ETV Bharat / bharat

ଦିଲ୍ଲୀ ନିର୍ବାଚନ:ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଘରେ ଶାହ ଓ ତିୱାରୀଙ୍କ ଭୋଜନ

author img

By

Published : Jan 25, 2020, 3:33 PM IST

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀଙ୍କ ସହିତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଘରେ ରାତ୍ର ଭୋଜନ କରିଛନ୍ତି । ଦିଲ୍ଲୀର ଯମୁନା ବିହାର ଅଞ୍ଚଳରେ ଦଳରେ ଜଣେ ପଛୁଆ ବର୍ଗର କର୍ମକର୍ତ୍ତାଙ୍କ ଘରେ ଉଭୟେ ଭୋଜନ କରିଥିଲେ ।

amit-saha-and-manoj-tiwari-dinner-party-karyakarta-house-at-east-delhi
ଦିଲ୍ଲୀ ନିର୍ବାଚନ: ଅମିତ ଶାହା ଓ ମନୋଜ ତିୱାରୀ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଘରେ ଭୋଜନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୈତିକ ମାହୋଲ । ନିର୍ବାଚନ ବୈତରଣୀ ପାର ହେବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ରାଜନେତା । ଜନସମର୍ଥନ ହାତେଇବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଆୟୋଜିତ ହୋଇଛି ଦଳୀୟ କାର୍ଯ୍ୟକ୍ରମ । ଏହି କ୍ରମରେ ଶୁକ୍ରବାର ଜଣେ ପଛୁଆବର୍ଗର କର୍ମକର୍ତ୍ତାଙ୍କ ଘରେ କେନ୍ଦ୍ର ଗୃହଗନ୍ତ୍ରୀ ଅମିତ ଶାହା ଓ ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀଙ୍କୁ ଦେଖିବାକୁ ମିଳିଥିଲା ।

ପୂର୍ବ ଦିଲ୍ଲୀର ଯମୁନା ବିହାର ଅଞ୍ଚଳରେ ଦଳର ପଛୁଆବର୍ଗ କାର୍ଯ୍ୟକର୍ତ୍ତାଙ୍କ ଘରେ ମନୋଜ କୁମାରଙ୍କ ଘରେ ଭୋଜନ କରିଥିଲେ ଉଭୟେ । କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି, ହେଲେ ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଲୋକଙ୍କ ପାଖରେ ତାହା ପହଞ୍ଚାଇ ପାରୁନାହିଁ । ବସ୍ତି ଅଞ୍ଚଳରେ ଜୀବନ ଯାପନ କରୁଥିବା ଲୋକଙ୍କ ସୁବିଧା ସୁଯୋଗ ମିଳି ପାରୁନାହିଁ। ଦିଲ୍ଲୀ ବିଜେପି ପକ୍ଷରୁ ଛୋଟ ଛୋଟ କାର୍ଯ୍ୟକ୍ରମ ମାଧ୍ୟମରେ କେଜ୍ରିୱାଲ ସରକାରଙ୍କ ମିଛ ପ୍ରତିଶ୍ରୃତି ବାବଦରେ ଲୋକଙ୍କୁ ଅବଗତ କରାଯାଉଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.