ETV Bharat / bharat

ଶାହଙ୍କ ମୁମ୍ବାଇ ଗସ୍ତ ରଦ୍ଦ, ମେଣ୍ଟ ନେଇ ଅନିଶ୍ଚିତତା - ଗୃହମନ୍ତ୍ରୀ ଅମିତ ଶାହ

ଗୃହମନ୍ତ୍ରୀ ଅମିତ ଶାହଙ୍କ ମୁମ୍ବାଇ ଗସ୍ତ ରଦ୍ଦ। ଅକ୍ଟୋବର 21ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ତାଙ୍କ ଉପସ୍ଥିତିରେ ବିଜେପି-ଶିବସେନା ମଧ୍ୟରେ ମେଣ୍ଟ ଉପରେ ବୁଝାମଣା ହେବା ନେଇ ଆଶା କରାଯାଉଥିଲା ।

ଫାଇଲ ଫଟୋ
author img

By

Published : Sep 25, 2019, 2:12 PM IST

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି, ହେଲେ ଏଯାଏଁ ଛିଡୁନି ଆସନ ଭାଗବଣ୍ଟାର ସଂଖ୍ୟା । ଆସନ ବୁଝାମଣାକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ଜାରିରହିଛି ଛକାପଞ୍ଝା। ମେଣ୍ଟ ଗଠନକୁ ନେଇ ଥିବା ଆଶା ଓ ଆଶଙ୍କା ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ମୁମ୍ବାଇ ଗସ୍ତ ରଦ୍ଦ ହୋଇଛି।

ଶାହଙ୍କ ମୁମ୍ବାଇ ଗସ୍ତ ରଦ୍ଦ ନେଇ ରାଜ୍ୟ ବିଜେପି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅକ୍ଟୋବର 21ରେ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପି-ଶିବସେନା ମଧ୍ୟରେ ଆସନ ଭାଗବଣ୍ଟା ହେବାର ଥିଲା । ଏପରିକି ଶାହଙ୍କ ଗୁରୁବାର ହେବାକୁ ଥିବା ମୁମ୍ବାଇ ଗସ୍ତ ସମୟରେ ଏହାକୁ ଅନ୍ତିମ ରୂପ ଦିଆଯିବ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ତାଙ୍କର ମୁମ୍ବାଇ ଗସ୍ତ ରଦ୍ଦ ହୋଇଯିବା ପରେ ମେଣ୍ଟ ବୁଝାମଣାକୁ ନେଇ ଅନିଶ୍ଚିତତା ବଢିଯାଇଛି।

ଅନ୍ୟପକ୍ଷେ ଆସନ ଭାଗବଣ୍ଟାକୁ ନେଇ କୌଣସି ବିକଳ୍ପ ନଥିବା ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି। ମହାରାଷ୍ଟ୍ର ବିଧାନସଭା ଏତେ ବଡ ଯେ 288 ଆସନର ଭାଗବାଣ୍ଟ ଭାରତ-ପାକିସ୍ତାନ ବିଭାଜନ ଠାରୁ ମଧ୍ୟ ଭୟଙ୍କର ବୋଲି ସେ ପ୍ରତିକ୍ରିୟା ଦେଇଥିଲେ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.