ETV Bharat / bharat

ଫେରୁଛି ଶାନ୍ତି; କାଶ୍ମୀର ପ୍ରସଙ୍ଗରେ ଅମିତ-ଅଜିତଙ୍କ ସମୀକ୍ଷା ବୈଠକ - ଧାରା 370

ଜମ୍ମୁ-କାଶ୍ମୀର ସ୍ଥିତିକୁ ନେଇ ଜାତୀୟ ପରାମର୍ଶ ଦାତା ଅଜିତ ଡୋଭାଲ, ଗୃହ ସଚିବ ରାଜୀବ ଗାବା ଏବଂ କେତେକ ବରିଷ୍ଠ ଗୁଇନ୍ଦା ଅଧିକାରୀଙ୍କ ସହ ବୈଠକ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Aug 19, 2019, 4:47 PM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନେଇ ଜାତୀୟ ପରାମର୍ଶ ଦାତା ଅଜିତ ଡୋଭାଲଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏହି ବୈଠକରେ ଗୃହ ସଚିବ ରାଜୀବ ଗାବାଙ୍କ ସମେତ କେତେକ ବରିଷ୍ଠ ଗୁଇନ୍ଦା ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ । ବୈଠକରେ ଜମ୍ମୁ-କାଶ୍ମୀରର ବର୍ତ୍ତମାନ ସ୍ଥିତିକୁ ନେଇ ଆଲୋଚନା ହୋଇଥିବା ଜଣା ପଡିଛି ।

ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଅଜିତ ଡୋଭାଲ କାଶ୍ମୀର ଗସ୍ତରେ ଥିଲେ । ସେଠାରେ ପ୍ରାୟ 10 ଦିନ ରହିବା ପରେ ସେ ଗତ 2 ଦିନ ପୂର୍ବେ ହିଁ ନୂଆଦିଲ୍ଲୀ ଫେରିଥିଲେ । ତେବେ ଏହି ସମୟରେ ସେ କାଶ୍ମୀରର ସାଧାରଣ ଲୋକଙ୍କ ସହ ଭେଟି ସେଠାକାର ସ୍ଥିତି ସମୀକ୍ଷା କରିଥିଲେ । ଏହା ବ୍ୟତିତ ଜମ୍ମୁ-କାଶ୍ମୀରରେ ନିୟୋଜିତ ଯବାନଙ୍କ ସହ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା କରିଥିଲେ ଡୋଭାଲ ।

ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀର ସ୍ଥିତି ଧୀରେ ଧୀରେ ସାମାନ୍ୟ ହେଉଛି । 15 ଦିନ ପରେ ଆଜି କାଶ୍ମୀରର 190 ଟି ପ୍ରାଥମିକ ବିଦ୍ୟାଳୟ ଖୋଲା ଯାଇଛି । ଏହା ସହିତ ଘାଟିର ସମସ୍ତ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଆଜିଠାରୁ କାର୍ଯ୍ୟ ଆରମ୍ଭ ହୋଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.