ETV Bharat / bharat

ଲଦାଖ ସଂଘର୍ଷରେ ଆହତ ଯବାନଙ୍କୁ ଭେଟିଲେ ମୋଦି

ପୂର୍ବ ଲଦାଖରେ ଚୀନ ସୈନିକଙ୍କ ସହ ସଂଘର୍ଷରେ ଆହତ ହୋଇଥିବା ଯବାନଙ୍କୁ ଭେଟି ସେମାନଙ୍କ ମନୋବଳ ବଢାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

author img

By

Published : Jul 3, 2020, 6:13 PM IST

ମୋଦି
ମୋଦି

ଲଦାଖ: ପୂର୍ବ ଲଦାଖରେ ଚୀନ ସୈନିକଙ୍କ ସହ ସଂଘର୍ଷରେ ଆହତ ହୋଇଥିବା ଯବାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ପ୍ରଧାନମନ୍ତ୍ରୀ ଆହତ ଯବାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ମନୋବଳ ବଢାଇଛନ୍ତି । ଭାରତ କାହା ଆଗରେ ମୁଣ୍ଡ ନୁଆଁଇନାହିଁ କି ଭବିଷ୍ୟତରେ ନୁଆଁଇବନାହିଁ ବୋଲି ମୋଦି କହିଛନ୍ତି ।

ଲଦାଖର ଲିମୁରେ ଆହତ ଯବାନଙ୍କୁ ଭେଟି ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁମାନେ ଭାରତୀୟ କ୍ଷେତ୍ର ଉପରେ ଖରାପ ଦୃଷ୍ଟି ପକାଇଛନ୍ତି ସେମାନଙ୍କୁ ଆମ ସୈନିକମାନେ ଉତ୍ତର ଦେଇଛନ୍ତି । ଯେଉଁ ବୀରମାନେ ଶହୀଦ ହୋଇଛନ୍ତି ସେମାନେ ବିନା କାରଣରେ ବିଦାୟ ନେଇ ନାହାଁନ୍ତି । ଆପଣ ସମସ୍ତେ (ଚୀନ ସୈନିକଙ୍କୁ) କଡା ଜବାବ ଦେଇଛନ୍ତି । ଦେଶ ସୀମା ସୁରକ୍ଷା ପାଇଁ ଆପଣଙ୍କର ସାହସିକତା, ଆପଣମାନଙ୍କ ଶରୀରରୁ ବହିଥିବା ରକ୍ତ ଆମର ଯୁବକ ଏବଂ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ।

ମୋଦି ଆହୁରି କହିଛନ୍ତି ଯେ, ମୁଁ ତୁମ ସମସ୍ତଙ୍କୁ ଧନ୍ୟବାଦ ଦେବା ପାଇଁ ଏଠାକୁ ଆସିଛି। ଭାରତ ଆତ୍ମନିର୍ଭରଶୀଳ ହେବ। ଆମେ କେବେ ବି ଅନ୍ୟ ଆଗରେ ନଇଁବୁ ନାହିଁ । ତୁମ ପରି ବୀର ଏବଂ ସାହସୀଙ୍କ ପାଇଁ ମୁଁ ଏହା ଦୃଢତାର ସହ କହିପାରିବି। ତୁମ ପରି ଯୋଦ୍ଧାମାନଙ୍କୁ ଜନ୍ମ ଦେଇଥିବା ମାତାଙ୍କୁ ମୁଁ ପ୍ରଣାମ କରୁଛି ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ-ଚୀନ ମଧ୍ୟରେ ଜାରି ବିବାଦ ମଧ୍ୟରେ ଶୁକ୍ରବାର ଅଚାନକ ଲେହ ଗସ୍ତ କରିଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ଯବାନଙ୍କୁ ସମ୍ବୋଧନ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.