ETV Bharat / bharat

ଆମାଜନ୍ ଡେଲିଭରୀ ବଏ ନାଁରେ ଦୁଷ୍କର୍ମ ଅଭିଯୋଗ - rape complain against amazon dalivery boy

ଉତ୍ତରପ୍ରଦେଶର ନଏଡା ସ୍ଥିତ ଜଣେ ମହିଳାଙ୍କୁ ଆମାଜନ୍ ଡେଲିଭରୀ ବଏ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Oct 10, 2019, 6:12 PM IST

ଲକ୍ଷ୍ନୌ: ଆମାଜନ୍ ଡେଲିଭରୀ ବଏଙ୍କ ନାମରେ ସଙ୍ଗୀନ ଅଭିଯୋଗ । ଉତ୍ତରପ୍ରଦେଶର ନଏଡା ସ୍ଥିତ ଜଣେ ମହିଳାଙ୍କୁ ଆମାଜନ୍ ଡେଲିଭରୀ ବଏ ଦୁଷ୍କର୍ମ କରିବାକୁ ପ୍ରୟାୟ କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁୟାୟୀ, ମହିଳା ଜଣଙ୍କ ଆମାଜନରୁ କିଛି ଜିନିଷ ମଗାଇଥିଲେ । ଯେଉଁଥିରୁ ତାଙ୍କୁ 5ଟି ଜିନିଷ ଫେରାଇବାର ଥିଲା । ତେବେ ଗତ ସୋମବାର ଦିନ ପ୍ରାୟ 11.20 ସମୟରେ ଭୁପେନ୍ଦ୍ର ପାଲ ନାମକ ଜଣେ ଆମାଜନ ଡେଲିଭରୀ ବଏ ମହିଳାଙ୍କ ଫ୍ଲାଟରେ ପହଞ୍ଚିଥିଲେ ।

ଏହି ସମୟରେ ମହିଳା ଜଣଙ୍କ ଡେଲିଭରୀ ବଏଙ୍କୁ ବକ୍ସ ନେବାପାଇଁ କହିଥିଲେ । ମାତ୍ର ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟ ଯୁକ୍ତିତର୍କ ହୋଇଥିଲା । ଏହାପରେ ମହିଳା ଜଣଙ୍କ କଷ୍ଟମର କେୟାର ନଂକୁ କଲ୍ କରିବା ପରେ ତାଙ୍କ ଜିନିଷକୁ ଅକ୍ଟୋବର ମାସରେ ନିଆଯିବା ନେଇ କଷ୍ଟମର କେୟାର ମହିଳାଙ୍କୁ କହିଥିଲେ । ଏହାପରେ ଭୁପେନ୍ଦ୍ର ସେଠାରୁ ପଳାଇଥିଲା ।

ମାତ୍ର କିଛି ସମୟ ପରେ ଭୁପେନ୍ଦ୍ର ପୁଣି ଫେରି ବକ୍ସ ଗୁଡିକୁ ନେବା ପାଇଁ କହିଥିଲା । ମାତ୍ର ମହିଳା ଜଣଙ୍କ ବକ୍ସ ଦେବାପାଇଁ ମନା କରିଥିଲେ । ଏହାପରେ ମହିଳା ଜଣଙ୍କ ହଠାତ୍ ବେହୋସ ହୋଇଯାଇଥିଲେ । ପରେ ତାଙ୍କ ଚେତା ଫେରିବା ପରେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଡେଲିଭରୀ ବୟଙ୍କ ନାମରେ ଏକ ମାମଲା ରୁଜୁ କରିଥିବା ବେଳେ ଏହି ଘଟଣାର ତୁରନ୍ତ ତଦନ୍ତ କରାଯିବ ବୋଲି ଆମାଜନ୍ ପ୍ରବକ୍ତା କହିଛନ୍ତି ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.