାରି ରହିଛି । ଏହା ଭିତରେ ଶାହିନବାଗ ପ୍ରଦର୍ଶନକାରୀଙ୍କୁ ଗୃହମନ୍ତ୍ରୀ ଅମିତ ଶାହ ଆଜି ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି ।

ଫଟୋ ସୌଜନ୍ୟ: ଟ୍ବିଟର@digvijaya_28
ଫଟୋ ସୌଜନ୍ୟ: ଟ୍ବିଟର@digvijaya_28

ଅମିତ ଶାହ ଶାହିନବାଗ ପ୍ରଦର୍ଶନକାରୀଙ୍କୁ ଭେଟିବା ପୂର୍ବରୁ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ନିଜ ଟ୍ବିଟରରେ ଭଗବତଙ୍କ ବୟାନକୁ ଟ୍ୟାଗ କରି ଲେଖିଛନ୍ତି, 'କେହି ବି ଖୁସୀରେ ନାହାନ୍ତି । ସମସ୍ତେ ଆନ୍ଦୋଳନ କରୁଛନ୍ତି । ମାଲିକ ଠାରୁ ଆରମ୍ଭ କରି ଶ୍ରମିକ ପର୍ଯ୍ୟନ୍ତ ଏବଂ ନିଯୁକ୍ତିଦାତାଠାରୁ ଆରମ୍ଭ କରି କର୍ମଚାରୀ ସମସ୍ତେ ଆନ୍ଦୋଳନ କରୁଛନ୍ତି । ସମସ୍ତେ ଦୁଃଖୀ ଏବଂ ଅସନ୍ତୁଷ୍ଟ ଅଛନ୍ତି । ସତ ସବୁଦିନ ଲୁଚି ରୁହେନା । ଭଗବତଙ୍କ ସଂସ୍ଥା ହିଁ ମୋଦି ଶାହଙ୍କୁ ସମର୍ଥନ ଦେଇ ଦେଶର ସ୍ଥିତି ବିଗାଡିଛନ୍ତି । ମୋଦି ଶାହ ନିଜ ରାଜଧର୍ମ ପାଳନ କରୁନାହାଁନ୍ତି । '

ଦିଗବିଜୟ ସିଂହ ଅନ୍ୟ ଏକ ଟ୍ବିଟ କରି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଅମିତ ଶାହ ସିଏଏ ପ୍ରତ୍ୟାହର କରିବା ସହ ଏନଆରସି ଏବଂ ଏନପିଆର ଲାଗୁ କରିବାର ନିର୍ଣ୍ଣୟ ବଦଳାଇ ଦିଅନ୍ତୁ । ଏହାଦ୍ବାରା ଦେଶରେ ଶାନ୍ତି ଫେରିଆସିବ । ଅଥବା ମୋହନ ଭଗବତଙ୍କ ବୟାନକୁ ଦୃଷ୍ଟିରେ ରଖି ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଅହମଦାବାଦରେ ଆୟୋଜିତ ‘ବ୍ୟାଖ୍ୟାମ’ ସଭାରେ ‘ବର୍ତ୍ତମାନ ବିଶ୍ବ ପରିଦୃଶ୍ୟରେ ଭାରତର ଭୂମିକା’ ଉପରେ ଆଲୋକପାତ କରି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ କହିଥିଲେ, ସୁଖ, ପ୍ରାଚୁର୍ଯ୍ୟ ଅହେତୁକ ଭାବରେ ବୃଦ୍ଧି ପାଇଛି । ପୂର୍ବାପେକ୍ଷା ଆରାମଦାୟକର ମାଧ୍ୟମ ବଢିଛି ହେଲେ ମଧ୍ୟ କେହି ବି ଏଥିରେ ଖୁସି ନାହାଁନ୍ତି , ସମସ୍ତ ଆନ୍ଦୋଳନକୁ ଓହ୍ଲାଉଛନ୍ତି । ସେ ମାଲିକ ହେଉ ଅବା ଶ୍ରମିକ, ବିପକ୍ଷ ଦଳ ହେଉ ଅବା ଆମ ଆଦମୀ, ଛାତ୍ର-ଶିକ୍ଷକ ସମସ୍ତେ ନାଖୁସ ଓ ଅସନ୍ତୁଷ୍ଟ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.