ହାଇଦ୍ରାବାଦ: ସପ୍ତାହେରୁ କମ ସମୟ ମଧ୍ୟରେ ତେହେରାନର କୁଟନୈତିକ ପଦକ୍ଷେପ ଯୋଗୁଁ ଓ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ଗ୍ରହଣ କରିଥିବାରୁ ବିଶ୍ୱଯୁଦ୍ଧ ଭୟାବହତାରୁ ରକ୍ଷା ପାଇ ସମଗ୍ର ବିଶ୍ୱବାସୀ ଏବେ ଆଶ୍ୱସ୍ତ। କାରଣ ଏଥିରେ ସଶସ୍ତ୍ର ସଂଘର୍ଷ ଆରମ୍ଭ କରିବାର କ୍ଷମତା ଥିଲା । ଏହାଛଡ଼ା ପେଟ୍ରୋଲିୟମ ପଦାର୍ଥ ଆମଦାନୀରେ ଗମ୍ଭୀର ସଂକଟ ସୃଷ୍ଟି ହୋଇଥାନ୍ତା । ଏହାର ପରିଣାମ ସ୍ୱରୁପ ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥାନ୍ତା । ଜାନୁଆରୀ ୮ତାରିଖ (ଆଇଏସଟି) ସଂଧ୍ୟାରେ ରାଷ୍ଟ୍ରପତି ଟ୍ରମ୍ପ ଇାରାନର ନେତୃତ୍ୱ ଓ ନାଗରିକମାନେ ଏକ ଶାନ୍ତିବାର୍ତ୍ତାରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ଏହି ମୈତ୍ରୀପୂର୍ଣ୍ଣ ସମ୍ୱୋଧନର କିଛି ମିନିଟ ପରେ ତେଲ ଦର ହ୍ରାସ ପାଇବା ସହିତ ସେୟାର ବଜାର ଆଗକୁ ବଢ଼ିଥିଲା। ବୋଧହୁଏ ଏହା କେବଳ ଏକ ଅସ୍ଥାୟୀ ମହଲତ ହୋଇପାରେ। ଇରାକରେ ଥିବା ଆମେରିକାର ସୈନ୍ୟ ଶିବିର ଉପରେ ଡଜନେରୁ ଅଧିକ ବାଲାଷ୍ଟିକ ମିଶାଇଲ ଆକ୍ରମଣ କରି ଇରାନ ତାର ପ୍ରତିଶୋଧ ନେବାର କ୍ଷମତାକୁ ପ୍ରଦର୍ଶନ କରିଛି। କିନ୍ତୁ କିଛି ସମୟ ପାଇଁ ମାଠିଆକୁ ହଲଚଲ କରିବାକୁ ନଚାହିଁ ଇରାନ ପରବର୍ତ୍ତୀ ତାରିଖକୁ ସଠିକ ଚୟନ କରିଛି ।
ତେହେରାନରେ କିରାଣୀ ଶାସନ ଓ ‘ଗ୍ରେଟ ସୈତାନ’ ମଧ୍ୟରେ ଶତ୍ରୁତା (ରାଷ୍ଟ୍ରପତି ଜର୍ଜ ବୁଶଙ୍କ ଦ୍ୱାରା ‘ଏକ୍ସିସ ଅଫ ଏଭିଲ’ ରୂପରେ ବର୍ଣ୍ଣନା କରାଯାଇଛି) ୩ ଜାନୁଆରୀରୁୁ ପୁଣିଥରେ କ୍ରୋଧିତ ହୋଇଉଠିଛି। କାରଣ ଏହି ସମୟରେ ୟୁଏସ ଡ୍ରୋନ ଆକ୍ରମଣରେ କୁଦିସ ଫୋର୍ସର ମୁଖ୍ୟ ମେଜର ଜେନେରାଲ କାଶିମ ସୋଲେମାନୀଙ୍କୁ ହତ୍ୟା କରାଯାଇଛି। କୁଦିସ ଫୋର୍ସ ଇରାନୀ ରିଭୁଲୁସନାରୀ କାର୍ଡ଼ କର୍ପସର ଏକ ସର୍ବୋତ୍କୃଷ୍ଟ ୟୁନିଟ। ଏହା ସମଗ୍ର କ୍ଷେତ୍ରକୁ ଅନିଶ୍ଚିତତା, ଚିନ୍ତା ଓ ସଂଘର୍ଷ ଭଳି ବିପଦରେ ପକାଇ ଦେଇଥିଲା। ୧୯୭୯ ଫେବୃଆରୀ ମାସରେ ଇରାନର ଶାହ ଇସ୍ତଫା ଦେବା ପରେ ତତ୍କାଳୀନ ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖୋମିନୀଙ୍କ ନେତୃତ୍ୱରେ ଇସଲାମିକ ଶାସନ କ୍ଷମତା ସମ୍ଭାଳିଥିଲା।
୧୯୭୯ ନଭେମ୍ୱର ମାସରେ ଇସଲାମିକ ଶାସନ ତେହେରାନରେ ଆମେରିକା ଦୂତବାସକୁ ଘେରାଉ କରି ୫୨ ଜଣ କୁଟନୀତିଜ୍ଞ ଓ କର୍ମଚାରୀଙ୍କୁ ୪୪୪ ଦିନ ପର୍ଯ୍ୟନ୍ତ କଏଦୀ କରି ରଖିଥିଲେ। ସେବେଠାରୁ ଆମେରିକା ଓ ଇରାନ ମଧ୍ୟରେ ସମ୍ପର୍କ ଖରାପ ହୋଇଛି। ଇସଲାମ ଶାସନକୁ ଦୁର୍ବଳ କରିବାକୁ ଆମେରିକା ନିଜର ସମସ୍ତ ଶକ୍ତି ଖଟାଇଛି। ୧୯୮୦-୮୮ ମଧ୍ୟରେ ଇରାକ-ଇରାନ ଯୁଦ୍ଧ ସମୟରେ ୱାଶିଂଟନ ଖୋଲା ହାତରେ ସଦ୍ଦାମ ହୁସେନଙ୍କୁ ଅର୍ଥ, ପ୍ରଶିକ୍ଷଣ ଓ ହତିଆର ସହିତ ସମର୍ଥନ ଦେଇଥିଲା। (ଏହି ସମର୍ଥନକୁ ଅଧିକାରୀକ ଭାବେ ଖଣ୍ଡନ କରାଯାଇଛି।) ଆମେରିକା ଓ ସୁନ୍ନି ସାଉଦୀ ଆରବ ମଧ୍ୟରେ ପାରମ୍ପରିକ ମିତ୍ରତା, ଇରାନର ପ୍ରତିକୂଳ ସମ୍ପର୍କ ଓ ପରେ ଇସ୍ରାଏଲ ସହିତ ତୀବ୍ର ଶତ୍ରୁତା ଯୋଗୁଁ ଆମେରିକା ଓ ଇରାନ ସର୍ମ୍ପକୁ ଜଟିଳ କରି ଦେଇଛି। ରାଷ୍ଟ୍ରପତି ମହମୁଦ ଅହମଦୀନେଜାଦଙ୍କ ଭଳି ଇରାନ ନେତାମାନଙ୍କର ଇସ୍ରାଏଲକୁ ଏକ ‘ଘୃଣିତ ଦାଗ’ ଭାବରେ ବର୍ଣ୍ଣନା କରି ଏହାକୁ ‘ପୃଥିବୀ ପୃଷ୍ଠରୁ ଲିଭାଇ ଦିଆଯବା ଦରକାର’ ବୋଲି କହିବା ପରେ ଏହା ଆମେରିକା ସହିତ ସମ୍ପର୍କକୁ ଖରାପ କରିଥିଲା।
ଏହାଛଡ଼ା କୁହାଯାଉଥିବା ବାହାର ବିପଦକୁ ଦୂର କରିବା ପାଇଁ ଇରାନ ଗୁପ୍ତ ଭାବରେ ପରମାଣୁ କାର୍ଯ୍ୟକ୍ରମକୁ ବିକଶିତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ଇରାନକୁ ପାକିସ୍ତାନ ସମ୍ୱେଦନଶୀଳ ପରମାଣୁ ଜ୍ଞାନକୌଶଳ ଦେବା ସହିତ ୟୁରାନିୟମ ସମୃଦ୍ଧ ହେବା ପାଇଁ ଉପକରଣ ଯୋଗାଇଛି। ଇରାନ ଏହି ପରମାଣୁ ମହତ୍ତ୍ୱକାଂକ୍ଷାକୁ ବିଫଳ କରିବା ପାଇଁ ଆମେରିକା ଓ ସଂଯୁକ୍ତ ରାଷ୍ଟ୍ର ଦୁର୍ବଳ ପ୍ରତିବନ୍ଧ ଶୃଙ୍ଖଳା ଲାଗୁ କରିଛି। ୨୦୧୫ ଜୁଲାଇରେ ଜେସିପିଓମ (ଜଏଣ୍ଟ କମ୍ପ୍ରିହେନସିଭ ପ୍ଳାନ ଅଫ ଆକ୍ସନ) (ଇରାନ ଓ ୟୁଏନଏସସିର ୫ ସ୍ଥାୟୀ ସଦସ୍ୟ ମଧ୍ୟରେ ଜର୍ମାନୀକୁ ସାମିଲ) ବୈଠକର ସମାପନ ସହିତ ସଫଳତା ମିଳିଥିଲା।
ଏହି ବୈଠକର ନିଷ୍ପତ୍ତି ଅନୁସାରେ ଇରାନ ନିଜ ପାଖରେ ଗଚ୍ଛିତ କରିଥିବା ମଧ୍ୟମ ଧରଣର ଶକ୍ତିଶାଳୀ ୟୁରାନିୟମ ଓ କମ ଶକ୍ତିଶାଳୀ ଅପକେନ୍ଦ୍ରିକ ୟୁରାନିୟମକୁ ନଷ୍ଟ କରିବା ସହିତ ୧୫ ବର୍ଷ ପାଇଁ ଗଭୀର ପ୍ରତିବନ୍ଧ ଲଗାଇାବ ଉପରେ ସହମତି ପ୍ରକାଶ କରିଛି। ଏହି ବୁଝାମଣାକୁ ସମଗ୍ର ଦୁନିଆରେ ସ୍ୱାଗତ କରାଯାଇଥିଲା। କିନ୍ତୁ ସେତେବେଳେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ଏହାକୁ ବିକ୍ରି କରିବା ପାଇଁ ମତ ଦେଇଥିଲେ। ଏହା କୌଣସି ଆମେରିକୀୟ ପ୍ରସାଶନ ଦ୍ୱାରା କରାଯାଇଥିବା ବୁଝାମଣା ମଧ୍ୟରୁ ଅନ୍ୟତମ ବୋଲି ଟ୍ରମ୍ପ କହିଥିଲେ। ଯଦି ସେ ନିର୍ବାଚନ ଜିତନ୍ତି ତେବେ ଏହି ଚୁକ୍ତିକୁ ବାତିଲ କରିବେ ବୋଲି ଶପଥ ନେବା ସହିତ ୨୦୧୮ ମେ' ରେ ହୋଇଥିବା ଜେସିପସଓଏ ବୈଠକରୁ ବାସ୍ତବରେ ବାହାରି ଯାଇଥିଲେ।
ଇରାନର ପରମାଣୁ ସାମଗ୍ରୀ ଉପରେ ଇସ୍ରାଏଲ ଓ ଆମେରିକା ପକ୍ଷରୁ ସମାନ୍ତର ଭାବେ ଆକ୍ରମଣ କରାଯିବ ବୋଲି ଉଡ଼ା ଖବର ପ୍ରଚାର କରିବା ଆରମ୍ଭ କରି ଦିଆଗଲା। ଟ୍ରମ୍ପ ଇରାନ ଉପରେ ପୁଣି ପ୍ରତିବନ୍ଧ ସହିତ ଇରାନ ଠାରୁ ତେଲ ନକିଣିବାକୁ ପୃଥିବୀର ସମସ୍ତ ଦେଶକୁ ନିବେଦନ କରିଥିଲେ। ଏହି ପ୍ରତିବନ୍ଧକୁ ସଂଯୁକ୍ତ ରାଷ୍ଟ୍ର ସମର୍ଥନ କରିନଥିଲା। ଆମେରିକା, ଭାରତ ଓ ଅନ୍ୟ ଦେଶର ଶକ୍ତିକୁ ଦେଖି ଓଲଟି ଗଣିବା ଆରମ୍ଭ ହୋଇଯାଇଥିଲା।
ଭାରତର ଇରାନ ସହିତ ସଭ୍ୟତା ଗତ ସମ୍ପର୍କ ଯାହାକି ମଧ୍ୟ-ପୂର୍ବ କ୍ଷେତ୍ରର ସ୍ଥିରତାରେ ଏମାନଙ୍କର ଉଚ୍ଚ ଅବଦାନ ରହିଛି। ଏହି ଦୁଇ ଦେଶ ହ୍ରାଇଡ୍ରୋଜେନ ଆବଶ୍ୟକତାକୁ ବହୁଳ ପରିମାଣରେ ଯୋଗାଇଥାନ୍ତି। ଇରାନ ୮ ମିଲିୟନ ଭାରତୀୟଙ୍କୁ ନିଯୁକ୍ତି ଦେଇଥିବାରୁ ଭାରତୀୟ ରାଜକୋଷକୁ ବାର୍ଷିକ ୪୦ ଆରବ ଡଲାର ଆସିଥାଏ। ଦ୍ୱିତୀୟତଃ ଆମେରିକା ସହିତ ଭାରତର ଦୃଢ ସମ୍ପର୍କକୁ ନଜରରେ ରଖି ଅଧିକ ସ୍ଥାନ ନଥିବାରୁ କୌଣସି ପକ୍ଷକୁ ସମର୍ଥନ କରିହେବ ନାହିଁ। ଭାରତ ଏକ ମଧ୍ୟସ୍ଥ ଭୂମିକା ଗହଣ କରିବା ପାଇଁ (ମନା କରିବା ପରେ ) ପରେ ଇରାନ ରାଜଦୂତଙ୍କ ନିମନ୍ତ୍ରଣ ଏକ ଅସଫଳ ଉଦ୍ୟମ ଥିଲା। ଏହି ପ୍ରସଙ୍ଗରେ ତେହେରାନ ଓ ଆମେରିକା ମଧ୍ୟରେ ସବୁଠାରୁ ଭଲ ସମାଧାନ ହୋଇପାରିବ। ଏହାଛଡ଼ା ଭାରତ ସବୁବେଳେ ତୃତୀୟ ପକ୍ଷର ମଧ୍ୟସ୍ଥତା ପାଇଁ ବିରୋଧ କରିଆସୁଛି।
ଆମେରିକାର ପ୍ରତିବନ୍ଧକୁ ବିରୋଧ କରି ଇରାନ ରାଗରେ ସମାଲୋଚନା କରିଥିଲା, କାରଣ ଇରାନ ସୌଦାବାଜୀର ନିଜ ଅଂଶକୁ ସମ୍ମାନୀତ କରିଥିଲା ବୋଲି ଯୁକ୍ତି ଦର୍ଶାଇଥିଲା। ଉଦାହରଣ ପାଇଁ ଇରାକ, ସିରିଆ ଓ ଲେବାନନରେ ଇରାନ ପ୍ରକ୍ସିକୁ ପ୍ରୋତ୍ସାହିତ କରିଥିଲା, ଯାହାଫଳରେ ଆମେରିକା ସୈନିକ ଓ ସମ୍ପତ୍ତିକୁ ଟାର୍ଗେଟ କରିହେବ। ଗତ ଡିସେମ୍ବର ୨୭ ତାରିଖରେ ଇରାନ ସମର୍ଥିତ ମିଲିସିଆ ମାନଙ୍କ ଦ୍ୱାରା କିରକୁକରେ ଥିବା ସୈନ୍ୟ ଶିବିରକୁ ଉପରକୁ ରକେଟ ମାଡ କରାଯିବାରୁ ଆମେରିକା ସୈନ୍ୟବାହିନୀର ଜଣେ ଠିକାଦାର ମୃତ୍ୟୁ ହୋଇଥିଲା। ଏହାର ପ୍ରତିଶୋଧ ଜେନେରାଲ ସୋଲେମାନୀ ହତ୍ୟାରେ ସହିତ ହୋଇଥିଲା। ସୋଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଇରାନ ଶପଥ ନେଇଥିଲା।
ଏଥିପାଇଁ ଇରାନ ପକ୍ଷରୁ ଇରାକରେ ଥିବା ଆମେରିକା ସୈନ୍ୟ ଶିବିର ଉପରେ ଡଜନେରୁ ଅଧିକ ମିଶାଇଲ ମାଡ଼ କରାଯାଇଥିଲା। ଏହି ଆକ୍ରମଣ ପରେ ସବୁ ଠିକଅଛି, ଏହା ଉପରେ ବିସ୍ତୃତ ମୂଲ୍ୟାଙ୍କନ କରାଯାଉଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ ଟ୍ୱିଟ କରିଥିଲେ। ଇରାନରେ ଏହି ମିଶାଇଲ ଆକ୍ରମଣରେ କେହି ମୃତାହତ ହୋଇନଥିବା ଖବର ଧୀରେ ଧୀରେ ପ୍ରକାଶିତ ହୋଇଥିଲା, ଯାହାକି ବିଶ୍ୱାସଯୋଗ୍ୟ ନୁହେଁ। ନିଜର ଦର୍ଶକମାନଙ୍କ ଘରୋଇ ଲାଭ ପାଇଁ ଇରାନ ଏକ ବିସ୍ତୃତ ନାଟକ କରିଛି। ଇରାକ, ସ୍ୱିଜରଲ୍ୟାଣ୍ଡ ଓ ଅନ୍ୟ ପଛ ଚ୍ୟାନେଲରେ ଇରାନ ଆମେରିକା ପକ୍ଷକୁ ହ୍ରାସ କରିଛି ବୋଲି ସ୍ପଷ୍ଟ ହୋଇଥିଲା। ଏହା ସେହି ସ୍ଥିତିକୁ ପ୍ରଚାର କରିବା ପାଇଁ ଏକ ଚତୁର ପଦକ୍ଷେପ ଥିଲା ଯାହାକି ହ୍ୱାଇଟ ହାଉସ ଇରାନ ଉପରେ ପ୍ରଭାବଶାଳୀ ହେବାକୁ ନିର୍ଦ୍ଧାରିତ କରିଥିଲା। ପରିଣାମ ସ୍ୱରୁପ ଏକଦମ ଶାନ୍ତ ହୋଇଯାଇଛି।
ଏହି ସଙ୍କେତର ଅର୍ଥ ନୁହେଁ ଇରାନ ଓ ଆମେରିକା ନିଜନିଜ ଅସ୍ତ୍ରକୁ ନଷ୍ଟ କରିଦେବେ। ପଶ୍ଚିମ ଏସିଆରେ କ୍ଷମାକୁ ଏକ ଗୁଣ ଭାବରେ ଦେଖାଯାଏ ନାହିଁ, ବରଂ ଏହା ଦୁର୍ବଳତାର ସଙ୍କେତ। ସମ୍ମାନ ଓ ରାଷ୍ଟ୍ରୀୟ ଗୌରବ ପୁନଃପ୍ରତିଷ୍ଠା ପାଇଁ ମହତ୍ତ୍ୱପୂର୍ଣ୍ଣ ପ୍ରତିକାରର ଆବଶ୍ୟକ। ଇରାନ ମୂଳ ରୂପରେ ଆଉ ଦିନେ ଲଢ଼ିବାକୁ ସୈନ୍ୟ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛି। ଏଥିପାଇଁ ସଙ୍କଟକୁ ଅଳ୍ପ ସମୟ ପାଇଁ ଟାଳି ଦିଆଯାଇଛି, କିନ୍ତୁ ଲମ୍ୱା ସମୟ ପାଇଁ ବିପଦ ରହିଛି ।
ବିଷ୍ଣୁ ପ୍ରକାଶ, ରାଜଦୂତ