ETV Bharat / bharat

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ହାଇଆଲର୍ଟ ଜାରି

author img

By

Published : Oct 27, 2020, 12:33 PM IST

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି । ଯାହାକୁ ନେଇ ସହରରେ ହାଇଆଲର୍ଟ ଜାରି କରାଯାଇଛି । ଅଧିକ ପଢନ୍ତୁ...

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା
ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ହାଇଆଲର୍ଟ ଜାରି । ଗୁପ୍ତଚର ତଥ୍ୟ ଅନୁସାରେ, ଆସୁଥିବା ଉତ୍ସବରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ । ଯାହାକୁ ନେଇ ସଜାଗ ହୋଇଛି ପୋଲିସ ପ୍ରଶାସନ । ଏନେଇ ସହରରେ ଆଲର୍ଟ ଜାରି କରାଯାଇଛି ।

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା
ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ପୋଲିସ ପକ୍ଷରୁ ଡ୍ରୋନ, ମାଇକ୍ରୋଲାଇଟ ଏୟାରକ୍ରାଫ୍ଟ ଆଦିକୁ କିଛି ଦିନ ପାଇଁ ବ୍ୟାନ କରାଯାଇଛି । ଜନଗହଳିପୂର୍ଣ୍ଣ ସ୍ଥାନରେ ଡ୍ରୋନ କିମ୍ବା ମିଶାଇଲ ଆଟାକ ହୋଇପାରେ ବୋଲି ସୂଚନା ପାଇବା ପରେ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ରିମୋର୍ଟ କଣ୍ଟ୍ରୋଲରେ ଚାଲୁଥିବା ସମସ୍ତ ଜିନିଷ ଉପରେ ପୋଲିସ ବ୍ୟାନ ଲଗାଇଛି । ଏହାସହ ଏହି ନିୟମକୁ ଯିଏ ଅମାନ୍ୟ କରିବ ତା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁମ୍ବାଇ ପୋଲିସ ପକ୍ଷରୁ କୁହାଯାଇଛି । ଏହି ଆଦେଶ ସେପ୍ଟେମ୍ବର 30 ତାରିଖରୁ ନଭେମ୍ବର 28 ତାରିଖ ଯାଏ ଲାଗୁ କରାଯିବ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.