ନୂଆଦିଲ୍ଲୀ: ଦିଲ୍ଲୀରେ ଓଡିଶା ସଂସ୍କୃତି ସେଣ୍ଟର ଓ ଲାଇବ୍ରେରୀ ପାଇଁ ଉପଯୁକ୍ତ ଜାଗା ଦେବାକୁ ରାଜ୍ୟସଭାରେ ବିଜେଡି ଦାବି ରଖିଛି । ବିଜେଡି ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାର ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ଆଜି ଏହି ପ୍ରସଙ୍ଗ ଉଠାଇଛନ୍ତି ।
ଉପଯୁକ୍ତ ସ୍ଥାନ ଦେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ଗୃହ ଓ ନଗରଉନ୍ନୟନ ମନ୍ତ୍ରୀଙ୍କୁ 2019 ଡିସେମ୍ବର 7 ତାରିଖରେ ଚିଠି ଲେଖିଥିବା ସେ ଦର୍ଶାଇଛନ୍ତି । ପାଖାପାଖି 10 ମାସ ବିତିଯାଇଥିବାବେଳେ ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ସେ ଗୃହରେ କହିଛନ୍ତି ।
ଏନେଇ ବିଜେଡି ସାଂସଦ ଗୃହରେ ନୋଟିସ ଆଣିଛନ୍ତି । ଯାହାକୁ ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ଗ୍ରହଣ କରିଛନ୍ତି ।
ସୂଚନାଥାଉକି, ଦିଲ୍ଲୀରେ ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ପରି ଅନେକ ରାଜ୍ୟର ସଂସ୍କୃତିର ବିକାଶ ପାଇଁ ସରକାର ତାଙ୍କୁ ଦିଲ୍ଲୀରେ ସ୍ଥାନ ଦେଇଛନ୍ତି ।