ETV Bharat / bharat

ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ: ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ, ସରକାରଙ୍କ ଠାରୁ ଅନୁଦାନ ନିଆଯିବନି

author img

By

Published : Feb 22, 2020, 10:29 AM IST

Updated : Feb 22, 2020, 1:58 PM IST

ସବୁ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟକୁ ନିମନ୍ତ୍ରଣ କରାଯିବ ବୋଲି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟଗୋପାଳ ଦାସ କହିଛନ୍ତି । ଅଧିକ ପଢନ୍ତୁ..

all cms will be invited for temple construction will take no funds from govt mahant nritya gopal das
ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ: ସବୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ, ସରକାରଙ୍କ ଠାରୁ ଅନୁଦାନ ନିଆଯିବନି

ଗ୍ବାଲିୟର: ସବୁ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟକୁ ନିମନ୍ତ୍ରଣ କରାଯିବ ବୋଲି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟଗୋପାଳ ଦାସ କହିଛନ୍ତି । ସେହିପରି ମନ୍ଦିର ନିର୍ମାଣ ପାଇଁ ସରକାରଙ୍କ ଠାରୁ କୌଣସି ଅନୁଦାନ ନିଆଯିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଇଥିବାବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ତେବେ ଅନ୍ୟ ଆଗ୍ରହୀ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟକୁ ନିମନ୍ତ୍ରଣ କରାଯିବ । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ ବୋଲି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଭାପତି ସୂଚନା ଦେଇଛନ୍ତି ।

ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ: ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ, ସରକାରଙ୍କ ଠାରୁ ଅନୁଦାନ ନିଆଯିବନି

ଅନ୍ୟପକ୍ଷରେ ସରକାରଙ୍କ ଠାରୁ ମନ୍ଦିର ନିର୍ମାଣ ପାଇଁ କୌଣସି ଅର୍ଥ ନିଆଯିବ ନାହିଁ । କେବଳ ଜନସାଧାରଣଙ୍କ ସହାୟତାରେ ହିଁ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯିବ ବୋଲି ଟ୍ରଷ୍ଟ ସଭାପତି ସ୍ପଷ୍ଟ କରିଛନ୍ତି ।

ଗତ 20 ତାରିଖରେ ଗୋପାଳ ଦାସ ମହାରାଜଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ବିଶ୍ବହିନ୍ଦୁ ପରିଷଦ ନେତା ଚମ୍ପଟ ରାୟ, କେ ପରାଶରନ ଓ ସ୍ବାମୀ ଗୋବିନ୍ଦ ଗିରିଜୀ ମହାରାଜ ସାମିଲ ଥିଲେ । ପ୍ରତିନିଧି ମଣ୍ଡଳୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହ ଅଯୋଧ୍ୟା ପରିଦର୍ଶନ କରିବା ପାଇଁ ନିମନ୍ତ୍ରଣ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଏଥିପାଇଁ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଟ୍ରଷ୍ଟ ସଭାପତି ସୂଚନା ଦେଇଛନ୍ତି । ଏହାସହ ରାମଙ୍କର ଭବ୍ୟ ମନ୍ଦିର ଅତିଶୀଘ୍ର ଆରମ୍ଭ ହେବ ବୋଲି ସେ କହିଛନ୍ତି ।

@ANI

Last Updated : Feb 22, 2020, 1:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.