ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଛନ୍ତି ଦିଲ୍ଲୀର ଛାତ୍ରଛାତ୍ରୀ । ଏହାକୁ ନେଇ ହେଉଥିବା ହିଂସାକୁ ଦୃଷ୍ଟିରେ ରଖି ବିଭିନ୍ନ ରାସ୍ତାକୁ ପରିବର୍ତ୍ତନ କରାଯାଇଛି । ନୋଏଡାରୁ ଦିଲ୍ଲୀ ଯାଉଥିବା ରାସ୍ତାକୁ ପରିବର୍ତ୍ତନ କରାଯାଇଛି । କାଲନ୍ଦୀ କୁଞ୍ଜରୁ ଜାମିୟା ଯିବା ରାସ୍ତାକୁ ମଧ୍ୟ ବନ୍ଦ କରାଯାଇଛି ।
ଦିଲ୍ଲୀ ଏନସିଆରରେ CAAକୁ ନେଇ ହୋଇଥିବା ପ୍ରତିବାଦ ପାଇଁ ପୋଲିସ ଆଲର୍ଟ ରହିବା ସହ ସମସ୍ତ ଗାଡିକୁ ଯାଞ୍ଚ କରୁଛି । ପୋଲିସ ଜାମିୟା ରାସ୍ତାରେ ବ୍ୟାରିକେଟ ଲଗାଇବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଛି । ଅନେକ ରାସ୍ତାରେ ଟ୍ରାଫିକ ପରିବର୍ତ୍ତନ ମଧ୍ୟ କରାଯାଇଛି ।