ETV Bharat / bharat

ମୋଦିଙ୍କ ଶପଥରେ ଯୋଗ ଦେବେ ବିରୋଧୀ

ଦ୍ବିତୀୟ ଥର ଇଂନିସ ଆରମ୍ଭ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରୁବାର ଶପଥ ଗ୍ରହଣ କରିବାକୁ ଥିବା ବେଳେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ବିରୋଧୀ ଦଳଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି ମୋଦି ।

ଡିଜାଇନ ଫଟୋ
author img

By

Published : May 29, 2019, 10:31 AM IST

ନୂଆଦିଲ୍ଲୀ: ଗୁରୁବାର ଶପଥ ନେବେ ମୋଦି । ପ୍ରଧାନମନ୍ତ୍ରୀ ଭାବେ ଆରମ୍ଭ କରିବେ ଦ୍ବିତୀୟ ଇଂନିସ । ମୋଦିଙ୍କ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଯାଉଛନ୍ତି ସବୁ ପ୍ରଦେଶର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ପ୍ରମୁଖ ବିରୋଧୀ ଦଳର ନେତା ।

ଏକ ସ୍ବତନ୍ତ୍ର ସୂତ୍ରରୁ ଜଣାପଡିଛି, ବିରୋଧୀ ଦଳ ନେତାମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ତୃଣମୂଳ କଂଗ୍ରେସର ପ୍ରମୁଖ ମମତା ବାନାର୍ଜୀଙ୍କ ସହ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସାମିଲ ହେବେ । ଏଥିସହ ଜେଡିଏସ ନେତା ତଥା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାର ସ୍ବାମୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ସମସ୍ତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସହ ପୂର୍ବତନ ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ଆମନ୍ତ୍ରଣ କରାଯାଇଛି । ଏପରିକି ସମସ୍ତ ରାଷ୍ଟ୍ରୀୟ ଓ କ୍ଷେତ୍ରୀୟ ଦଳ ଗୁଡିକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ସେପଟେ ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷୀତଙ୍କୁ ମିଳିନି ନିମନ୍ତ୍ରଣ ।

ଗୁରୁବାର ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଭବନରେ ମୋଦି ଓ ତାଙ୍କର ମନ୍ତ୍ରୀପରିଷଦ ସହ ଅନ୍ୟ ସଦସ୍ୟ ମାନେ ଶପଥ ପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଲୋକସଭା ନିର୍ବାଚନରେ ବିରୋଧୀଙ୍କ କଡା ହମଲା ପରେ ବି ମୋଦି ତାଙ୍କର ଏହି ସମାରୋହରେ ଯୋଗ ଦେବାକୁ ବିରୋଧୀଙ୍କୁ କରିଛନ୍ତି ଆମନ୍ତ୍ରଣ । ତେବେ ଚଳିତ ଲୋକସଭା ନିର୍ବାଚନରେ 353 ସିଟ ସହ ପ୍ରଚଣ୍ଡ ବହୁମତରେ ବିଜେପି ଏହି ବିଜୟ ହାସଲ କରିଛି ।

Intro:Body:

ryu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.