ETV Bharat / bharat

ସିଏଏ ଓ ଏନଆରସିକୁ ନେଇ ପଞ୍ଜାବରେ ବିକ୍ଷୋଭ ପ୍ରଦର୍ଶନ - ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ସିଏଏ ଓ ଏନଆରସିକୁ ନେଇ ସାରା ଦେଶରେ ଆକ୍ରୋଶର ନିଆଁ ଜଳୁଥିବାବେଳେ ସୋମବାର ପଞ୍ଜାବର ଲୁଧିଆନାରେ ଆହି ଆଇନ ବିରୋଧରେ ହେବ ବିକ୍ଷୋଭ ପ୍ରଦର୍ଶନ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ନେତୃତ୍ବରେ ଏହି ବିକ୍ଷୋଭ ହେବ ।

Amarinder singh hold protest march gainst caa and nrc in ludhiana
ସିଏଏ ଓ ଏନଆରସିକୁ ନେଇ ପଞ୍ଜାବରେ ବିକ୍ଷୋଭ ପ୍ରଦର୍ଶନ
author img

By

Published : Dec 30, 2019, 10:18 AM IST

ଅମୃତସର: ଦେଶର ଅଧିକାଂଶ ରାଜ୍ୟରେ ସିଏଏ ଓ ଏନଆରସିକୁ ନେଇ ଜଳୁଛି ଆକ୍ରୋଶର ନିଆଁ । ଏହି ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି କ୍ରମରେ ସୋମବାର ପଞ୍ଜାବ ଲୁଧିଆନାରେ ହେବ ସିଏଏ ଓ ଏନଆରସି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ।

ଦିନ 11ଟାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ନେତୃତ୍ବରେ ଏହି ବିକ୍ଷୋଭ ପ୍ରତିବାଦ ହେବ । ଏଥିରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସୁନୀଲ ଜାଖଡ ଏବଂ ଦଳର ପ୍ରଭାରୀ ଆଶାକୁମାର ସାମିଲ ହେବେ । କଂଗ୍ରେସର ଏହି ବିକ୍ଷୋଭ ରାଲି ଲୁଧାଆନା ଦରେସୀ ଗ୍ରାଉଣ୍ଡରୁ ଆରମ୍ଭ ହୋଇ ମାତାରାଣୀ ଚୌକିରେ ପର୍ଯ୍ୟନ୍ତ ଯିବ । ଏହି ବିକ୍ଷୋଭ ପ୍ରତିବାଦରେ ପଞ୍ଜାବର ସମସ୍ତ ମନ୍ତ୍ରୀଙ୍କ ସହ କଂଗ୍ରେସ ବିଧାୟକ ସାମିଲ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏତଦ୍‌ବ୍ୟତୀତ ପଞ୍ଜାବର ସମସ୍ତ କଂଗ୍ରେସ କର୍ମୀଙ୍କୁ ଏଥିରେ ଯୋଗ ଦେବାକୁ ଆହ୍ବାନ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପୂର୍ବରୁ ଘୋଷଣା କରିଥିଲେ ଯେ ସେ ପଞ୍ଜାବରେ ସିଏଏ ଲାଗୁ କରିବେ ନାହିଁ । ସୋମବାରର ଏହି ବିକ୍ଷୋଭ ପ୍ରଦର୍ଶନ ତାଙ୍କର ଏହି ଘୋଷଣାକୁ ଅଧିକ ମଜବୁତ କରିବ ।

ପ୍ରକାଶ ଯେ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସିଏଏ ଓ ଏନଆରସିକୁ ବିରୋଧ କରିଛନ୍ତି । ତାଙ୍କ ମତରେ ଉଭୟ ଆଇନ ଭାରତର ଲୋକତନ୍ତ୍ର ଭାବନା ବିରୋଧରେ । ଯେଉଁକାରଣରୁ ସେ ଏହାକୁ ବିରୋଧ କରିଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.