ETV Bharat / bharat

କୋରୋନା କାଳରେ ଚଳିତ ବର୍ଷ ପ୍ରଥମ ବନ୍ୟା ଦେଖିଲା ଆସାମ - Assam witnesses first spate of floods

ମହାମାରୀ କୋରୋନାର ଆତଙ୍କ ସାଙ୍ଗକୁ ପ୍ରାକୃତିକ ବିପର୍ଯ୍ୟୟ । ଅଦୃଶ୍ୟ ଶତ୍ରୁ ଦେଶ ଦୀର୍ଘ 3ମାସ ହେବ ଲଢେଇ ଜାରି ରହିଥିବା ବେଳେ ଆଉ ପ୍ରକୃତି ଦିନକୁ ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜ ଦେଇ ଚାଲିଛି । ବାତ୍ୟା ଅମ୍ପାନ ପରେ ଆସାମରେ ବନ୍ୟା ପରିସ୍ଥିତି । ଅଧିକ ପଢନ୍ତୁ...

କୋରୋନା କାଳରେ ଚଳିତ ବର୍ଷ ପ୍ରଥମ ବନ୍ୟା ଦେଖିଲା ଆସାମ

author img

By

Published : May 23, 2020, 8:52 AM IST

ଗୌହ୍ବାଟୀ: କୋରୋନା କାଳରେ ଦାଉ ସାଜୁଛି ପ୍ରକୃତି । ଓଡିଶା, ପଶ୍ଚିମବଙ୍ଗରେ ଅମ୍ପାନ ତାଣ୍ଡବ ପରେ ଏପଟେ ଆସାମରେ ବନ୍ୟା ପରିସ୍ଥିତି । ଶୁକ୍ରବାର ଚଳିତ ବର୍ଷର ପ୍ରଥମ ବନ୍ୟା ଦେଖିଛି ଆସାମ ।

ବାତ୍ୟା ଅମ୍ପାନ ଯୋଗୁଁ ରାଜ୍ୟରେ ଗତ 2 ଦିନ ଧରି ଲଗାଣ ବର୍ଷା ହେବା ଦ୍ବାରା ଗୁରୁବାର ବ୍ରହ୍ମପୁତ୍ର ନଦୀ ଓ ଏହାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ରାଜ୍ୟର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ASDMA)ଙ୍କ ଦ୍ବାରା ଜାରି ହୋଇଥିବା ବୁଲେଟିନରେ ବାରପେଟା ଜିଲ୍ଲାର କାଲଗାଚିଆ ରାଜସ୍ୱ ସର୍କଲର ଦୁଇଟି ଗାଁରେ 630 ଲୋକେ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି ।

ASDMA ଅନୁସାରେ, ସୋନିତପୁର ଜିଆ ଭରଲିରେ ଜଳସ୍ତର ବିପଦ ସଙ୍କେତକୁ ଟପି ଯାଇଥିଲା । ବନ୍ୟା ଆସିବା ପରେ ନାଓଗାଁ ଜିଲ୍ଲାର ରାଜାଲି ଗାଁର ରାସ୍ତା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ସୋନିତପୁର ଜିଲ୍ଲାର 3 ଟି ଭିନ୍ନ ଭିନ୍ନ ଅଞ୍ଚଳରେ କ୍ଷୟକ୍ଷତି ହୋଇଛି ।

ଗତବର୍ଷ ଆସାମାରେ ବନ୍ୟା ପରସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଥିଲା । ରାଜ୍ୟର 33ଟି ସମ୍ପୂର୍ଣ୍ଣ ଜିଲ୍ଲା ସହ 8 ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ପ୍ରଭାବିତ ହୋଇଥିଲା । ବହୁ ଧନ ଜୀବନ ଭାସିଯାଇଥିଲା ଏହି ବନ୍ୟା । 500ରୁ ଅଧିକ ଗାଁ ପାଣି ଘେରର ରହିଥିଲା । ଏପରିକି କାଜିରଙ୍ଗାରେ ମଧ୍ୟ ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିଲା ।

ସୂଚନାଯୋଗ୍ୟ, ସ୍ବାସ୍ଥ୍ୟମନ୍ତ୍ରଣାଳୟ ରିପୋର୍ଟ ମୁତାବକ, ଆସାମରେ ବର୍ତ୍ତମାନ 231ଟି କୋଭିଡ ମାମଲା ଚିହ୍ନଟ ହୋଇଛି । ଏଥି ମଧ୍ୟରୁ 4 ଜଣଙ୍କ ମୃତ୍ୟୁ ହେବା ସହ 55 ଜଣ ସୁସ୍ଥ ହୋଇଛି । ବର୍ତ୍ତମାନ 169 ଜଣ ଚିକିତ୍ସିତ ହେଉଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.