ETV Bharat / bharat

ଭାରତର ସରକାରୀ ୱେବସାଇଟ ଏବଂ ବ୍ୟାଙ୍କିଂ ସିଷ୍ଟମକୁ ଟାର୍ଗେଟ କରିଥିଲା ଚୀନ

ଭାରତ ସହ ଚୀନର ତିକ୍ତତା ମଧ୍ୟରେ ଚୀନ୍ ସ୍ଥାୟୀ DDOS (ବଣ୍ଟିତ ପ୍ରତ୍ୟାଖ୍ୟାନ) ଆକ୍ରମଣ ମାଧ୍ୟମରେ ସରକାରୀ ୱେବସାଇଟ୍ ଏବଂ ବ୍ୟାଙ୍କିଂ ସିଷ୍ଟମକୁ ଟାର୍ଗେଟ କରିଛି । ଏଥିପାଇଁ ଆଉ ଏକ ଫ୍ରଣ୍ଟ ଖୋଲି ଚୀନ ରଚିଥିଲା ଷଡଯନ୍ତ୍ର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Jun 19, 2020, 9:09 AM IST

ଭାରତର ସରକାରୀ ୱେବସାଇଟ ଏବଂ ବ୍ୟାଙ୍କିଂ ସିଷ୍ଟମକୁ ଟାର୍ଗେଟ କରିଥିଲା ଚୀନ
ଭାରତର ସରକାରୀ ୱେବସାଇଟ ଏବଂ ବ୍ୟାଙ୍କିଂ ସିଷ୍ଟମକୁ ଟାର୍ଗେଟ କରିଥିଲା ଚୀନ

ନୂଆଦିଲ୍ଲୀ: ଭାରତ ସହ ଚୀନର ତିକ୍ତତା ମଧ୍ୟରେ ଚୀନ୍ ସ୍ଥାୟୀ DDOS (ବଣ୍ଟିତ ପ୍ରତ୍ୟାଖ୍ୟାନ) ଆକ୍ରମଣ ମାଧ୍ୟମରେ ସରକାରୀ ୱେବସାଇଟ୍ ଏବଂ ବ୍ୟାଙ୍କିଂ ସିଷ୍ଟମକୁ ଟାର୍ଗେଟ କରିଛି । ଏଥିପାଇଁ ଆଉ ଏକ ଫ୍ରଣ୍ଟ ଖୋଲି ଚୀନ ରଚିଥିଲା ଷଡଯନ୍ତ୍ର । ଏହି ଆକ୍ରମଣକୁ ଭାରତ ସଫଳତାର ସହ ରୋକାଯାଇଥିଲା ଏବଂ ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣ ଚାଇନାର ଚେଙ୍ଗଡୁ ସହରରୁ ମିଳିଥିଲା ।

ଚେଙ୍ଗଡୁ ହେଉଛି ପିପୁଲ୍ସ ଲିବରେସନ୍ ଆର୍ମି ୟୁନିଟ୍ 61398 ର ମୁଖ୍ୟାଳୟ । ଯେଉଁଠି 2006 ମସିହାରୁ ବିଶ୍ବର ବିଭିନ୍ନ କର୍ପୋରେସନ୍ ଏବଂ ସରକାରୀ ସଂସ୍ଥା ଉପରେ ସାଇବର ଆକ୍ରମଣ ପାଇଁ ଚୀନ ରଚିଥାଏ ଷଡଯନ୍ତ୍ର । ଚୀନ୍‌ର ପ୍ରାଥମିକ ଗୁପ୍ତ ସାଇବର ୱେୟାର ୟୁନିଟର ଏକ ରିପୋର୍ଟ ଅନୁଯାୟୀ ଏମିତି ସାଇବର ଆକ୍ରମଣ ମଙ୍ଗଳବାର ଆରମ୍ଭ ହୋଇ ବୁଧବାର ପର୍ଯ୍ୟନ୍ତ ଜାରି ରହିଥିଲା ।

ସୂଚନା ଯୁଦ୍ଧ ମନିଟର 2009 ରିପୋର୍ଟ ଅନୁଯାୟୀ, ‘ଟ୍ରାକିଂ ଘୋଷ୍ଟ : ସାଇବର ଗୁପ୍ତଚର ନେଟୱାର୍କର ଅନୁସନ୍ଧାନ’ 1990 ଦଶକ ପରଠାରୁ ଚୀନ୍ ଏହାର ସାମରିକ ଆଧୁନିକୀକରଣ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ସାଇବର ସ୍ପେସ୍ ତତ୍ତ୍ବ ଏବଂ ଦକ୍ଷତାର ବିକାଶ ପାଇଁ କାର୍ଯ୍ୟ କରୁଛି । ରିପୋର୍ଟରେ ଏହାମଧ୍ୟ କୁହାଯାଇଛି ଯେ ‘ସକ୍ରିୟ ପ୍ରତିରକ୍ଷା’ର ଚାଇନାର ତତ୍ତ୍ୱ। ଚାଇନା ଏମିତି ଆକ୍ରୋଶମୂଳକ ପଦକ୍ଷେପ ନେବାକୁ ଆଗାମୀ ଦିନରେ ପ୍ରସ୍ତୁତ ହେଉଥିବ ବୋଲି ଆଶଙ୍କା କରାଯାଉଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.