ETV Bharat / bharat

ନମୋ ଟିଭିକୁ ନେଇ ବିଜେପିକୁ ଝଟକା, ସାମଗ୍ରୀ ହଟାଇବାକୁ ଇସିର ନିର୍ଦ୍ଦେଶ

ନିର୍ବାଚନ ମଝିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯେଉଁ ସମସ୍ତ ଜନସଭା ହୋଇଛି, ତାହାର ସିଧା ପ୍ରସାରଣ ନମୋ ଟିଭି ଦ୍ବାରା କରାଯାଇଛି । ଏହି ପ୍ରସାରଣ ବିନା ବ୍ରେକ ଓ ବିନା କୌଣସି ବାଧାରେ ପ୍ରସାରିତ କରାଯାଇଥିଲା । ଏହାଛଡା ପିଏମଙ୍କ ରେକର୍ଡିଂ ସାକ୍ଷାତକାର ଓ ପୁରୁଣା ଜନସଭାକୁ ମଧ୍ୟ ଦେଖାଯାଉଥିଲା ।

author img

By

Published : Apr 12, 2019, 11:36 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ନମୋ ଟିଭିକୁ ନେଇ ବିବାଦ ଥମିବାର ନାମ ନେଉ ନାହିଁ । ବିନା ଅନୁମତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ସଭାର ସିଧା ପ୍ରସାରଣ ସହ ବିଜେପିର ପ୍ରଚାର ପ୍ରସାର କରାଯାଉଥିଲା । ଯାହାକୁ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ ବିରୋଧୀ ।

ବର୍ତ୍ତମାନ ନିର୍ବାଚନ ଆୟୋଗରୁ ନମୋ ଟିଭିକୁ ନେଇ ବିଜେପିକୁ ଲାଗିଛି ଜୋରଦାର ଝଟକା । ନମୋ ଟିଭିରେ ବିନା ଅନୁମତିରେ ଦେଖାଯାଉଥିବା ସମସ୍ତ ସାମଗ୍ରୀ ହଟାଇବାକୁ ନିର୍ଦ୍ଦେଶ ଦେଇଛି ଆୟୋଗ ।

ନିର୍ବାଚନ ମଝିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯେଉଁ ସମସ୍ତ ଜନସଭା ହୋଇଛି, ତାହାର ସିଧା ପ୍ରସାରଣ ନମୋ ଟିଭି ଦ୍ବାରା କରାଯାଇଛି । ଏହି ପ୍ରସାରଣ ବିନା ବ୍ରେକ ଓ ବିନା କୌଣସି ବାଧାରେ ପ୍ରସାରିତ କରାଯାଇଥିଲା । ଏହାଛଡା ପିଏମଙ୍କ ରେକର୍ଡିଂ ସାକ୍ଷାତକାର ଓ ପୁରୁଣା ଜନସଭାକୁ ମଧ୍ୟ ଦେଖାଯାଉଥିଲା ।

କିନ୍ତୁ ବର୍ତ୍ତମାନ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ ନମୋ ଟିଭିର ସମସ୍ତ ସାମଗ୍ରୀ ତତ୍କାଳ ପ୍ରଭାବରେ ହଟାଯାଉ । ଏହାସହ ବିନା କମିଟିର ମଞ୍ଜୁରୀରେ ନମୋ ଟିଭିରେ କୌଣସି କଣ୍ଟେନଟ ଦିଆଯିବ ନାହିଁ । ବିନା ଅନୁମତିରେ ନମୋ ଟିଭିରେ ଦେଖାଯାଉଥିବା ସମସ୍ତ କଣ୍ଟେନଟକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ ।

Intro:Body:

ddghd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.