ETV Bharat / bharat

ଏପ୍ରିଲ 2022 ସୁଦ୍ଧା ବାୟୁସେନାରେ ସାମିଲ ହେବ ସମସ୍ତ ରାଫେଲ: ରାଜନାଥ

author img

By

Published : Feb 8, 2021, 12:02 PM IST

2022 ଏପ୍ରିଲ ସୁଦ୍ଧା ମଞ୍ଜୁରୀପ୍ରାପ୍ତ ସମସ୍ତ ଯୁଦ୍ଧ ବିମାନ ବାୟୁସେନାରେ ଅନ୍ତର୍ଭୁକ୍ତ ହେବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଅଧିକ ପଢନ୍ତୁ...

ରାଫେଲ ଯୁଦ୍ଧ ବିମାନ
ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ସମସ୍ତ ମଞ୍ଜୁରୀପ୍ରାପ୍ତ ରାଫେଲ ଯୁଦ୍ଧ ବିମାନ 2022 ଏପ୍ରିଲ ସୁଦ୍ଧା ବାୟୁସେନାରେ ଅନ୍ତର୍ଭୁକ୍ତ ହେବ ବୋଲି ଲୋକସଭାରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା 7ଟି ରାଫେଲ ଅନ୍ତର୍ଭୁକ୍ତ ହେବ।

ଜାନୁଆରୀ 27 ରାତ୍ରୀରୁ ତିନୋଟି ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସରୁ କ୍ରମାଗତ ଉଡାଣ ଭରିବା ପରେ ଭାରତରେ ଅବତରଣ କରିଥିବା କହିଛନ୍ତି ଭାରତୀୟ ବାୟୁସେନା ଅଧିକାରୀ। ଏହି ତିନୋଟି ଜେଟ୍ ଆଠଟି ରାଫେଲ ବିମାନ ସହିତ ଯୋଡି ହୋଇଛି।

ଏହି ରାଫେଲ ବିମାନର ତୃତୀୟ ଥିଲା ଯାହା ଫ୍ରାନ୍ସର ଇଷ୍ଟ୍ରେସ୍ ଏୟାର ବେସ ଠାରୁ 7ହଜାର କିଲୋମିଟରରୁ ଅଧିକ ଉଡାଣ ପରେ ଅବତରଣ କରିଥିଲା । ଫ୍ଲାଇଟ ଇନ୍ଧନ ବ୍ୟବହାର କରି ଉଡାଣ ଭରିବାରେ ସଫଳ ହୋଇଥିଲା ରାଫେଲ । ଏହି ରାଫେଲ ଯୁଦ୍ଧ ବିମାନଗୁଡିକ ଫ୍ରାନ୍ସର ଡାସଲ୍ଟ କମ୍ପାନୀରେ ନିର୍ମିତ ହୋଇଛି।

ଗତ ଜୁଲାଇ 29, 2020ରେ ଭାରତ ପ୍ରଥମ ପାଞ୍ଚଟି ରାଫେଲ ବିମାନ ଗ୍ରହଣ କରିଛି ​​ଯାହା ଗତ ବର୍ଷ ସେପ୍ଟେମ୍ବର 10ରେ ଅମ୍ବାଲା ଏୟାର ବେସରେ 17 'ଗୋଲ୍ଡେନ ଆରୋ' ସ୍କ୍ବାର୍ଡର ଅନ୍ତର୍ଭୁକ୍ତ ହୋଇଥିଲା। ଏହା ପରେ ଭାରତ ନଭେମ୍ବର 4ରେ 2020ରେ ଦ୍ବିତୀୟ ପର୍ଯ୍ୟାୟର ତିନୋଟି ରାଫେଲ ଗ୍ରହଣ କରିଥିଲା।

59,000କୋଟି ଟଙ୍କା ବ୍ୟୟରେ ଭାରତ ଫ୍ରାନ୍ସଠାରୁ 36ଟି ରାଫେଲ ଆଣିବାକୁ ସରକାରୀ ଚୁକ୍ତି ସ୍ବାକ୍ଷର କରିଛି । ରାଫେଲଗୁଡିକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର,ଉନ୍ନତ ସେନ୍ସର ଦ୍ବାରା ପ୍ରସ୍ତୁତ ହୋଇଛି। ଏହି ଯୁଦ୍ଧ ବିମାନଗୁଡିକରେ ହାମର କ୍ଷେପଣାସ୍ତ୍ର ରହିଛି।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.