ETV Bharat / bharat

ଚୀନ ସହ ବିବାଦ ମଧ୍ୟରେ ହେରନ୍ ଡ୍ରୋନରେ ଖଞ୍ଜାଯିବ ଅତ୍ୟାଧୁନିକ କ୍ଷେପଣାସ୍ତ୍ର - ଭାରତ-ଚୀନ ସୀମା ତିକ୍ତତା

ଭାରତୀୟ ସଶସ୍ତ୍ର ବାହିନୀ ହେରନ୍ ଡ୍ରୋନକୁ ଲେଜର ଗାଇଡେଡ୍‌ ବୋମା ଏବଂ ଆଣ୍ଟି-ଟ୍ୟାଙ୍କ କ୍ଷେପଣାସ୍ତ୍ର ଖଂଜିବା ପାଇଁ ଯୋଜନା କରୁଛି। ଏହା ସୁରକ୍ଷା ବାହିନୀକୁ ଶତ୍ରୁର ଘୃଣ୍ୟ ଉଦ୍ଦେଶ୍ୟ ସହିତ ମୁକାବିଲା କରିବାରେ ସାହାଯ୍ୟ କରିବ ।

ଚୀନ ସହ ବିବାଦ ମଧ୍ୟରେ ହେରନ୍ ଡ୍ରୋନରେ ଖଂଜାଯିବ ଅତ୍ୟାଧୁନିକ କ୍ଷେପଣାସ୍ତ୍ର

author img

By

Published : Aug 9, 2020, 5:38 PM IST

ନୂଆଦିଲ୍ଲୀ: ଚୀନ ସହିତ ସୀମା ତିକ୍ତତା ମଧ୍ୟରେ ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ଭାରତୀୟ ସଶସ୍ତ୍ର ବାହିନୀ ହେରନ୍ ଡ୍ରୋନକୁ ଲେଜର ଗାଇଡେଡ୍‌ ବୋମା ଏବଂ ଆଣ୍ଟି-ଟ୍ୟାଙ୍କ କ୍ଷେପଣାସ୍ତ୍ର ଖଂଜିବା ପାଇଁ ଯୋଜନା କରୁଛି। ଏହା ସୁରକ୍ଷା ବାହିନୀକୁ ଶତ୍ରୁର ଘୃଣ୍ୟ ଉଦ୍ଦେଶ୍ୟ ସହିତ ମୁକାବିଲା କରିବାରେ ସାହାଯ୍ୟ କରିବ । ଏଥିସହ ସୀମାରେ ଭାରତୀୟ ସେନାର ସ୍ଥିତିକୁ ଦୃଢ କରିବାରେ ସାହାଯ୍ୟ କରିବ ।

ଇସ୍ରାଏଲ୍‌ର ଏହି ହେରନ୍ ଡ୍ରୋନ୍ ଗୁଡିକ ବର୍ତ୍ତମାନ ଭାରତର ତିନି ସେନା ବ୍ୟବହାର କରୁଛନ୍ତି । ତେବେ ସଶସ୍ତ୍ର ବାହିନୀ ଏଥିପାଇଁ 'ପ୍ରୋଜେକ୍ଟ ଚିତା' ନାମକ ଏକ ପ୍ରସ୍ତାବକୁ ପୁନଃ ଆରମ୍ଭ କରିଛନ୍ତି। ଏହି ପ୍ରସ୍ତାବ ଦୀର୍ଘ ସମୟ ଧରି ବିଚାରାଧୀନ ଅଛି । ଏହାର ମୂଲ୍ୟ 3500 କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ତେବେ ଏହି ପ୍ରକଳ୍ପ ଅଧୀନରେ ପ୍ରାୟ 90 ଟି ହେରନ୍ ଡ୍ରୋନ୍‌ରେ ଲେଜର ଗାଇଡ୍ ବୋମା, ଏୟାର-ଟୁ-ଗ୍ରାଉଣ୍ଡ ଏବଂ ଏୟାର-ଟୁ-ଏୟାର ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ଖଂଜା ଯାଇ ନବୀକରଣ କରାଯିବ।

ତେବେ ଡ୍ରୋନଗୁଡିକ ପିପକି ଶତୃ ଉପରେ କଡା ନଜର ରଖିପାରିବେ ସେନେଇ ମଧ୍ୟ ବ୍ୟବସ୍ଥା କରିବାକୁ ଏହି ପ୍ରକଳ୍ପରେ ପ୍ରସ୍ତାବ ଦିଆଯାଇଛି । ଏହା ଭାରତୀୟ ସୈନ୍ୟବାହିନୀକୁ ଶତ୍ରୁର ସ୍ଥିତି ଜାଣିବାରେ ସାହାଯ୍ୟ କରିବ । ଭାରତର ମଧ୍ୟମ ଉଚ୍ଚତା ଏବଂ ଦୀର୍ଘ ଦୂରଗାମୀ ଡ୍ରୋନ୍ କିମ୍ବା ମାନବ ବିହୀନ ବିମାନ ଯାନ ମୁଖ୍ୟତ ଇସ୍ରାଏଲ୍ ହେରନ୍ ଡ୍ରୋନ୍ ଏବଂ ୟୁନିଟ୍ ଗୁଡ଼ିକୁ ନେଇ ଗଠିତ ।

ଏହି ଡ୍ରୋନଗୁଡିକୁ ଉଭୟ ସ୍ଥଳସେନା ଏବଂ ବାୟୁସେନା ଦ୍ବାରା ଚୀନ ସୀମା ନିକଟସ୍ଥ ଲଦାଖ ସେକ୍ଟରର ଫରୱାର୍ଡ ପୋଷ୍ଟରେ ନିୟୋଜିତ କରାଯାଇଛି। ଏହି ଡ୍ରୋନ୍ ଗୁଡିକ ଚୀନ ସେନା ଉପରେ କଡା ନଜର ରଖିହା ସହ ଗଭୀର ଅଞ୍ଚଳରେ ସେମାନଙ୍କ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସୂଚନା ଦେବ । ଏହି ଅପଗ୍ରେଡ୍ ଡ୍ରୋନ୍ ପାରମ୍ପାରିକ ସାମରିକ କାର୍ଯ୍ୟକଳାପ ବିରୁଦ୍ଧରେ ଏବଂ ଭବିଷ୍ୟତରେ ଆତଙ୍କବାଦୀଙ୍କ ବିରୋଧରେ ମଧ୍ୟ ବ୍ୟବହାର କରାଯିବ ବୋଲି ସୂତ୍ରରୁ ପ୍ରକାଶ ପାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.