ETV Bharat / bharat

ମୋବାଇଲ୍‌ ଭିତ୍ତିକ କୋଭିଡ୍‌-19 ଅଧ୍ୟୟନ ପାଇଁ ନାଗରିକ ବିଜ୍ଞାନୀଙ୍କ ନାମ ତାଲିକା ପ୍ରସ୍ତୁତ

author img

By

Published : Apr 25, 2020, 12:56 PM IST

କୋରୋନା ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଏହି ଭାଇରସକୁ ପରାସ୍ତ କରିବାକୁ ଆମେରିକାନ୍‌ ଲଙ୍ଗ ଆସୋସିଏସନ୍‌ ନାମକ ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏକ ନୂତନ କୋଭିଡ୍‌-19 ନାଗରିକ ବିଜ୍ଞାନ (CCS) ପ୍ରକଳ୍ପ ଆରମ୍ଭ କରିଛି । ଜାଣିବା ପାଇଁ ଅଧିକ ପଢନ୍ତୁ...

mobile-based COVID-19 Study
ମୋବାଇଲ୍‌ ଭିତ୍ତିକ କୋଭିଡ୍‌-19 ଅଧ୍ୟୟନ

ହାଇଦ୍ରାବାଦ: ସାରା ବିଶ୍ବ କରୋନା ଭାଇରସ୍‌ ଜନିତ ସଙ୍କଟ ସହିତ ଯୁଝୁଥିବା ସମୟରେ, ଏ ସମ୍ପର୍କରେ ସ୍ମାର୍ଟଫୋନ୍‌ ଭିତ୍ତିକ ବାସ୍ତବକାଳୀନ ତଥ୍ୟ ଆହରଣ ଲାଗି, ଆମେରିକାନ୍‌ ଲଙ୍ଗ ଆସୋସିଏସନ୍‌ ନାମକ ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏକ ନୂତନ କୋଭିଡ୍‌-19 ନାଗରିକ ବିଜ୍ଞାନ (CCS) ପ୍ରକଳ୍ପ ଆରମ୍ଭ କରିଛି । ଏଥିରେ ନର୍ଥୱେଷ୍ଟର୍ଣ୍ଣ ୟୁନିଭର୍ସିଟି ଏବଂ ସାନ୍‌ଫ୍ରାନ୍‌ସିସ୍‌କୋର ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆ (UCSF)କୁ ଭାଗୀଦାର କରିଥିବା ଘୋଷଣା କରିଛି ।

ଏହି ଅଭିଯାନରେ 18 ବର୍ଷରୁ ଅଧିକ ବୟସର ଯେ କୌଣସି ବ୍ୟକ୍ତି, ଏହି ରୋଗ ସଂପର୍କିତ ନିଜର ଜ୍ଞାନ ବିତରଣ କରିବା ସହିତ ଜଣେ ନାଗରିକ ବିଜ୍ଞାନୀ ହେବାକୁ ଅନୁମତି ପ୍ରଦାନ କରାଯାଇଛି । ଏଥିରେ ନିଜ ନାମକୁ ପଞ୍ଜିକୃତ କରିବା ଲାଗି ସେମାନଙ୍କୁ କେବଳ ଏହି ମାଗଣା ଓ ସୁରକ୍ଷିତ ଆପ୍‌କୁ ଡାଉନ୍‌ଲୋଡ୍‌ କରିବାକୁ ପଡିବ ।

ବିଭିନ୍ନ ଅଞ୍ଚଳରେ ଏବଂ ବିଭିନ୍ନ ବ୍ୟକ୍ତିଙ୍କ କ୍ଷେତ୍ରରେ କୋଭିଡ୍‌-19 ରୋଗ ସୃଷ୍ଟିକାରୀ କରୋନା ଭାଇରସ୍‌ର ବ୍ୟାପ୍ତି ଭିନ୍ନ ଭିନ୍ନ ହୋଇଥିବା ଲକ୍ଷ୍ୟ କରାଯାଇଛି ଏବଂ ବ୍ୟକ୍ତି ଏବଂ ସମ୍ପ୍ରଦାୟକୁ ଏହି ରୋଗ ସଂକ୍ରମଣ ପଛରେ ଥିବା କାରଣ ଗୁଡ଼ିକୁ ନିର୍ଦ୍ଧାରଣ କରାଯାଇ ପାରିନାହିଁ ।

କୋଭିଡ୍‌-19 ନାଗରିକ ବିଜ୍ଞାନୀ (CCS) ଭାବରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଗୋଷ୍ଠୀ ଏହି ଆପ୍‌ ମାଧ୍ୟମରେ ଅପ୍‌ଲୋଡ୍‌ କରୁଥିବା ବିଭିନ୍ନ ତଥ୍ୟରୁ ଏହି ଭୂତାଣୁର ପ୍ରସାର ସଂପର୍କରେ ତଥ୍ୟ-ବିଶ୍ଲେଷଣକାରୀ ଗବେଷକମାନେ ବିଶେଷ ସୂଚନା ପାଇପାରିବେ ଏବଂ ଏହି ଭୂତାଣୁ ଚିହ୍ନଟ କରିବାର ଉପାୟ ସହିତ ଅଧିକ ବ୍ୟକ୍ତିଙ୍କ ସଂକ୍ରମଣକୁ ରୋକିପାରିବେ ।

ଆମେରିକାନ୍‌ ଲଙ୍ଗ୍‌ ଆସୋସିଏସନ୍‌ର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହାରୋଲ୍‌ଡ ୱିମର କହିଛନ୍ତି ଯେ, କୋଭିଡ୍‌-19 ନାଗରିକ ବିଜ୍ଞାନ ଅଧ୍ୟୟନରୁ ସଂଖ୍ୟାନିହିତ ସାମର୍ଥ୍ୟ ମିଳିପାରିବ ଏବଂ ଏ ସଂପର୍କିତ ଗବେଷଣାକୁ ଆଗକୁ ନିଆଯାଇପାରିବ ।

ୱିମର୍‌ କହିଛନ୍ତି, “ଆମ ସଂଗଠନ ମୁଖ୍ୟତଃ ସମୟୋପଯୋଗୀ ଏବଂ ପ୍ରାସଙ୍ଗିକ ଗବେଷଣାରେ ନିମଗ୍ନ ରହେ । ଏହି ଆଶାଜନକ ପ୍ରକଳ୍ପରେ ଆମର ଯୋଗଦାନ ଯୋଗୁଁ ଆମେ ବେଶ୍‌ ଉତ୍ସାହିତ ଏବଂ ଏଥିରେ ଅଧିକରୁ ଅଧିକ ବ୍ୟକ୍ତିଙ୍କୁ ସାମିଲ କରାଇ ସାର୍ବଜନୀନ ସ୍ବାସ୍ଥ୍ୟ କ୍ଷେତ୍ରରେ କୋଭିଡ୍‌-19 ଜନିତ ସଂକଟକୁ ନିୟନ୍ତ୍ରଣ କରିବା ଦିଗରେ ସେମାନଙ୍କ ନିକଟରୁ ମୂଲ୍ୟବାନ ତଥ୍ୟ ସଂଗ୍ରହ କରିବା ଆମର ଲକ୍ଷ୍ୟ ।”

ପ୍ରସଙ୍ଗକ୍ରମେ ଏଠାରେ ପ୍ରଧାନଯୋଗ୍ୟ ଯେ, କୋଭିଡ୍‌-19 ଏବଂ ଶ୍ବାସକ୍ରିୟା ପ୍ରକ୍ରିୟାରେ ସଂକ୍ରମଣକାରୀ ଅନ୍ୟାନ୍ୟ ଭୂତାଣୁର ନିୟନ୍ତ୍ରଣ କରିବା ପାଇଁ ଆମେରିକାନ ଲଙ୍ଗ ଆସୋସିଏସନ, 25 ମିଲିୟନ୍‌ ଡଲାରର କୋଭିଡ୍‌-19 ଆକ୍‌ସନ ଇନିସିଏଟିଭ୍‌ ଶୀର୍ଷକ ଏକ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.