ଅମରାବତୀ: କୃଷକଙ୍କ ଆକ୍ରୋଶର ଶିକାର ହେଲେ ଆନ୍ଧ୍ରପ୍ରଦେଶରେ କ୍ଷମତାସୀନ ଶାସକ ୱାଇଏସଆରସିପି ବିଧାୟକ ପିନେଲି ରାମକ୍ରିଷ୍ଣ। ଟ୍ରାଫିକ ପୋଷ୍ଟରୁ ଗାଡି ବୁଲେଇବା ସମୟରେ ଗୁଣ୍ଟୁର-ବିଜୟୱାଡା ରାସ୍ତାରେ ବିଧାୟକ ପିନେଲି କୃଷକଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଚାରିପଟୁ ଉତ୍ତ୍ୟକ୍ତ କୃଷକ ଘେରିଯାଇ ବିଧାୟକଙ୍କ କାରକୁ ଭାଙ୍ଗିରୁଜି ଦେଇଛନ୍ତି।
ଖବର ଥାଉକି, ମନ୍ତ୍ରୀ କିଛି ବନ୍ଧୁକଧାରୀ ଅନୁଗାମୀ ବନ୍ଧୁକ ପ୍ରଦର୍ଶନ କରିବା ସହ ଗୁଳି ଫୁଟାଇବା ପରେ ଏହି ମାଡପିଟ ଆରମ୍ଭ ହୋଇଥିଲା। ଯାହାଫଳରେ ଶହଶହ ସଂଖ୍ୟକ କୃଷକ ବିଧାୟକଙ୍କ ଗାଡିକୁ ଚାରିପଟୁ ଘେରିଯିବା ସହ ଭଙ୍ଗାରୁଜା ଆରମ୍ଭ କରିଥିଲେ। ଘଟଣା ବିଷୟରେ ଖବର ପାଇ ପୋଲିସ ପହଞ୍ଚିବା ସହ ଉତ୍ତ୍ୟକ୍ତ ଚାଷୀଙ୍କ ପାଖରୁ କାରକୁ ଉଦ୍ଧାର କରିଥିଲା।