ହାଇଦ୍ରାବାଦ: କିଛି ବସ୍ତୁର ମହତ୍ତ୍ବ ଆମ ନିତିଦିନିଆ ଜୀବନରେ ଏତେ ଅଭ୍ୟାସରତ ହୋଇଯାଇଛି ଯେ, ତାହା ବ୍ୟବହାର ନହେଲେ ମଧ୍ୟ ଆମେ ବିଶ୍ବାସ ରଖିଥାଉ । ଉଦାହରଣ ବାଇକ୍ ହେଲମେଟ୍ । ଟ୍ରାଫିକରୁ ରକ୍ଷା ପାଇବା ପାଇଁ ଆମେ ହେଲମେଟ୍ ପିନ୍ଧିଥାଉ, ଏହି କଥା ହିଁ ଛୋଟ ବେଳୁ ଶିଖିଛୁ କିନ୍ତୁ ହେଲମେଟ୍ ଆମ ସୁରକ୍ଷା ପାଇଁ ବୋଲି କେହି କୁହନ୍ତିନି । ଅନ୍ୟପକ୍ଷେ ଜଣେ ଯଦି ଗାଡି ଚଲାଇବନି ତାହେଲେ ହେଲମେଟ୍ ମଧ୍ୟ କୌଣସି କାମକୁ ନୁହେଁ ।
ତେବେ ହେଲମେଟ ବ୍ୟବହାରକୁ ନେଇ ଜର୍ମାନୀର କିଛି ବୈଜ୍ଞାନିକ ଏକ ରିସର୍ଚ୍ଚ କରିଥିଲେ । 40ଜଣ ବ୍ୟକ୍ତିଙ୍କୁ ନେଇ କମ୍ପ୍ୟୁଟର କାର୍ଡ ଗେମ୍ ଖେଳାଗଲା । ସମସ୍ତଙ୍କୁ ଗାମଲିଙ୍ଗ୍ କରିବାକୁ ସୁଯୋଗ ଦିଆଗଲା । ଏପରିକି କିଛି ହେଲମେଟ୍ ପିନ୍ଧିକି ବସିଲେ କାରଣ ଆଖିର ହାବଭାବ ଦେଖି କେତେକ କାର୍ଡର ଅନୁମାନ ଲଗାଇପାରୁଥିଲେ । EEG ପ୍ରକ୍ରିୟା ଦ୍ବାରା ବୈଜ୍ଞାନିକ ସେମାନଙ୍କ ମସ୍ତିସ୍କ ମଧ୍ୟରେ କଣ ଚାଲିଛି, ତାକୁ ନେଇ ପରୀକ୍ଷା କରାଗଲା । ଏହାକୁ ‘Frontal Midline Theta Power’ କୁହାଯାଏ ।
ହେଲମେଟ୍ ପିନ୍ଧିଲେ ଆମେ ସୁରକ୍ଷିତ ରହିବୁ ବୋଲି ସେମାନେ ଭାବିଥିଲେ । ତେଣୁ ସେମାନଙ୍କ ମସ୍ତିସ୍କ ନିର୍ଣ୍ଣୟ କଲା ଯେ, ହେଲମେଟ ପିନ୍ଧିବା ସୁରକ୍ଷିତ । ତେବେ ଏହା ଆଶ୍ଚର୍ଯ୍ୟ କି, ମସ୍ତିସ୍କର ନିର୍ଣ୍ଣୟ କିପରି ଗତିବିଧିକୁ ପରିବର୍ତ୍ତନ କରୁଛି । ଗାଡି ଚଲାଇବା ସମୟରେ ହେଲମେଟ୍ ପିନ୍ଧିବା ଏକ ପରାମର୍ଶ କିନ୍ତୁ ଏହାକୁ ଗ୍ରହଣ କରିବା କି ନାହିଁ, ସେଇଟା ଆମ ଉପରେ ନିର୍ଭର କରେ ।
ତେଣୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଥମେ ନିଜେ ଏହାର ମହତ୍ତ୍ବ ବିଷୟରେ ଜାଣିବା ଆବଶ୍ୟକ । ଯେ ପର୍ଯ୍ୟନ୍ତ ନିଜ ମସ୍ତିସ୍କରେ ଜଣେ ସ୍ଥିର ନକରିଛି, ସେ ଯାଏଁ କାହାର ପରାମର୍ଶ କୌଣସି କାମ ଦେବିନି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ